ଭୁସ୍ ଭୁସ୍ ହୋଇ ବ୍ୟାଟେରୀ ଗାଡିରୁ ବାହାରୁଛି ଧୂଆଁ, ଦୃଶ୍ୟ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଇଲେକ୍ଟ୍ରିକ୍ ସ୍କୁଟର ଚାଳକ ସାବଧାନ୍ । ନଚେତ ଆପଣଙ୍କର ବି ହୋଇପାରେ ଏପରି ଅବସ୍ଥା । ଆପଣ ଦେଖିପାରୁଥିବେ କେମିତି ଭୁସ୍ ଭୁସ୍ ହୋଇ ବ୍ୟାଟେରୀ ଗାଡିରୁ ବାହାରୁଛି ଧୂଆଁ ।

ରାଉରକେଲା (କେନ୍ୟୁଜ) : ଇଲେକ୍ଟ୍ରିକ୍ ସ୍କୁଟର ଚାଳକ ସାବଧାନ୍ । ନଚେତ ଆପଣଙ୍କର ବି ହୋଇପାରେ ଏପରି ଅବସ୍ଥା । ଆପଣ ଦେଖିପାରୁଥିବେ କେମିତି ଭୁସ୍ ଭୁସ୍ ହୋଇ ବ୍ୟାଟେରୀ ଗାଡିରୁ ବାହାରୁଛି ଧୂଆଁ । ସ୍କୁଟରର ଅବସ୍ଥା ଏପରି ହୋଇଗଲା ଯେ ଖଣ୍ଡମଣ୍ଡଳ ହୋଇଗଲା ଏକଦମ୍ ଧୂଆଁମୟ । ପାଇପରୁ ଗ୍ୟାସ୍ ବାହାରିଲା ପରି ସୁ ସୁ ହୋଇ ବାହାରୁଛି ଧୂଆଁ ।

ଏ ଦୃଶ୍ୟ ହେଉଛି ରାଉରକେଲା ସହରର ରାଉରକେଲା ସହରର ବନ୍ଧମୁଣ୍ଡା ରେଳବାଇ କଲୋନୀ ର “A” ବ୍ଲକ୍ ଛକ ରାସ୍ତା ଉପରର । ଏଠାରେ ଏକ ଇଲେକ୍ଟ୍ରିକ ସ୍କୁଟର ମାତ୍ର କେଇ ମିନିଟରେ ଜଳିଗଲା । ତେବେ ଯାହା ସୂଚନା ରହିଛି ରାସ୍ତା ଉପରେ ଇଲେକ୍ଟ୍ରୋନିକ ସ୍କୁଟି ରଖି ମାଲିକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଆଉ ଏତିକି ବେଳେ ଝିପିଝିପି ବର୍ଷା ହୋଇଥିଲା । ଆଉ ଏହାର କିଛି ସମୟ ପରେ ବ୍ୟାଟେରୀ ଗାଡିରେ ସର୍ଟ ସର୍କିଟ ହୋଇ ଧୂଆଁ ଉଠିଲା । ଆଉ ଏହି ଧୂଆଁ କେତେ ବିପଦଜନ୍ନକ ଭାବେ ଉପରକୁ ଉଠୁଥିଲା ଆପଣ ଏ ଦୃଶ୍ୟରୁ ଅନୁମାନ କରିପାରୁଥିବେ ।

ତେବେ ସୌଭାଗ୍ୟବସତଃ ଧୂଆଁ ବନ୍ଦ ହେବା ପରେ ସ୍କୁଟି ମାଲିକ ଓ ସ୍ଥାନୀୟ ଲୋକ ନିଆଁ ଲାଗିବା ପୂର୍ବରୁ ଗାଡିରେ ପାଣି ଢ଼ାଳିଦେଇଦେଲେ । ଯେଉଁକାରଣରୁ ଏକ ବଡ଼ ଅଗ୍ନିକାଣ୍ଡରୁ ରକ୍ଷା ହୋଇଗଲା। କିନ୍ତୁ ଆପଣଙ୍କୁ ସତର୍କ ରହିବାକୁ ପଡିବ । ନଚେତ ଆପଣଙ୍କର ସାମାନ୍ୟ ଅବହେଳା ଆପଣଙ୍କୁ ଏମିତି ସମସ୍ୟାରେ ପକାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.