Below header

ମହାଦେବଙ୍କ ପରିବାରରେ ରହିଛି ନଅଟି ଗ୍ରହର ଉପସ୍ଥିତି, ଆପଣ ରୁଦ୍ରାଭିଷେକ କଲେ ହେବ ଗ୍ରହ ଶାନ୍ତି

ଆରମ୍ଭ ହେବ ଯୋଡ଼ା ଶ୍ରାବଣର ଶେଷ ପନ୍ଦର ଦିନ । ସମସ୍ତେ ଜାଣନ୍ତି ଯେ ବାର ମାସ ମଧ୍ୟରୁ ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପାଇଁ ବିଶେଷ ଭାବେ ଉତ୍ସର୍ଗୀକୃତ । ଏହା ଶ୍ରାବଣ ନକ୍ଷତ୍ରରୁ ଆରମ୍ଭ ହୁଏ ଏବଂ ସୂର୍ଯ୍ୟ ଦକ୍ଷିଣାୟନ ହେବା ମାତ୍ରେ ଭଗବାନ ଶିବଙ୍କ ଉପାସନା ଆରମ୍ଭ ହୁଏ । ଏହି ସମୟରେ କିଛି ବିଶେଷତା ଅଛି । ଆପଣ କେବେ ଚିନ୍ତା କରିଛନ୍ତି କି ଏହା କାହିଁକି? ଶ୍ରାବଣର ପରମ୍ପରା ପଛରେ କିଛି କାରଣ ଲୁଚି ରହିଛି । ଆଜି ଜାଣନ୍ତୁ ..

ଆରମ୍ଭ ହେବ ଯୋଡ଼ା ଶ୍ରାବଣର ଶେଷ ପନ୍ଦର ଦିନ । ସମସ୍ତେ ଜାଣନ୍ତି ଯେ ବାର ମାସ ମଧ୍ୟରୁ ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପାଇଁ ବିଶେଷ ଭାବେ ଉତ୍ସର୍ଗୀକୃତ । ଏହା ଶ୍ରାବଣ ନକ୍ଷତ୍ରରୁ ଆରମ୍ଭ ହୁଏ ଏବଂ ସୂର୍ଯ୍ୟ ଦକ୍ଷିଣାୟନ ହେବା ମାତ୍ରେ ଭଗବାନ ଶିବଙ୍କ ଉପାସନା ଆରମ୍ଭ ହୁଏ । ଏହି ସମୟରେ କିଛି ବିଶେଷତା ଅଛି । ଆପଣ କେବେ ଚିନ୍ତା କରିଛନ୍ତି କି ଏହା କାହିଁକି? ଶ୍ରାବଣର ପରମ୍ପରା ପଛରେ କିଛି କାରଣ ଲୁଚି ରହିଛି । ଆଜି ଜାଣନ୍ତୁ ..

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରଶନ୍ନ କରିବା ପାଇଁ ଶିବ ମନ୍ଦିର ଯାଇ ପୂଜା ଆରାଧନା କରାଯାଇଥାଏ । ଏହି ମାସରେ ଭକ୍ତ ଜଳାଭିଷେକ, ରୁଦ୍ରାଭିଷେକ ଓ ମନ୍ତ୍ର ଜପ କରି ମହାଦେବଙ୍କୁ ପ୍ରଶନ୍ନ କରିଥାନ୍ତି । ପୌରାଣିକ ବିଶ୍ୱାସ ଅନୁଯାୟୀ, ଶ୍ରାବଣ ମାସରେ ସମୁଦ୍ର ମନ୍ଥନ କରାଯାଇଥିଲା ଏବଂ ମହାଦେବ ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇଥିଲେ। ବିଷର ପ୍ରଭାବକୁ ହ୍ରାସ କରିବାକୁ ସମସ୍ତ ଦେବତା ମହାଦେବଙ୍କ ଉପରେ ଜଳାଭିଷେକ କରିଥିଲେ। ତେଣୁ ଏହି ମାସରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହି କାରଣରୁ ପ୍ରକୃତି ମଧ୍ୟ ଏହି ମାସରେ ବର୍ଷା କରେ । ତେଣୁ କୁହାଯାଏ ଶ୍ରବଣ ମାସ ରେ ଧାରା ଶ୍ରବଣ ହୁଏ ।

ଶିବ ହେଉଛନ୍ତି ଏକମାତ୍ର ଯିଏ କି ବୈରାଗୀ l ଅଘୋରୀ ସହିତ ସେ ବିବାହିତ ବି.. l ତାଙ୍କର ପୁରା ପରିବାର ଏକ ସମନ୍ୱୟର ପ୍ରତୀକ l ପରସ୍ପରର ଶତ୍ରୁ ହେଲେ ବି ଏକାଠି ରୁହନ୍ତି ଯେପରି ଗୋଟିଏ ପରିବାର .. l ଯେପରି ଗଣପତିଙ୍କ ମୂଷା ଏବଂ ମହାଦେବଙ୍କ ଗଳା ରେ ଥିବା ନାଗ ସାପ l ଯେଉଁଠାରେ କାର୍ତ୍ତିକେୟଙ୍କର ମୟୂର ସେଠାରେ ଶିବଙ୍କ ବୃଷଭ l ଆଉ ମାତା ପାର୍ବତୀଙ୍କ ସିଂହ ସମସ୍ତେ ପରସ୍ପରର ଶତ୍ରୁ ହେଲେ ବି ପରିବାରରେ ରହି ପରସ୍ପରକୁ ସୁରକ୍ଷା ଦିଅନ୍ତି l

ଅନ୍ୟ ଏକ ରହସ୍ୟମୟ କଥା ହେଉଛି ସମସ୍ତ ଗ୍ରହ ଶିବ ପରିବାରରେ ଅନ୍ତର୍ଭୁକ୍ତ l ଗ୍ରହମାନଙ୍କର ରାଜା ସୂର୍ଯ୍ୟ ନିଜେ ମହାଦେବ । ତାଙ୍କ ମଥାରେ ରେ ବସିଛନ୍ତି ଚନ୍ଦ୍ର । କାର୍ତ୍ତିକେୟ ନିଜେ ମଙ୍ଗଳ ଏବଂ ବୁଧ ହେଉଛି ଗଣେଶ। ଗୁରୁ ରୂପେ ନନ୍ଦୀ ଏବଂ ଶୁକ୍ର ମାତା ପାର୍ବତୀ ଅଛନ୍ତି। ନ୍ୟାୟର ଦେବତା ଶନି ଭୋଳାନାଥଙ୍କ ତ୍ରିଶୁଳ। ରାହୁ ସାପର ମୁହଁ ଏବଂ କେତୁ ହେଉଛି ସାପର ଲାଞ୍ଜ। ରୁଦ୍ରଙ୍କ ଅଭିଷେକ ଅର୍ଥାତ୍ ରୁଦ୍ରାଭିଷେକ ସର୍ବଫଳଦାୟୀ ହୋଇଥାଏ । ଏହା କରିବା ଦ୍ୱାରା ସମସ୍ତ ଗ୍ରହ ଶାନ୍ତ, ଖୁସି ଏବଂ ସନ୍ତୁଷ୍ଟ ହୁଅନ୍ତି । ପାରିବାରିକ ସମନ୍ୱୟର ପ୍ରତୀକ ହୋଇ ସମଗ୍ର ପରିବାର ଅଭିଷେକକୁ ଏକତାର ସୂତ୍ରରେ ବାନ୍ଧି ରଖନ୍ତି । ତେଣୁ ଆପଣ ଯଦି ରୁଦ୍ରାଭିଷେକ କରୁଛନ୍ତି ତେବେ ଅପଣଙ୍କ ଉପରେ ଗ୍ରହ ମାନଙ୍କ ଶୁଭ ଦୃଷ୍ଟି ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.