ଉପରାଷ୍ଟ୍ରପତିଙ୍କୁ ଅପମାନ ବିରୋଧରେ ୧ ଘଣ୍ଟା ସଂସଦରେ ଛିଡ଼ା ହୋଇ ରହିବେ ଶାସକ ଦଳର ସାଂସଦ

ଉପରାଷ୍ଟ୍ରପତିଙ୍କ ଅପମାନକୁ ନେଇ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ବଡ଼ ନିଷ୍ପତ୍ତି ନେଇଛି। ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ନିଆରା ବିରୋଧ ପ୍ରଦର୍ଶନ କରାଯିବ। ଜଗଦୀପ ଧନଖଡ଼ଙ୍କ ସମ୍ମାନାର୍ଥେ ବିଜେପିର ସଦସ୍ୟମାନେ ୧ ଘଣ୍ଟା ଛିଡ଼ା ହୋଇ ରାଜ୍ୟସଭା ପ୍ରକ୍ରିୟାରେ ଭାଗ ନେବେ।

ଉପରାଷ୍ଟ୍ରପତିଙ୍କ ଅପମାନକୁ ନେଇ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ବଡ଼ ନିଷ୍ପତ୍ତି ନେଇଛି। ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ନିଆରା ବିରୋଧ ପ୍ରଦର୍ଶନ କରାଯିବ। ଜଗଦୀପ ଧନଖଡ଼ଙ୍କ ସମ୍ମାନାର୍ଥେ ବିଜେପିର ସଦସ୍ୟମାନେ ୧ ଘଣ୍ଟା ଛିଡ଼ା ହୋଇ ରାଜ୍ୟସଭା ପ୍ରକ୍ରିୟାରେ ଭାଗ ନେବେ। ସାମ୍ବିଧାନିକ ପଦର ଅପମାନ କରାଯାଇଛି। ପ୍ରଥମ ଥର ଜାଟ୍‌ ସମାଜର କୃଷକ ପୁଅଙ୍କୁ ଏହି ବଡ଼ ସାମ୍ବିଧାନିକ ପଦ ମିଳିଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାକୁ କୃଷକ ଏବଂ ଜାଟ୍‌ ସମାଜର ଅପମାନ ବୋଲି କହିଛନ୍ତି। ‘ବିରୋଧୀ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଥିଲେ। ବର୍ତ୍ତମାନ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ଉପରାଷ୍ଟ୍ରପତିଙ୍କ ଅପମାନକୁ ହିନ୍ଦୁସ୍ତାନ ସହିବ ନାହିଁ। ବିରୋଧୀଙ୍କ ପତ୍ତନର ଏହା ଏକ ନୂଆ ସ୍ତର’।

ଯୋଶୀ କହିଛନ୍ତି, ‘ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ଏହି ଲୋକମାନେ ସାମ୍ବିଧାନିକ ପଦରେ ବସିଥିବା ଲୋକଙ୍କୁ ଅପମାନିତ କରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅପମାନିତ କରିଛନ୍ତି। କାରଣ, ସେମାନେ ଗରିବ ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛନ୍ତି। ଆପଣଙ୍କୁ ମଧ୍ୟ ଅପମାନିତ କଲେ। ଆପଣ ଜଣେ କୃଷକ ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛନ୍ତି। ଉପରାଷ୍ଟ୍ରପତିଙ୍କ ଅପମାନକୁ ଭାରତ ସହିବ ନାହିଁ। ଆପଣଙ୍କ ସମ୍ମାନ ଏବଂ ସେମାନଙ୍କ ବିରୋଧରେ ଆମେ ଛିଡ଼ା ହୋଇ ସଂସଦୀୟ ପ୍ରକ୍ରିୟାରେ ଭାଗ ନେବୁ’।

ସେପଟେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି, ‘ମୋତେ ମୋ ନିଜ ବିଷୟରେ ଚିନ୍ତା ନାହିଁ, ଏହାକୁ ମୁଁ ସହ୍ୟ କରିପାରିବି। କିନ୍ତୁ ମୁଁ ଚେୟାର ପ୍ରତି ଅସମ୍ମାନକୁ ବରଦାସ୍ତ କରିପାରିବି ନାହିଁ। ଏହି ଚେୟାରର ସମ୍ମାନକୁ ବଜାୟ ରଖିବା ହେଉଛି ମୋର ଦାୟିତ୍ୱ। ମୋର ଜାତି, ମୋର ପୃଷ୍ଠଭୂମି ଏବଂ ଏହି ଚେୟାରକୁ ଅପମାନିତ କରାଯାଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.