Below header

ଶକ୍ତିର ଅନ୍ୟ ନାମ ‘ରେଖା ମିଶ୍ର’, ଏବେ ଯାଏଁ ୯୫୦ ଶିଶୁଙ୍କୁ ଦେଇସାରିଲେଣି ନୂଆ ଜୀବନ

ସମାଜର ପ୍ରତି କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ମହିଳାମାନେ ଆଜି ଆଗକୁ ବଢ଼ୁଛନ୍ତି। ବହୁ ସ୍ଥାନରେ ଆଜି ପୁରୁଷଙ୍କ ସମକକ୍ଷ ହୋଇପାରିଛନ୍ତି ମହିଳା। ଘରର ଚାରିକାନ୍ଥ ଭିତରୁ ବାହାରି ଲୋକଙ୍କୁ ସୁରକ୍ଷା ଦେବାରେ ମଧ୍ୟ ମହିଳାମାନେ ସମର୍ଥ ହୋଇଛନ୍ତି। ଜନତାଙ୍କୁ ସୁରକ୍ଷା ଦେବା ସହ ଶିଶୁଚାଲାଣ ରୋକିବାରେ ସକ୍ଷମ ହୋଇଥିବା ସେଭଳି ଜଣେ ମହିଳା ହେଉଛନ୍ତି ରେଖା ମିଶ୍ର। ଏଥିପାଇଁ ସେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ମୁମ୍ବାଇ ପୋଲିସର ମହିଳା ସବ୍‌ ଇନ୍‌ସପେକ୍ଟର ରେଖା ମିଶ୍ର ମାୟାନଗରୀ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ପ୍ରମୁଖ କାର୍ଯ୍ୟ ହେଉଛି ରେଳ ଷ୍ଟେସନ୍‌ରେ ଶିଶୁ ଚୋରାଚାଲାଣ ରୋକିବା। ଇତି ମଧ୍ୟରେ ରେଖା ପ୍ରାୟ ଏକ ହଜାର ଶିଶୁଙ୍କୁ ଉଦ୍ଧାର କରି ତାଙ୍କ ପରିବାର ନିକଟରେ ପହଞ୍ଚାଇସାରିଲେଣି। ମୁମ୍ବାଇକୁ ବିଭିନ୍ନ ରାଜ୍ୟରୁ ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ବହୁ ପିଲା କର୍ମ ସନ୍ଧାନରେ ଆସିଥାନ୍ତି। କିନ୍ତୁ ଏଠାକୁ ଆସି ସେମାନେ ଦିଗହରା ହୋଇଯାଉଛନ୍ତି। ଯାହା ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତି। ପିଲାଙ୍କୁ କାମ ଦେବାର ଲୋଭ ଦେଖାଇ ତାଙ୍କୁ ବାହାରକୁ ଚାଲାଣ କରୁଛନ୍ତି। ଆଉ କିଛି ଗ୍ୟାଙ୍ଗ ପିଲାଙ୍କୁୁ ପ୍ରଲୋଭନ ଦେଖାଇ ନେଇଯାଇ ତାଙ୍କ ଅଙ୍ଗ ବିକ୍ରି କରୁଛନ୍ତି। ଏସବୁ ଗ୍ୟାଙ୍ଗ୍‌କୁ ଧରିବାକୁ ନିୟୋଜିତ ହୋଇଛନ୍ତି ରେଖା ମିଶ୍ର।

rekha
Image Credit: thelogicalindian

 

ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ରେ ନିଯୁକ୍ତ ହୋଇଛନ୍ତି ରେଖା। ସେ ଏଠାରେ ଯୋଗ ଦେବା ପରଠୁ ଶିଶୁ ଚୋରାଚାଲାଣ ବନ୍ଦ ହୋଇଯାଇଛି କହିଲେ ଚଳେ। ତେବେ ଏକ ଇଣ୍ଟରଭ୍ୟୁରେ ରେଖା କହିଥିଲେ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇଁ ସେ ପୋଲିସ ବିଭାଗରେ ଯୋଗ ଦେଇଥିଲେ। ତାଙ୍କ ପିତା ମଧ୍ୟ ସେନାରେ ଚାକିରି କରୁଥିଲେ। ତେବେ ରେଖା ସମସ୍ତ ଝିଅଙ୍କୁ ମନୋବଳ ଦୃଢ଼ କରି ନିଜ ଭିତରର ଡରକୁ ଦୂର କରିବାକୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.