ଥାନା IICଙ୍କ ବ୍ୟବହାରରେ SI ଅତିଷ୍ଠ , ଚାକିରିରୁ ଅବସର ନେବା ପାଇଁ ଏସପିଙ୍କ ନିକଟରେ କଲେ ଆବେଦନ

ଯାଜପୁର ଥାନା ଅଧିକାରୀଙ୍କ ବ୍ୟବହାରରେ ଏସ୍‌ଆଇ ଅତିଷ୍ଠ। ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ।

ଯାଜପୁର (କେନ୍ୟୁଜ): ଯାଜପୁର ଥାନା ଅଧିକାରୀଙ୍କ ବ୍ୟବହାରରେ ଏସ୍‌ଆଇ ଅତିଷ୍ଠ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରୁ। ଥାନା ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଥାନାର ଏସଆଇ ନିଜ ଚାକିରିରୁ ଅବସର ନେବା ପାଇଁ ଏସପିଙ୍କ ନିକଟରେ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଏସଆଇ ରାଧାନାଥ ଦାସ କିଛି ବର୍ଷ ହେଲା ଧର୍ମଶାଳା ଥାନାରେ ରହିଥିବା ବେଳେ ତାଙ୍କୁ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହାସହ ସେ ନିଜ ଚାକିରିରୁ ଅବସର ନେବା ପାଇଁ ଯାଜପୁର ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.