Below header

ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମହାନତା, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇପାରିଛନ୍ତି ରୋଜଗାର

ଜୟ ଯବାନ ଜୟ କିଷାନ। ଏହି ଉକ୍ତିଟିକୁ ପାଳନ କରୁଛନ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ। ନିଜ ଜମିରେ ବିଭିନ୍ନ ପ୍ରକାର ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିଛନ୍ତି।

ଆଜିର ଯୁଗରେ ଟେକ୍ନୋଲୋଜି ବହୁତ ଆଗରେ। ଟେକ୍ନୋଲୋଜି ଯେତେ ଆଗକୁ ଯାଉଛି ଲୋକମାନେ ମଧ୍ୟ ଅଗ୍ରଗତିରେ ପହଞ୍ଚୁଛନ୍ତି । ଏହାରି ଭିତରେ ଚାଷ କାର୍ଯ୍ୟକୁ ଏକ ପ୍ରକାର ଭୁଲିଗଲେଣି । କିନ୍ତୁ ଆମେ ସମସ୍ତେ ଜାଣନ୍ତି କୃଷକ ମାନେ ହିଁ ଦେଶର ମେରୁଦଣ୍ଡ । ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧା ମୁକ୍ତ ସମାଜ ଗଠନରେ କୃଷକଙ୍କ ଅବଦାନ ଅତୁଳନୀୟ । ତେବେ ଆଜିର ଯୁଗରେ ସମସ୍ତେ ଚାକିରୀ ପଛରେ ଧାଇଁ ଏହି କୃଷି କାର୍ଯ୍ୟକୁ ଭୁଲିଯାଉଥିବା ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ଯାହା କରି ଦେଖାଇଛନ୍ତି ବାଃ ବାଃ ନକହି ଆପଣ ରହିପାରି ବେନି।

ଜୟ ଯବାନ ଜୟ କିଷାନ। ଏହି ଉକ୍ତିଟିକୁ ପାଳନ କରୁଛନ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ। ନିଜ ଜମିରେ ବିଭିନ୍ନ ପ୍ରକାର ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିଛନ୍ତି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ହରିପୁର ଗ୍ରାମର ଅବସର ପ୍ରାପ୍ତ ସେନା କର୍ମଚାରୀ ମନମୋହନ ସ୍ୱାଇଁ। ଚାକିରୀରୁ ୨୦୦୩ ମସିହାରେ ଅବସର ନେବା ପରେ ଗାଁର କିଛି ଲୋକଙ୍କୁ ରୋଜଗାର କ୍ଷମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ୨୦୦୪ ମସିହାରୁ ନିଜର ୬ ଏକର ଜମିରେ ବିଭିନ୍ନ ପ୍ରକାରର ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେହି ଚାଷରୁ ନିଜେ ରୋଜଗାର କରିବା ସହ ୧୦ରୁ ଅଧିକ ଲୋକଙ୍କୁ ମଧ୍ୟ ରୋଜଗାର ଦେଇପାରିଛନ୍ତି।

ମନମୋହନ ନିଜ ଜମିରେ ବିଭିନ୍ନ ପନିପରିବା ସହ ନଡିଆ, କଦଳୀ ,ମାଛ,କୁକୁଡା ଚାଷ ମଧ୍ୟ କରିଛନ୍ତି। ଏଥିରେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା କହିଛନ୍ତି। ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏଥିରୁ ମଧ୍ୟ ମନମୋହନ ଲାଭ ଉଠାଇ ପାରୁଛନ୍ତି। ଚାଷ କାର୍ଯ୍ୟ କରି ସେ ଏଵେ ଅଵସର ଜୀବନ ଖୁସିରେ ବିତାଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଯୁବ ସମାଜ ଚାକିରୀ ପଛରେ ନ ଗୋଡେଇ ସରକାରଙ୍କ କୃଷି ଯୋଜନାର ଲାଭ ଉଠେଇ ସ୍ୱାଵଲମ୍ବୀ ହେବାକୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.