ମାଲବାହୀ ଟ୍ରେନ ଧକ୍କାରେ ସ୍କର୍ପିଓ ଗାଡି ଚୁରମାର, ଡ୍ରାଇଭର ଆହତ

କୋରାପୁଟ : ମାଲବାହୀ ଟ୍ରେନ ଧକ୍କାରେ ସ୍କର୍ପିଓ ଗାଡି ଚୁରମାର। ଗାଡିର ଡ୍ରାଇଭର ଆହତ। ଆହତ ଡ୍ରାଇଭରକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି। ଗତକାଲି ରାତି ୧୧ଟାରେ ଘଟିଛି ଏହି ଘଟଣା ।

କୋରାପୁଟରୁ ଧୁସୁରାଗୁଡା ଗାଡିରେ ଯାଉଥିବାବେଳେ ଧୁସୁରାଗୁଡା ଜଗୁଆଳି ବିହିନ ଲେବଲ କ୍ରସିଂରେ ଘଟିଛି ଘଟଣା। କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍ ଏହି ଧକ୍କା ଦେଇଛି।

ବର୍ତ୍ତମାନ ଗାଡି ଚଳାଚଳ ସ୍ବାଭାବିକ ରହିଥିବାବେଳେ, ସ୍କର୍ପିଓ ଗାଡିରେ ଡ୍ରାଇଭର ଜଣେ ହିଁ ଥିବା ଜଣାପଡିଛି। ପୁସିଂ ବ୍ରିଜ ନଥିବା କାରଣରୁ  ଏହି  ଅଘଟଣ ଘଟିଥିବା କୁହାଯାଉଛି ।