ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି କରିବେ ରିଚା ଚଢା, ମିଳିଲା ଏହି ଅଫର

ବହୁତ ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ରିଚା ଚଢା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଲଗା ଅଲଗା ଚରିତ୍ର ପାଇଁ ବେଶ ଲୋକପ୍ରିୟ। ଏବେ ବଲିଉଡରେ ନିଜର ଦମଦାର ଅଭିନୟ କରିବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ଅଭିନେତ୍ରୀ ରିଚା ଚଢାଙ୍କୁ ହଲିଉଡ ଫିଲ୍ମ ଆପ୍ରୋଚ କରାଯାଇଛି। ରିଚାଙ୍କୁ ଏଥିରେ ରାଜକୀୟ ମାଲିକାଣୀ ଭୂମିକାରେ ନଜର ଆସିବେ। ଏହି ପ୍ରୋଜେକ୍ଟ ପାଇଁ ରିଚା ନିଜର ଟ୍ରେନିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏବେ ରିଚା ଘୋଡାଚାଳନା ପ୍ରାକ୍ଟିସ କରୁଛନ୍ତି। ଏହା ପୂର୍ବରୁ ରିଚା ବଏଫ୍ରେଣ୍ଡ ଅଭିନେତା ଅଲ୍ଲୀ ଫେଜଲ ସହିତ ବିଗ୍‌ ବଜଟେ ଫିଲ୍ମରେ ନଜର ଆସିଥିଲେ। ଯାହାର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ହଲିଉଡରେ ବଏଫ୍ରେଣ୍ଡଙ୍କୁ ସଫଳତା ମିଳିବା ପରେ ଏବେ ରିଚା ମଧ୍ୟ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି।

ରିଚାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ରିଚା ଏବେ ଅଲ୍ଲୀ ଫୈଜଲଙ୍କୁ ବହୁତ ଦିନରୁ ଡେଟ୍‌ କରୁଛନ୍ତି। ଦୁହେଁ ସୋସିଆଲ ମିଡିଆରେ ପରସ୍ପର ପୋଷ୍ଟରେ କମେଣ୍ଟ କରି ଭଲପାଇବା ଦେଖାଉଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ରିଚା ଖୁବଶୀଘ୍ର ‘ଫୁକରେ ୩’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଦିଲ୍ଲୀରେ ହେଉଛି। ଏଥିରେ ମଧ୍ୟ ପ୍ରମୁଖ ଭୂମିକାରେ ଅଲ୍ଲୀ ଫୈଜଲ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.