Below header

ତୂଳୀରେ ଦେଖାଉଛନ୍ତି ନିଜ କଳାର ଯାଦୁ, ପଢ଼ନ୍ତୁ ଦିବ୍ୟଜ୍ୟୋତିଙ୍କ କାହାଣୀ

ମୋବାଇଲର ଫଟୋ ହେଉ କି ସେଲ୍ଫି କିମ୍ବା ପୌରାଣିକ କଥାବସ୍ତୁ ସବୁକିଛିକୁ ନିଜ ତୁଳୀରେ ଅବିକଳ ରୂପ ଦେଇପାରନ୍ତି ଦିବ୍ୟଜ୍ୟୋତି। ଭିନ୍ନ ଢ଼ଙ୍ଗରେ ଭିନ୍ନ ରୂପରେ ନିଜର ତୁଳିକୁ ପରିଚୟ ଦେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟିଛନ୍ତି ଏହି କଳାକାର।

ଆମେ ଆପଣଙ୍କୁ ଆଜି ଯାହାଙ୍କ ବିଷୟରେ ପରିଚିତ କରାଇବୁ ସେ ହେଉଉଛନ୍ତି ପୁରୀ ଜିଲ୍ଲା ସଦର ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ଅଙ୍କିଆ ଗାଁର ଦିବ୍ୟଜ୍ୟୋତି ମାର୍ଥା। ତେବେ ଉପଯୁକ୍ତ ମଞ୍ଚ ଓ ପ୍ରଶିକ୍ଷଣ ଅଭାବରୁ ତାଙ୍କ କଳାକୃତିର ପ୍ରକୃତ ମୂଲ୍ୟ ମିଳିପାରୁନାହିଁ। ତାଙ୍କ ତୁଳୀ ବୁଲିଲେ ଫଟୋ ପାଉଛି ଜୀବନ। ପାରମ୍ପରିକ ଚିତ୍ର ଠାରୁ ଫାଇନ ଆର୍ଟ। ତାଳପତ୍ର ଖୋଦେଇରୁ ପଟଚିତ୍ରରେ ଚିତ୍ରକଳା। ସେହିଭଳି ଶାଢ଼ି ଓ ଦୁପଟ୍ଟାରେ ମଧ୍ୟ ଆର୍ଟ କରିବାରେ ସେ ସିଦ୍ଧହସ୍ତ। ତାଙ୍କ ଚିତ୍ରକଳାକୁ ଦେଶ ବିଦେଶରୁ ବେଶ ଉତ୍ସାହ ମିଲିଛି।

artt ରାଜ୍ଯ ସରକାରଙ୍କ ହସ୍ତଶିଳ୍ପ ପରିସରରେ ତାଳପତ୍ର ଖୋଦେଇ ଓ ପରେ ପଟଚିତ୍ର ହସ୍ତଶିଳ୍ପରେ ୨ବର୍ଷ ଜଣେ ଶିକ୍ଷାନବୀଶ ଭାବେ କାର୍ଯ୍ୟ କରିଛନ୍ତି। ଯୀଶୁଙ୍କ ଜନ୍ମ,ଅନ୍ତର୍ନିହିତ ଶ୍ରୀକୃଷ୍ଣ,ଧୂମପାନକୁ ନେଇ ସଚେତନତା ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଅବିକଳ ଚିତ୍ର ଆଙ୍କି ସାଙ୍ଗସାଥିଙ୍କ ଗହଣରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ଚିତ୍ରକଳାର ଏକ ତାଲିମ ଶିବିର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଦିବ୍ଯଜ୍ଯୋତି। ବାପା ହରିହର ମାର୍ଥା ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ମା ପ୍ରମିଳା ହେଉଛନ୍ତି ଗୃହିଣୀ। ଦିବ୍ୟଜ୍ୟେତି ପଞ୍ଚମ ଶ୍ରେଣୀରୁ ତାଙ୍କ ଚିତ୍ରକଳା ପାଇଁ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ। ତେବେ ଯଦି ଦିବ୍ୟଜ୍ୟେତିଙ୍କୁ ଉଚିତ ତାଲିମ ମିଳେ ତାହେଲେ ନିଶ୍ଚିତ ଭାବରେ ଏହା ଓଡିଶା ପାଇଁ ଗର୍ବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.