ପାଚେରୀ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା

ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ଙ୍କ ଘର ବାଉଣ୍ଡରି କାନ୍ଥ ନିକଟରୁ ଆଜି ସକାଳୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁକୁ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୁଚିଣ୍ଡା (କେନ୍ୟୁଜ): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ଙ୍କ ଘର ବାଉଣ୍ଡରି କାନ୍ଥ ନିକଟରୁ ଆଜି ସକାଳୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁକୁ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଟି ଭଲ ଥିବା ଡାକ୍ତର କହିଥିବା ଉଦ୍ଧାରକାରୀ କହିଛନ୍ତି।

ସକାଳୁ ସକାଳୁ ଶିଶୁଟି କାନ୍ଦୁଥିବାର ଶୁଣାଯିବା ପରେ ଗ୍ରାମବାସୀଙ୍କ ଭିଡ ଜମିଥିଲା। ପରେ ଡାକ୍ତରଖାନାରେ କାମ କରୁଥିବା ସେହି ଗ୍ରାମର ସଂଜୟ ପଟେଲ ଶିଶୁକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁର ଅବସ୍ଥା ସୁସ୍ଥ ଥିବା ଡ଼ାକ୍ତର ମନୋଜ ପଟେଲ କହିଛନ୍ତି। କାହିଁକି କେଉଁ ପରିସ୍ଥିତିରେ ଶିଶୁ କନ୍ୟାକୁ ଉକ୍ତ ସ୍ଥାନରେ ପକାଯାଇଥିଲା ତାହା ତଦନ୍ତ ସାପେକ୍ଷ।