Below header

ପୋଲିସ୍ ବର୍ଦି ପିନ୍ଧିଛି ଯାହା କର୍ତ୍ତବ୍ୟ କରିବା କଥା କରିବି

ମନ ଖୁସି ହୋଇଯିବ ପୋଲିସ୍ ଭାଇଙ୍କ ଏଭଳି ଆଚାର ବ୍ୟବହାର ଦେଖି । ଆପଣବି କହିବେ ପୋଲିସ୍ ହେବ ତ ଏମିତି ।

ଭୁବନେଶ୍ୱର(କେନ୍ୟୁଜ୍): ମଧ୍ୟାହ୍ନ ସମୟ,ଖରାର ପ୍ରକୋପ ଟିକେ ଥାଏ । ଫରେଷ୍ଟ ପାର୍କ ନିକଟ ଟ୍ରାଫିକକୁ ଲାଗି ଜଣେ ମହିଳା ଟିକିଏ ଉଚ୍ଚା ସ୍ଥାନ ଉପରେ ବସିଥାନ୍ତି । ପାଖରେ ଦୁଇ ଜଣ ପୋଲିସ୍ ବାବୁ ଆଉ ଜଣେ ଝିଅଟିଏ ବ୍ୟାଗ୍ ଧରି ପାଖରେ ଥାଆନ୍ତି । କଣ ହେଉଛି ଏଠାରେ । ଏମିତି ଦୁଇ ଜଣ ପୋଲିସ୍ ଏ ମହିଳାଙ୍କୁ କଣ କହୁଛନ୍ତି । ପାଖରେ ଝିଅଟିଏ ମହିଳା ଜଣଙ୍କ ମୁହଁରୁ ମୁଣ୍ଡରେ ବୋହିଯାଉଥିବା ପାଣି ସବୁ ପୋଛୁ ଥାଆନ୍ତି । ଘଟଣା କଣ ? ମନ ଆମ କାହିଁକି ପାପ ଛୁଉଁଥାଏ । ଆଉ ମହିଳା ଜଣଙ୍କ ରାଗିକି ଘରୁ ଚାଲି ଆସିଛନ୍ତି ନା କଣ ଆଉ କିଛି କାରଣ ରୁ ଜୀବନ ହାରିବାକୁ ଯାଉଛନ୍ତି କି ? ସେଥିପାଇଁ ବୋଧେ ପୋଲିସ୍ ଭାଇ ମାନେ ବୁଝାଉଛନ୍ତି । ଏମିତି ଭାବନା ମନକୁ ଆସୁଥାଏ ।

ତେବେ ପ୍ରକୃତ ଘଟଣାକୁ ଜାଣି ହେଉନଥାଏ । ପାଖରେ ପହଂଚିଲା ପରେ ଜଣା ପଡିଲା ମହିଳା ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହି ପୋଲିସ୍ ଭାଇ ମାନେ ଦୌଡ଼ି ଯାଇ ତାଙ୍କ ମୁହଁରେ ପାଣି ମାରି ଉଠାଇଲେ । ପାଖରେ ଝିଅଟିଏ ଥାଏ । କିନ୍ତୁ ତା ମୁଣ୍ଡ କିଛି କାମ କରୁନଥାଏ ସେ କଣ କରିବ ବୋଲି । କାହିଁକି ନା ମାଆଙ୍କର ଚେତା ଶୂନ୍ୟ ଅବସ୍ଥା ଦେଖି ଝିଅଟି ଡରି ଯାଇଥାଏ । ପୋଲିସ୍ ଦୂରରୁ ଦେଖି ଦୌଡ଼ି ଆସିଲେ ଆଉ ମହିଳାଙ୍କୁ ତୁରନ୍ତ ପାଣି ମାରି ଆଶ୍ଵସ୍ତ କରାଇଲେ। ମହିଳା ଜଣଙ୍କ କହୁଥାନ୍ତି ସେ ମେଡ଼ିସିନ କଣ ଗୋଟିଏ ଖାଇ ଦେଇଥିଲେ । ଖାଦ୍ୟ ଖାଇ ନଥିଲେ ଯାହା ଫଳରେ କି ଏମିତି ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡିଲା।

police

ଏକଥା ଶୁଣି ଯାହା ହେଉ ପ୍ରଥମେ ଟିକେ ଆମକୁ ଆଶ୍ୱସ୍ତ ଲାଗିଲା । ଏତିକି ବେଳେ ଦୁଇ ପୋଲିସ୍ ବାବୁଙ୍କ ମଧ୍ୟରୁ ଜଣେ ପୋଲିସ ଏସଆଇ ସେହି ମହିଳାଙ୍କୁ କହିଲେ ଚାଲନ୍ତୁ ଏଇ ପାଖରେ ଗୋଟିଏ ହୋଟେଲ ଅଛି ଟିକେ କଣ ଖାଇନେବେ ଭଲ ଲାଗିବ। ଏତିକି କହି ହଠାତ୍ ଚାଲିଗଲେ ବାଇକ ଆଣିବାକୁ । ବାଇକ ଆଣି ମହିଳାଙ୍କୁ କହିଲେ ବସିବା ପାଇଁ । ମହିଳାଙ୍କୁ ବସିବାରେ ଅନ୍ୟ ପୋଲିସ୍ ଭାଇ ସାହାଯ୍ୟ କଲେ । ପଛରେ ମହିଳାଙ୍କ ଝିଅ ବସିଲେ । ଆଉ ବାହାରିଲେ ହୋଟେଲ ଅଭିମୁଖେ । ଆମେ ହୋଟେଲ ପାଖରେ ପହଂଚିଲୁ ଆଉ ଯାହା ଦେଖିଲୁ ଆଖି ଖୋସି ହୋଇଗଲା । ମନ ଖୁସିରେ ବିଭୋର ହୋଇଗଲା ପୋଲିସ୍ ଭାଇଙ୍କ ଆଚାର ବ୍ୟବହାର ଦେଖି ।

ଭାଇ ଜଣଙ୍କ ମାଅ ଝିଅଙ୍କୁ ହୋଟେଲରେ ବସାଇ ଖାଇବା ପିଇବାର ଆୟୋଜନ କରିଦେଲେ । ହୋଟେଲରେ ଯିଏ ପରଷି ଦେଉଥାନ୍ତି ତାଙ୍କୁ କହିଲେ ଖାଦ୍ୟ ଆଣିବାକୁ । ସେ ଚଟାପଟ ଖାଦ୍ୟ ଆଣି ଖାଇବା ଟେବୁଲ ଉପରେ ରଖିଲେ । ଆଉ ତାପରେ ମାଆ ଝିଅ ଖାଇବାକୁ ଲାଗିଲେ। ତାପୂର୍ବରୁ ପୋଲିସ୍ ଭାଇଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଲେ ଉଭୟ । ପୋଲିସ୍ ଭାଇ ଜଣଙ୍କ ମଧ୍ୟ ହାତ ଯୋଡି ପକାଇଲେ । ତେବେ ଝିଅ ଜଣଙ୍କ ସେଇଠି କହିଲେ ସତରେ ପୋଲିସଙ୍କୁ କିଏ କେତେ କଣ କହୁଛନ୍ତି। ପୋଲିସ୍ ଅମୁକ ପୋଲିସ୍ ସମୁକ ଆହୁରି ଅନେକ କିଛି କହି ବଦନାମୀ ଦିଅନ୍ତି । ବସ୍ତବିକ ପୋଲିସ ସେଇଆ ନୁହେଁ । ଆଜି ଯଦି ପୋଲିସ୍ ନଥାନ୍ତେ କଣ ଯେ ହୋଇ ଥାଆନ୍ତା ମୋ ମାଆର । ଏକଥା କହି ଅନେକ ପ୍ରଶଂସା କଲେ ପୋଲିସ୍ ବାବୁଙ୍କୁ ।

ପ୍ରକୃତ ରେ ଏବେବି ମାନବିକତା ବଞ୍ଚିରହିଛି । ପୋଲିସ୍ ବର୍ଦି ଭିତରେ ଥିବା ମଣିଷ ଟିଏକୁ ଜାଣି ସମସ୍ତେ ଖୁସି ହେବାକଥା । ଏଭଳି ମଣିଷ ପଣିଆ ଥିବା ପୋଲିସ୍ ଆମ ଭିତରେ ଅନେକ ଅଛନ୍ତି । ଆମ ମନର ଭୁଲ ଧାରଣା ଅଛି । ତେଣୁ କିଛି ପୋଲିସଙ୍କ ଭୁଲ ପାଇଁ ଆମେ ସବୁ ପୋଲିସଙ୍କୁ ଗୋଟିଏ ନିକିତିରେ ମାପି ଦିଅନ୍ତି । ତେବେ ଏ ପୋଲିସ୍ ଭାଇ ଜଣଙ୍କ ନା ହେଉଛି ଶିବ ପ୍ରସାଦ ମହାପାତ୍ର।

ସେ ଏୟାରପୋର୍ଟ ଥାନାରେ ପୋଲିସ୍ ଏସଆଇ ଭାବରେ କାର୍ଯ୍ୟରତ। ତାଙ୍କୁ ଯେତେବେଳେ ଆମେ ପଚାରିବାକୁ ଚାହିଁଲୁ ସଧ୍ୟ ସଫା ସଫା ମନା କରିଦେଲେ କିଛି କହିବାକୁ । ବହୁତ କଷ୍ଟରେ କହିଲେ ମଣିଷର କର୍ତ୍ତବ୍ୟ କରିଛନ୍ତି। ଏଥିରେ ସେମିତି କିଛି କହିବାର କଥା ନାହିଁ କହି ଆଡେଇ ଗଲେ । ବାସ୍ତବିକ ଦେଖିଲେ ଏମିତି ମାନବିକତା ଥିବା ମଣିଷ ଏଦୁନିଆରେ ଖୁବ୍ କମ ଦେଖିବାକୁ ମିଳନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.