Below header

ଜୁନିୟରଙ୍କ ଉପରେ ସିନିୟରଙ୍କ ଏମିତି ଅତ୍ୟାଚାର ଆଉ କେତେ ଦିନ ଚାଲୁଥିବ, ହୋଟେଲ ମ୍ୟାନେଜମେଣ୍ଟ କଜେଜ ହଷ୍ଟେଲରେ ରାଗିଂର ଚିତ୍ର

ଆଉ ଏ ଚିତ୍କାର ଶୁଣି ବୁଝିସାରିଥିବେ ଯେ ରାଗିଂର ଆତ୍ୟାଚାର କେତେ ଭୟାନକ । ଇଏ ଦୃଶ୍ୟ ହେଉଛି ରାଗିଂ ସମୟରେ । ଏକ ପ୍ରାଇଭେଟ ହୋଟେଲ ମ୍ୟାନେଜମେଣ୍ଟ କଲେଜ ହଷ୍ଟେଲର ଏ ଚିତ୍ର ।

ଭୁବନେଶ୍ୱର (କେନ୍ୟୁଜ) : ଏକ ପ୍ରାଇଭେଟ ହୋଟେଲ ମ୍ୟାନେଜମେଣ୍ଟ କଲେଜ ହଷ୍ଟେଲର ଏ ଚିତ୍ର । ଯେଉଁଠି ଏମିତି ରାଗିଂ ହେଉଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ଗୁରୁତର ହୋଇଥିବା ଛାତ୍ର ସହିଦ ନଗର ଥାନାରେ ଏଫଆଇଆର ଦେଇଛନ୍ତି । ଉକ୍ତ ଏଫଆଇଆର ଅନୁଯାୟୀ ହୋଟେଲ ମ୍ୟାନେଜମେଣ୍ଟ କଜେଜ ହଷ୍ଟେଲର ତୃତୀୟ ବର୍ଷର କିଛି ଛାତ୍ର ଜୁନିୟର ପିଲାଙ୍କୁ ଅକଥନୀୟ ଅତ୍ୟାଚାର କରିଛନ୍ତି । ଏମାନେ ଏମିତି ଭାବେ ରାଗିଂ କରିଛନ୍ତି ଯେ ଏଥିରେ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ମୁଣ୍ଡରେ ପାଞ୍ଚଟି ଷ୍ଟିଜ୍‌ ପଡିଛି। ଏଥିସହ ଆଉ ଜଣେ ଛାତ୍ରଙ୍କର କାନକୁ କାମୁଡି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ କାନରେ ଷ୍ଟିଜ୍‌ ପଡିଥିବା ଏଫଆଇଆର କପିରେ ଉଲ୍ଲେଖ ରହିଛି ।

ଆପଣ ବି ଦେଖିପାରୁଥିବେ ଯେ କିପରି ଭାବେ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି ସିନିୟର । ସମୟ ରାତି ୧୧.୩୦ ପାଖାପାଖି । ହଷ୍ଟେଲର ୮ ନମ୍ବର ରୁମରେ ରହୁଥିବା କିଛି ସିନିୟର ଜୁନିୟର ମାନଙ୍କୁ ତାଙ୍କ ରୁମକୁ ଡାକିଲେ । ଆଉ ଜୁନିୟର ତାଙ୍କ ରୁମରେ ପହଁଚିବା ପରେ ଆରମ୍ଭ କରିଦେଇଥିଲେ ଅତ୍ୟାଚାର । ଲୁହାରଡ ଓ କାଠ ଫାଳିଆରେ ନିର୍ଦ୍ଧୁମ ମାଡ ମାରିଥିଲେ । ଯେଉଁଥିରେ ଗୁରୁତର ଆହତ ହୋଇଥିଲେ ୩ ଛାତ୍ର ।

ଏନେଇ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଏ ନେଇ ଅଭିଯୋଗ କଲେ ଆହତ ଛାତ୍ରଙ୍କ ପରିବାର । ତୁରନ୍ତ ରାଗିଂ କରୁଥିବା ଛାତ୍ରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏ ଚିତ୍ର ଦେଖି ଅଭିଭାବକମାନେ କେମିତି ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପଠାଇବେ । ରାଗିଂକୁ ନେଇ ସବୁ କଲେଜରେ ଆଣ୍ଟି ରାଗିଂ ସ୍କ୍ଵାଡ୍‌ ଗଠନ ହୋଇଥିଲେ ମଧ୍ୟ ଏମିତି ଚିତ୍ର ବାରମ୍ବାର ଦେଖିବାକୁ ମିିଳୁଛି କାହିଁକି । ଏମିତି ହେଲେ କିପରି ପିଲାମାନେ ତାଙ୍କର ଭବିଷ୍ୟତ ଗଢ଼ିବେ । ଯଦି ପ୍ରତିଷ୍ଠିତ କଲେଜ ମାନଙ୍କର ଏମିତି ଚିତ୍ର ଦେଖିବାକୁ ମିଳିବ ତାହେଲେ ପିଲାମାନେ ତାଙ୍କ ଉଚ୍ଚ ଶିକ୍ଷା କେମିତି ସମ୍ପନ୍ନ କରିବେ ? ଏ ରାଗିଂ ନାମକ ଶବ୍ଦ କଲେଜରୁ କେବେ ଉଠିବ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.