ବାହାଘର ମଣ୍ଡପ ପାଲଟିଲା WWE, ବରକନ୍ୟା ରସଗୋଲା ଖୁଆଖୋଇକୁ ନେଇ ହେଲେ ମାରପିଟ୍‌: ଦେଖନ୍ତୁ ଭିଡିଓ

ବାହା ମଣ୍ଡପ ପାଲଟିଲା ରଣକ୍ଷେତ୍ର । ବରକନ୍ୟା ବାହାଘର ପରେ ରସଗୋଲା ଖୁଆଖୋଇ ନେଇ ହେଲେ ମାରପିଟ୍‌ । ବର ଓ କନ୍ୟା ଉଭୟରେ ଦୁଇ ବିଲେଇ ଭଳି ଲଢୁଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଅନେକ ଭାଇରଲ ଭିଡିଓ ଦେଖିଥିବେ । ଯାହାକୁ ଦେଖି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଥିବେ । ବିବାହ ସମୟରେ ବରପକ୍ଷ ଏବଂ କନ୍ୟାପକ୍ଷ ମଧ୍ୟ ପାଟିତୁଣ୍ଡ ହେବା ଘଟଣା ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ତାହା ଦେଖିଲେ ଆପଣ ହସି ହସି ନିଶ୍ଚିତ ଗଡିଯିବେ ।

ଭାଇରଲ ହେଉଥିବା ଭିଡିଓରେ ବାହାଘର ସରିବା ପରେ ବର କନ୍ୟାକୁ ରସଗୋଲା ଖୁଆଉ ଦେଉଥିଲେ । ଆଉ କନ୍ୟା ଜଣକ ରସଗୋଲା ସବୁ ଖାଇବାକୁ ଅରାଜି ଥିଲେ । ହେଲେ ବର ଜବରଦସ୍ତ କନ୍ୟାଙ୍କ ପାଟିରେ ରସଗୋଲା ମାଡିଦେଇଥିଲେ । ଫଳରେ କନ୍ୟା ଜଣକ ରାଗିଯାଇ ବରକୁ ଚାପୁଡା ମାରିଥିଲେ । ବରକୁ ଚାପୁଡା ମାରିବା ପରେ ଉଭୟଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା । ବାହାଘର ମଣ୍ଡପ ପାଲଟିଲା ଯୁଦ୍ଧକ୍ଷେତ୍ର । ଦୁହେଁ ମାରପିଟ ହେବା ସହିତ ଚୁଟି ଟଣାଭିଡା ହୋଇଥିଲେ । ଯେତେବେ ଯିଏ ବୁଝାଇଛଡାଇ ଥିଲେ ମଧ୍ୟ କେହି କାହାକୁ ଛାଡିବାକୁ ଅରାଜି ଥିଲେ । ଦୁହେଁ WWE ରେ ଲଢିବା ଭଳି ଲଢୁଥିଲେ ।

ଏହି ଭିଡିଓକୁ ଏବେ ଭାଇରଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହାକୁ ୭୧ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି । ଭିଡିଓକୁ ନେଇ ଲୋକେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.