Below header

ଘରେ ବନାନ୍ତୁ ଟେଷ୍ଟି ଏଗ୍ ଇଡ଼ଲି, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ସବୁବେଳେ ଗୋଟେ ପ୍ରକାର ଖାଦ୍ୟ ଖାଇବାକୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ, ତେଣୁ ଆଜି ଆମେ ଆପଣଙ୍କୁ ଏକ ନୂଆ ସ୍ୱାଦିଷ୍ଟ ରେସିପି ବିଷୟରେ ଜଣାଇବୁ । ଯାହାକୁ ବନେଇବା ଅତି ସହଜ ଏବଂ ଏହା ଖୁବ ସ୍ୱାଦିଷ୍ଟ ମଧ୍ୟ । ତେବେ ଆସନ୍ତୁ ଜାଣିବା ଏଗ ଇଡ଼ଲିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ଖାଦ୍ୟରେ ସବୁବେଳେ ପରିବର୍ତ୍ତନ ଆଣିବା ଉଚିତ । ସବୁବେଳେ ଗୋଟେ ପ୍ରକାର ଖାଦ୍ୟ ଖାଇବାକୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ, ତେଣୁ ଆଜି ଆମେ ଆପଣଙ୍କୁ ଏକ ନୂଆ ସ୍ୱାଦିଷ୍ଟ ରେସିପି ବିଷୟରେ ଜଣାଇବୁ । ଯାହାକୁ ବନେଇବା ଅତି ସହଜ ଏବଂ ଏହା ଖୁବ ସ୍ୱାଦିଷ୍ଟ ମଧ୍ୟ । ତେବେ ଆସନ୍ତୁ ଜାଣିବା ଏଗ୍ ଇଡ଼ଲିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ:
ଅଣ୍ଡା- ୮ ରୁ ୧୦ଟି, ଭୃସଙ୍ଗ ପତ୍ର, ଅଳ୍ପ ଲଙ୍କା ଗୁଣ୍ଡ, ତେଲ- ୨ ଚାମଚ, ସୋରିଷ- ୧ ଚାମଚ, ହଳଦୀ- ଅଧା ଚାମଚ, ଧନିଆ ପତ୍ର, ସ୍ୱାଦନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:
ଏଗ୍ ଇଡ୍‌ଲି ବନାଇବା ପାଇଁ ସର୍ବପ୍ରଥମେ ଇଡ୍‌ଲି ଛାଞ୍ଚରେ ପାଣି ଗରମ କରନ୍ତୁ । ଏହା ପରେ ଛାଞ୍ଚରେ ତେଲ ଲଗାଇ ଦିଅନ୍ତୁ । ଇଡ୍‌ଲି ଛାଞ୍ଚରେ ଗୋଟେ ଗୋଟେ ଅଣ୍ଡା ଭାଙ୍ଗି ସେଥ୍‌ରେ ଅଳ୍ପ ଲୁଣ ପକାଇ କୋକ୍ ସାହାଯ୍ୟରେ ଧୀରେ ଧୀରେ ଅଣ୍ଡା ଏବଂ ଲୁଣକୁ ମିଶାନ୍ତୁ । ପ୍ରାୟ ୧୦ ମିନିଟ୍ ପାଇଁ ଅଣ୍ଡାକୁ ବାମ୍ଫରେ ସିଝିବା ପାଇଁ ଛାଡ଼ନ୍ତୁ । ଏହା ପରେ ଚେକ୍ କରନ୍ତୁ ଯେ ତାହା ସିଝିଛି ନା ନାହିଁ ।

ଏବେ ମସଲା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ସୋରିଷ ଏବଂ ଭୃସଙ୍ଗ ପତ୍ର ପକାନ୍ତୁ । କିଛି ସେକେଣ୍ଡ ପାଇଁ ଏହାକୁ ଭାଜି ଦିଅନ୍ତୁ ଏବଂ ଏହାପରେ ହଳଦୀ, ଲଙ୍କା ଗୁଣ୍ଡ ଏବଂ ଲୁଣ ପକାନ୍ତୁ । ଏବେ ପ୍ୟାନ୍‌ରେ ଏଗ୍ ଇଡ୍‌ଲି ପକାଇ ତଡ୍‌କା ଦେଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଏଗ୍ ଇଡ୍‌ଲି । ଏବେ ଏଗ୍ ଇଡ୍‌ଲିକୁ ଧନିଆ ପତ୍ରରେ ଗାର୍ନିସ କରି ଗରମ ଗରମ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.