ଦୃଢ଼ମନା ରଞ୍ଜିତା: ୪ ହଜାରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ସିଲେଇ ଶିକ୍ଷା ଦେଇ କରାଇଛନ୍ତି ସ୍ୱାବଲମ୍ବୀ

ଏମିତି ଜଣେ ମହିଳା ଯିଏ ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନେକ ମହିଳାଙ୍କୁ ଶିକ୍ଷା ଦେବା ସହ ରୋଜଗାର ଯୋଗାଇଛନ୍ତି। ଏମିତି ଜଣେ ମହିଳା ହେଲେ ରାୟଗଡା ଜିଲ୍ଲା ଗୁଣପୁର ସହରର ରଞ୍ଜିତା ପଟ୍ଟନାୟକ। ଗୋଟିଏ ସିଲେଇ ମେସିନ ରୁ କାମ ଆରମ୍ଭ କରି ଏବେ ୨୫ ମେସିନ୍ ପାଖରେ ରହିଛି।

ଗୁଣପୁର(କେନ୍ୟୁଜ୍) :  ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ। ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ। ତେବେ ଏମିତି ଜଣେ ମହିଳା ଯିଏ ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନେକ ମହିଳାଙ୍କୁ ଶିକ୍ଷା ଦେବା ସହ ରୋଜଗାର ଯୋଗାଇଛନ୍ତି। ଏମିତି ଜଣେ ମହିଳା ହେଲେ ରାୟଗଡା ଜିଲ୍ଲା ଗୁଣପୁର ସହରର ରଞ୍ଜିତା ପଟ୍ଟନାୟକ। ଗୋଟିଏ ସିଲେଇ ମେସିନ ରୁ କାମ ଆରମ୍ଭ କରି ଏବେ ୨୫ ମେସିନ୍ ପାଖରେ ରହିଛି। ୪ ହାଜର ମହିଳାଙ୍କୁ ଶିକ୍ଷା ଦେଇଥିବାବେଳେ ରୋଜଗାରର ପନ୍ଥା ଦେଖାଇଛନ୍ତି।

ଦେଖନ୍ତୁ କେମିତି ଏକାଠି ହୋଇଛନ୍ତି ମହିଳାମାନେ। ସଭିଏଁ ନିଜ ନିଜ କାମରେ ବ୍ୟସ୍ତ । ଛୋଟ ରୁ ବଡ ସମସ୍ତେ ସିଲେଇ ଶିକ୍ଷା ନେବାରେ ଲାଗିଛନ୍ତି। ଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁର ସହରର ଏକ ସ୍ଵୟଂ ସହାୟକ ଗୋଷ୍ଠୀ କେନ୍ଦ୍ରର ଦୃଶ୍ୟ। ସମୟ କୁ ସଦ୍ ବିନିଯୋଗ କରି କିଛି ଅର୍ଥ ଉପାର୍ଜନ କରିବା ନେଇ ୧୯୯୮ ମସିହା ଏପ୍ରିଲ ୧ ତାରିଖ ରେ ଗୋଟିଏ ପୁରୁଣା ସିଲେଇ ମେସିନ୍ ସାହାଯ୍ଯ ରେ ସାହିର ୫ଜଣ ମହିଳା ଙ୍କୁ ନେଇ କାମ ଆରମ୍ଭ କରିଥିଲେ। ଆଉ ୨୦୧୬ ମସିହାରେ ସାହିର ୧୨ଜଣ ମହିଳାଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କଲେ। ଆଉ ସେହି ଦିନ ଠାରୁ ପଛକୁ ଚାହିଁ ନଥିଲେ।

selei

ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ରଞ୍ଜିତାଙ୍କୁ ଲୋନ୍ ଯୋଗାଇ ଦିଆଯାଥିଲା। ଏହାରି ମଧ୍ୟରେ ୨୫ ଟି ମେସିନ ଥିବା ବେଳେ ୪ ହଜାର ରୁ ଊର୍ଦ୍ଧ୍ଵ ମହିଳା ଏଠାରୁ ଶିକ୍ଷା ନେଇ ସ୍ୱାବଲମ୍ବୀ ହୋଇଥିବା କୁହାଯାଇଛି। ଆଉ ଶିକ୍ଷା ନେବା ସହ କାମ କରି ଏଠାରୁ ମାସିକ ଭଲ ଦୁଇ ପଇସା ମଧ୍ଯ ଉପାର୍ଜନ କରୁଥିବା କହିଛନ୍ତି ରଞ୍ଜିତା।

ମହିଳାଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ମେସିନ୍ ମାଧ୍ୟମରେ ସିଲେଇ କରି ନିଜେ ଉପାର୍ଜନ କ୍ଷମ ହେବା ସହ ଅନ୍ୟ ମାନଙ୍କୁ ମଧ୍ଯ ରାହା ଦେଖାଉଥିବା କହିଛନ୍ତି ରଞ୍ଜିତା । ଯାହା ଅନ୍ୟ ମହିଳାଙ୍କ ପାଇଁ ଏହା ଏକ ଉଦାହରଣ। ରଞ୍ଜିତାଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେଶ୍ ପ୍ରସଂଶା କରାଯାଉଛି।