ଏଟିଏମରୁ ପାଇଲେ ୧୦ ହଜାର ଟଙ୍କା, ଗ୍ରାହକଙ୍କୁ ଫେରାଇ ମହାନତା ଦେଖାଇଲେ ମହିଳା ହୋମଗାର୍ଡ

ଏଟିଏମରୁ ୧୦ ହଜାର ଟଙ୍କା ପାଇ ଏସପିଙ୍କ ନିକଟରେ ଫେରାଇ ମହାନତା ଦେଖାଇଲେ ମହିଳା ହୋମଗାର୍ଡ । ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଗ୍ରାହକଙ୍କୁ ଟଙ୍କା ଫେରାଇ ଉଦାହରଣ ସୃଷ୍ଟି କରିଛି ମୟୁରଭଞ୍ଜ ପୋଲିସ ।

ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ । ମହାନତା କାର୍ଯ୍ୟ ପାଇଁ ତାଙ୍କୁ ସମ୍ବର୍ନ୍ଧିତ ମଧ୍ୟ କରାଯାଇଛି । ଥରେ ଭାବନ୍ତୁ ତ ଆପଣ ଏଟିଏମ ଯାଇଥିବେ ଏବଂ ପୂର୍ବରୁ ହିଁ କିଛି ଟଙ୍କା ବାହାରି ଏଟିଏମରେ ଲାଖି ରହିଥିବ । ତେବେ ଆପଣ ଏହି ସମୟରେ କଣ କରିବେ । କିଛି ଲୋକ ହୁଏତ ସେହି ଟଙ୍କାକୁ ନିଜ ସାଙ୍ଗରେ ନେଇଯିବେ । କିନ୍ତୁ ଦୁନିଆରେ ଏବେ ବି କିଛି ଲୋକଙ୍କ ମନରେ ମାନବିକତା ଅଛି ଏବଂ ସେମାନେ ଟଙ୍କାକୁ ଫେରାଇ ଦିଅନ୍ତି । ଠିକ୍‌ ଏହି ଭଳି ମାନବିକତା ଦେଖାଇଛନ୍ତି ଜଣେ ମହିଳା ହୋମଗାର୍ଡ ।

ଏଟିଏମରୁ ୧୦ ହଜାର ଟଙ୍କା ପାଇ ଏସପିଙ୍କ ନିକଟରେ ଫେରାଇ ମହାନତା ଦେଖାଇଲେ ମହିଳା ହୋମଗାର୍ଡ । ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଗ୍ରାହକଙ୍କୁ ଟଙ୍କା ଫେରାଇ ଉଦାହରଣ ସୃଷ୍ଟି କରିଛି ମୟୁରଭଞ୍ଜ ପୋଲିସ । ଏଭଳି ମହାନ କାର୍ଯ୍ୟ ପାଇଁ ହୋମଗାର୍ଡଙ୍କୁ ସମ୍ମାନିତ କରିଛନ୍ତି ମୟୁରଭଞ୍ଜ ଏସପି ବି ଗଙ୍ଗାଧର । ମୟୁରଭଞ୍ଜ ପୋଲିସର ହୋମଗାର୍ଡ ସଙ୍ଗୀତା ମାର୍ଣ୍ଡୀ ବାରିପଦା ପୌର କାର୍ଯ୍ୟାଳୟ ନିକଟସ୍ଥ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଏଟିଏମ୍ ମେସିନରେ ୧୦ ହଜାର ଟଙ୍କା ବାହାରି ରହିଥିବା ସେ ଦେଖିବାକୁ ପାଇଥିଲେ । ପରେ ସେ ସଙ୍ଗେସଙ୍ଗେ ମୟୁରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଟଙ୍କା ଫେରସ୍ତ କରିବା ସହ ସମସ୍ତ ଘଟଣା ସମ୍ପର୍କରେ ଏସପିଙ୍କୁ ଜଣାଇଥିଲେ ।

ଏଟିଏମଟି ବାରିପଦା ଭଞ୍ଜପୁର ଥାନା ଅଧିନରେ ଆସୁଥିବାରୁ ଭଞ୍ଜପୁର ଥାନା ଅଧିକାରୀଙ୍କୁ କହି ବ୍ୟାଙ୍କକୁ ଲିଖିତ ଅବଗତ କରାଇଥିଲେ ଏସପି । ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ପାଇବା ପରେ ସଂପୃକ୍ତ ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିବା ସହିତ ହୋମଗାର୍ଡ ସଙ୍ଗୀତାଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରିଥିଲେ ଏସପି । ଏଥି ସହିତ ପୋଲିସ ବିଭାଗ ପକ୍ଷରୁ ୨ ହଜାର ଟଙ୍କା ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଚାଲି ଥିବାବେଳେ ହୋମଗାର୍ଡଙ୍କ ଏହି ମହାନତା ବର୍ତ୍ତମାନ ଉଦାହରଣ ସୃଷ୍ଟି କରିଛି । ଅନ୍ୟପଟେ ହୋମଗାର୍ଡ ପାଇଁ ବ୍ୟାଙ୍କ ମଧ୍ୟ କ୍ଷତି ସହିବା ଠାରୁ ବଞ୍ଚିତ ହୋଇଛି ।
ବେଳେବଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ହରାଇଥାନ୍ତି । କିନ୍ତୁ ଏହି ମହିଳା ହୋମଗାର୍ଡଙ୍କ ଭଳି ଯଦି ସମସ୍ତେ ମାନବିକତା ଦେଖାଇବେ ତେବେ ଅନେକ ଲୋକଙ୍କ ଟଙ୍କା ସେମାନେ ଫେରି ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.