ଛାତ୍ରୀଙ୍କୁ ଅସଦାଚରଣ ନେଇ ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ
ରାୟଗଡ଼ା ସହରର ଇନ୍ଦିରା ନଗର 5ମ ଲେନରେ ଥିବା ପ୍ରାଥମିକ ବିଦ୍ୟାଳୟର କୋମଳ ମତି ଶିଶୁମାନଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ ।

ରାୟଗଡ଼ା ସହରର ଇନ୍ଦିରା ନଗର 5ମ ଲେନରେ ଥିବା ପ୍ରାଥମିକ ବିଦ୍ୟାଳୟର କୋମଳ ମତି ଶିଶୁମାନଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ । ଗତ କିଛି ଦିନ ଧରି ବିଦ୍ୟାଳୟର ଛାତ୍ରୀମାନଙ୍କୁ ନିୟମିତ ଭାବେ ଶିକ୍ଷକ ମନୋରଞ୍ଜନ ନାୟକ ଅସଦାଚରଣ କରିବ ନେଇ ଅଭିଯୋଗ ହେଉଥିଲା ।
ଶିକ୍ଷକ ଛୁଟିରୁ ଫେରିବା ପରେ ଅଭିଭାବକମାନେ ସ୍କୁଲକୁ ଯାଇ ସଂପୃକ୍ତ ଶିକ୍ଷକଙ୍କୁ ଅସଦାଚରଣ ନେଇ ପଚାରିଥିଲେ। ପରେ ଶିକ୍ଷକଙ୍କୁ ନିର୍ଦ୍ଧୁମ ମାଡ ମାରି ବିଦ୍ୟାଳୟରେ ବନ୍ଦ କରି ରଖାଯାଇଛି। ଖବର ଲେଖା ହେବ ଯାଏ ଅଭିଭାବକମାନଙ୍କ ତରଫରୁ ରାୟଗଡ଼ା ସଦର ପୋଲିସକୁ ଖବର ଦିଆଯାଇଛି।