ଆପଲ୍‌କୁ ଅନୁକରଣ କଲା ସାସମଙ୍ଗ, ଏବେ Samsung Galaxy S21 ସିରିଜ ସହିତ ମିଳିବନି ଚାର୍ଜର ଏବଂ ଇୟରଫୋନ

ଆପଲ୍‌କୁ ଅନୁକରଣ କଲା ସାସମଙ୍ଗ, ଏବେ Samsung Galaxy S21 ସିରିଜ ସହିତ ମିଳିବନି ଚାର୍ଜର ଏବଂ ଇୟରଫୋନ
Samsung Galaxy S21 ସହିତ ଚାର୍ଜର ଓ ଇୟରଫୋନ୍ ଆସିନପାରେ। ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନି। ଏବେ ସବୁ ମୋବାଇଲ୍ କମ୍ପାନୀ ଆପଲକୁ ଫଲୋ କରୁଛନ୍ତି। ନିକଟରେ ଆପ୍ପଲ୍ ବକ୍ସରେ ଚାର୍ଜର ଓ ଇୟରଫୋନ୍ ନଦେବା ପାଇଁ ନିଷ୍ପତ୍ତି ନେଇଥିଲା।

ରିପୋର୍ଟ ଅନୁସାରେ Galaxy S21 ବକ୍ସରେ ଚାର୍ଜର ଓ ଇୟରଫୋନ୍ସ ଦିଆଯିବନି । କେବଳ Galaxy S21 ରେ ନୁହେଁ, ବରଂ Galaxy S21+ ଓ Galaxy S21 Ultra ରେ ମଧ୍ୟ ସେହିଭଳି କରାଯିବ । ତେବେ ସବୁଠାରୁ ମଜା କଥା ହେଉଛି, ନିକଟରେ ସାମସଙ୍ଗ ଏଥିପାଇଁ ଆପଲଙ୍କୁ ଟ୍ରୋଲ କରିଥିଲା। କେବଳ ସାମସଙ୍ଗ ନୁହେଁ ସାଓମୀ ମଧ୍ୟ ଟ୍ରୋଲ କରିଥିଲା। ଯଦି ଏହି ରିପୋର୍ଟ ସଠିକ୍ ଥାଏ ଏବଂ ସାମସଙ୍ଗ ନିଜ ଗ୍ରାହକଙ୍କୁ Galaxy S21 ସହିତ ଚାର୍ଜର ଦେବନି ତେବେ ଗ୍ରାହକ ନିଶ୍ଚୟ ନିରାଶ ହେବେ।

charger

ଆପ୍ପଲ ପରେ ଏବେ ଯଦି ଅନ୍ୟ କମ୍ପାନୀମାନେ ମଧ୍ୟ ଫୋନ୍ ସହିତ ବକ୍ସରେ ଚାର୍ଜର ଓ ଇୟରଫୋନ୍ସ ଦେବା ବନ୍ଦ କରିଦେବେ ତେବେ କମ୍ପାନୀମାନଙ୍କର ବହୁତ ଫାଇଦା ହେବ । ତେବେ ଆଗକୁ ଜଣାପଡିବ ଯେ ସାମସଙ୍ଗ ଏମିତି ନିଷ୍ପତ୍ତି ନେବ କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.