ପନିକିରେ ହାଣି ମହିଳାଙ୍କୁ ହତ୍ୟା, ବୈତରଣୀ ନଦୀ ବନ୍ଧରେ ପଡିଛି ମୃତଦେହ
ପନିକିରେ ହାଣି ମହିଳାଙ୍କୁ ହତ୍ୟା। ମୃତକଙ୍କ ନାମ ରେଣୁକା ଜେନା ବୋଲି ଜଣାପଡିଛି। ବୈତରଣୀ ନଦୀବନ୍ଧ ହେମନ୍ତପୁର ଠାରେ ମୃତ ଶରୀର ଠାବ
ଯାଜପୁର ଟାଉନ (କେନ୍ୟୁଜ): ପନିକିରେ ହାଣି ମହିଳାଙ୍କୁ ହତ୍ୟା। ମୃତକଙ୍କ ନାମ ରେଣୁକା ଜେନା ବୋଲି ଜଣାପଡିଛି। ମଙ୍ଗଳପୁର ଥାନା ଦତ୍ତପୁର ପଂଚାୟତ ହେମନ୍ତପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ବୈତରଣୀ ନଦୀବନ୍ଧ ହେମନ୍ତପୁର ଠାରେ ମୃତ ଶରୀର ଠାବ ହୋଇଛି। ଏନେଇ ମଙ୍ଗଳପୁର ପୋଲିସ ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ହେମନ୍ତପୁର ଗାଁ ରନଥା ଜେନାଙ୍କ ସ୍ତ୍ରୀ ରେଣୁକା ଜେନା (୫୦)ଙ୍କୁ ପନିକିରେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି। ତାଙ୍କ ମୃତଦେହ ବୈତରଣୀ ନଦୀବନ୍ଧ ହେମନ୍ତପୁର ଠାରେ ପଡିରହିଥିବା ଦେଖିବାକୁ ମିଳିଛି। ସେଠାରେ ଏକ ପନିକି ମଧ୍ୟ ପଡିଥିବା ଜଣାପଡିଛି। ଖବର ପାଇଁ ମଙ୍ଗଳପୁର ପୁଲିସ ତଦନ୍ତ ଆରମ୍ଭ କରିଛି।