Below header

ହସ ଖୁସିଆ ମଣିଷଟିଏ ଥିଲେ ପ୍ରଭାସ ସାର୍…ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ

ଚନ୍ଦାହାଣ୍ଡି ବସ୍ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଭାସ କୁମାର ଜେନାଙ୍କ ଏକ ଭିଜୁଆଲ୍ ଭାଇରାଲ୍ ହେଉଛି । ଯିଏ ୪୦ପିଲାଙ୍କୁ ନେଇ ବସରେ ଯାଉଥିବା ବେଳେ ବାଟରେ ଜଗି ରହିଥିଲା ମୃତ୍ୟୁ । ଅନେକ ପିଲା ଆହତ ହୋଇଥିଲା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଉମରକୋଟ(କେନ୍ୟୁଜ୍): ଖୁବ୍ ଖୁସି ମିଜାଜିଆ ମଣିଷଟିଏ ଥିଲେ । ନିଜ ବ୍ୟବହାରରେ ସମସ୍ତଙ୍କର ମନ ଜିତିଥିଲେ। ଶିକ୍ଷକ ଶିକ୍ଷୟତ୍ରୀଠାରୁ ଛାତାଛାତ୍ରୀ ସଭିଏଁ ତାଙ୍କୁ ପସନ୍ଦ କରୁଥିଲେ । ସବୁ କାର୍ଯ୍ୟକ୍ରମରେ ତାଙ୍କ ଯୋଗଦାନ ସମସ୍ତଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା । ହେଲେ କିଏ ଜାଣିଥିଲା ହସ ଖୁସିଆ ମଣିଷଟି ଏମିତି ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଯିବ ବୋଲି ।

ପିଛେ ମୁଡ ଏକ ଦୋ ଏକ ଏକ ଦୋ ଏକ …..କଦମତାଲ ସହ ସବୁବେଳେ ପିଲାମାନଙ୍କୁ କହୁଥିଲେ ଅଭି ଅଭି ତୋ ଆଏ ହୋ ଅଭି ଅଭି ଯାନା କା°ହା…..ପୁରା ବାୟାମ ସହ ମନୋରଞ୍ଜନ ଆଉ ନାଚ ଗୀତ କରୁଥିଲେ ଆଉ ସବୁ ଶିକ୍ଷକଶିକ୍ଷତ୍ରୀଙ୍କୁ ବି ନଚେଇଦେଉଥିଲେ । କିନ୍ତୁ କେହି ଜାଣିନଥିଲେ ଯେ ଏସବୁ କିଛି ଦିନର ଥିଲା । ଯାହା ଆଜି ଅତୀତର କେବଳ ଏକ ସ୍ମୃତି ହୋଇ ରହିଗଲା ।

କର୍ମମୟ ଜୀବନର ମନୋରଞ୍ଜନ ଭିତରେ ଯେ ଶେଷ ଚିତ୍ର ହୋଇ ରହିଯିବେ ତାହା କେହି କଳ୍ପନାରେ ସୁଦ୍ଧା ଭାବିନଥିଲେ । ଇଏ ହେଲେ ନିକଟରେ ଚନ୍ଦାହାଣ୍ଡି ବସ୍ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଭାସ କୁମାର ଜେନା । ୪୦ପିଲାଙ୍କୁ ନେଇ ବସରେ ଯାଉଥିବା ବେଳେ ବାଟରେ ଜଗି ରହିଥିଲା ମୃତ୍ୟୁ । ଅନେକ ପିଲା ଆହତ ହୋଇଥିଲା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଶିକ୍ଷଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ବାରବାଟିଆ ଗାଁରେ। ଅବସର ପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ଜେନା ଙ୍କ ତିନି ପୁଅ ଙ୍କ ମଧ୍ୟ ରୁ ସାନ ପୁଅ ଥିଲେ ପ୍ରଭାସ । ଅଗଷ୍ଟ ୨୦୨୧ ମସିହା ରେ ରେ ସେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ରେ ଖେଳ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ।

bus 2

ତେବେ ପ୍ରଭାସ ଜେନାଙ୍କ ମୃତ୍ୟୁ ପରେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ମୃତଦେହକୁ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ଆଣିବା ପରେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ଛାତ୍ରଛାତ୍ରୀ ଶିକ୍ଷକଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ତାଙ୍କ ବାରବାଟିଆ ଗାଁକୁ ଜିଲା ପ୍ରଶାସନ ପକ୍ଷରୁ ମହା ପ୍ରୟାୟଣ ଗାଡି ରେ ମୃତଦେହ ପଠାଯାଇଥିଲା ।

ଚାରି ଜଣ ଶିକ୍ଷକ ଙ୍କ ସହ ଏକ ଏସକଟ ଗାଡି ମଧ୍ୟ ପଠା ଯାଇଛି । ଅନ୍ତିମ ସଂସ୍କାର ପାଇଁ ବିଦ୍ୟାଳୟ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଶିକ୍ଷକ ଙ୍କ ବିୟୋଗ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହ ସମସ୍ତ ସହପାଠୀ ମଧ୍ୟ ମର୍ମାହତ ହେବା ସହ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ନିଜର ପ୍ରିୟ ଖେଳ ଶିକ୍ଷକ କୁ ଝୁରୁଛନ୍ତି ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ।

ସତରେ ଜୀବନ ଟା ପାଣିଫୋଟକା ଆଉ ମୃତ୍ୟୁ ହିଁ ବାସ୍ତବ ସତ । କିଏ ଜାଣିଛି ଆର କ୍ଷଣିକେ କଣ ହବ କିଏ ଥିବ କିଏ ନଥିବ । ତେଣୁ ଯେତିକି ସମୟ ବଞ୍ଚିଥିବା ଭଲ ସମ୍ପର୍କ ଆଉ ଭଲ ବ୍ୟବହାର ସହ ବଞ୍ଚିବା । ଯାହା ସମସ୍ତଙ୍କୁ ଶିଖେଇ ଦେଇଗଲେ ପ୍ରଭାସ ସାର୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.