ଉପ-ରାଷ୍ଟ୍ରପତିଙ୍କ ମିମିକ୍ରିକୁ ଘୋର ନିନ୍ଦା କଲେ ରାଷ୍ଟ୍ରପତି ; ପ୍ରଧାନମନ୍ତ୍ରୀ କହିଲେ, ମୁଁ ବି ୨୦ ବର୍ଷ ହେବ ସହୁଛି

ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟିଏମସି ସାଂସଦ ମିମିକ୍ରି ଘଟଣାକୁ ନିନ୍ଦା । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦ ପରିସରରେ ଉପ ରାଷ୍ଟ୍ରପତିଙ୍କୁ ଅସମ୍ମାନ କଷ୍ଟ ଦେଇଛି ବୋଲି କହିଛନ୍ତି । ଘଟଣାକୁ ରାଷ୍ଟ୍ରପତି ନିନ୍ଦା କରିବା ସହ ଗଭୀର ମର୍ମାହତ ବୋଲି କହିଛନ୍ତି ।

ନୂଆଦିଲ୍ଲୀ : ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟିଏମସି ସାଂସଦ ମିମିକ୍ରି ଘଟଣାକୁ ନିନ୍ଦା । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦ ପରିସରରେ ଉପ ରାଷ୍ଟ୍ରପତିଙ୍କୁ ଅସମ୍ମାନ କଷ୍ଟ ଦେଇଛି ବୋଲି କହିଛନ୍ତି । ଘଟଣାକୁ ରାଷ୍ଟ୍ରପତି ନିନ୍ଦା କରିବା ସହ ଗଭୀର ମର୍ମାହତ ବୋଲି କହିଛନ୍ତି । ଏପଟେ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ସହ ଫୋନରେ କଥା ହୋଇଛନ୍ତି । ଘଟଣାକୁ ଦୁର୍ଭାଗ୍ୟଗନକ ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି ମୋଦି । ୨୦ ବର୍ଷ ମଧ୍ୟରେ ସେ ନିଜେ ବି ଅପମାନ ସହିଆସୁଥିବା ମୋଦି କହିଛନ୍ତି ।

ସେହିପରି ଲୋକସଭା ବାଚସ୍ପତି ଓମ ବିର୍ଲା ବି ଧନଖଡଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ଏପଟେ ଆଜି ବି ନିଲମ୍ବିତ ୧୪୧ ଜଣ ସାଂସଦ ସଂସଦରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ଗତକାଲି ମକର ଦ୍ବାରରେ ବସି ଧାରଣା ଦେଇଥିଲେ ବିରୋଧୀ ସାଂସଦ। ସାଂସଦମାନେ ସଂସଦର ପାହାଚରେ ବସିଥିବା ବେଳେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କର ନକଲ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ଏହାକୁ ମୋବାଇଲରେ ସୁଟିଂ କରିବା ଦେଖାଯାଇଥିଲା। କଲ୍ୟାଣ ବାନାର୍ଜୀ ଓ ରାହୁଲଙ୍କ ଏହି ଆଚରଣକୁ ସମସ୍ତେ ନିନ୍ଦା କରିଛନ୍ତି। ଏହା ଲଜ୍ଜାଜନକ ଓ ଅଗ୍ରହଣୀୟ ବୋଲି କହିଛନ୍ତି ଧନଖଡ଼।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.