Below header

ଗଞ୍ଜାମ ଦଣ୍ଡଯାତ୍ରା ପାଇଁ ଆସିଲା କୋଭିଡ ଗାଇଡଲାଇନ୍: କେବଳ ଦଣ୍ଡୁଆମାନଙ୍କୁ ନେଇ ହେବ ଯାତ୍ରା

ଗଞ୍ଜାମ: ଗଞ୍ଜାମ ଦଣ୍ଡଯାତ୍ରା ପାଇଁ କୋଭିଡ ଗାଇଡଲାଇନ୍‌। କେବଳ ଦଣ୍ଡୁଆମାନଙ୍କୁ ନେଇ ହେବ ଯାତ୍ରା। ୨ଶହ ଲୋକଙ୍କ ଭିତରେ ପାଳନ ହେବ। ବିନା ମାସ୍କରେ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

କୋଭିଡ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି। ଦଣ୍ଡନାଚ ପାଇଁ ତହସିଲ୍‌ଦାରଙ୍କଠାରୁ ଅନୁମତି ନେବାକୁ ପଡିବ। ଦଣ୍ଡଯାତ୍ରାରେ ଅନ୍ନ ପ୍ରସାଦ ବଣ୍ଟନ କରିବା ମଧ୍ୟ ମନା କରାଯାଇଛି। ଦଣ୍ଡଯାତ୍ରାରେ ବାହାର ରାଜ୍ୟ ଓ ଜିଲ୍ଲା ଲୋକଙ୍କୁ ସାମିଲ କରାଯିବ ନାହିଁ। ଗର୍ଭବତୀ ମହିଳା ଓ ଶିଶୁ ମନ୍ଦିରକୁ ଯାଇ ପାରିବେ ନାହିଁ। ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.