ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ଫସିଥିବା ସୂଚନା

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ରହିଛି ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ଓ ୩୦ ବାଇକ୍ ଥିବା ସୂଚନା ମିଳିଛି ।

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ରହିଛି ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ଓ ୩୦ ବାଇକ୍ ଥିବା ସୂଚନା ମିଳିଛି । ଏହି ଡଙ୍ଗାଟି ଦିନ ଗୋଟାଏରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା। ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଛି । ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି ଫସିରହିଥିବା ଯାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.