Below header

ଖରାରୁ ରକ୍ଷା ପାଇଁ ଡାଳିମ୍ବକୁ ରଙ୍ଗୀନ ଶାଢୀ ଘୋଡାଇଦେଲେ ଚାଷୀ, ହେଲେ କ୍ଷେତ ବନିଗଲା ସେଲଫି ପଏଣ୍ଟ

ହିନ୍ଦିରେ ଗୋଟିଏ କଥା ଅଛି , ଏକ ଅନାର୍ ସୋ ବିମାର । ଅର୍ଥାତ୍ ଡାଳିମ୍ବରେ ଏତେ ଔଷଧୀୟ ଗୁଣ ରହିଛି ଯେ ମାତ୍ର ଗୋଟିଏ ଡାଳିମ୍ବ ୧୦୦ ଲୋକଙ୍କ ରୋଗ ଠିକ୍ କରିଦେବ । ତେବେ ଏହି କଥାରେ କେତେ ସତ୍ୟତା ଅଛି ତାହା ଜଣା ନାହିଁ । ହେଲେ କର୍ଣ୍ଣାଟକରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଡାଳିମ୍ବ ଅନେକ ଲୋକଙ୍କ ପାଇଁ ପାଲଟିଛି ସେଲଫି ପଏଣ୍ଟ ।

କର୍ଣ୍ଣାଟକରୁ ମୁନ୍ଦରଙ୍ଗୀ ଯିବା ରାସ୍ତାରେ ଜଣେ ଚାଷୀ ନିଜ ୧୦ ଏକର ଜମିରେ ଡାଳିମ୍ବ ଚାଷ କରିଛନ୍ତି । ଆଉ ଏହି ଡାଳିମ୍ବ କ୍ଷେତକୁ ଖରାରୁ ରକ୍ଷା କରିବା ପାଇଁ ଚାଷୀ ଜଣକ ତା ଉପରେ ଘୋଡାଇ ଦେଇଥିଲେ ରଙ୍ଗ ବେରଙ୍ଗର ଶାଢୀ । ରଙ୍ଗୀନ ଶାଢୀର ଚାଦର ଘୋଡାଇ ହୋଇ ଚାଷୀଙ୍କ କ୍ଷେତ ମଧ୍ୟ ଦେଖାଗଲା ଖୁବ୍ ରଙ୍ଗୀନ । ଆଉ ଧୀରେ ଏହି ରଙ୍ଗୀନ କ୍ଷେତ ପାଲଟିଗଲା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ଯିଏ ବି ଏହି ରାସ୍ତା ଦେଇ ଯାଉଛନ୍ତି ଶାଢୀରେ ଘୋଡାହୋଇଥିବା ଗଛକୁ ଦେଖି କିଛି କ୍ଷଣ ରହି ଯାଉଛନ୍ତି । ଆଉ ଏହି ସୌନ୍ଦର‌୍ୟ୍ୟକୁ ସବୁଦିନ ରଖିବା ପାଇଁ ସେଲଫି ନେବାକୁ ଭୁଲୁ ନାହାଁନ୍ତି ।

pomegranateହି ଅନନ୍ୟ ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଭେଙ୍କଟେଶ୍ ଭି । ନିଜର ୧୦ ଏକର ଏହି ଜମିରେ ପ୍ରାୟ ୪୫୦୦ ଡାଳିମ୍ବ ଗଛ ଲଗାଇଛନ୍ତି ଭେଙ୍କଟେଶ୍ । ତେବେ ଫସଲକୁ ଘୋଡାଇବା ପାଇଁ ବଜାରରେ ମିଳୁଥିବା ନେଟ୍ ର ମୂଲ୍ୟ ଅଧିକ ହୋଇଥିବାରୁ ଶାଢୀରେ ଘୋଡାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଶାଢୀ ପିଛା ୧୬ ଟଙ୍କା ଦେଇ ୪୫୦୦ ପୁରୁଣା ଶାଢୀ କିଣିଥିଲେ ଭେଙ୍କଟେଶ୍ । ହେଲେ ଭେଙ୍କଟେଶ୍ ଭାବିନଥିଲେ ତାଙ୍କର ଏହି ଉପାୟ ଅନ୍ୟମାନଙ୍କ ପାଇଁ ଆକର୍ଷଣୀୟ ହୋଇଯିବ ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.