Below header

ଶ୍ରାବଣ ଶିବରାତ୍ରି ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ହୋଇଥାଏ ବହୁତ ଶୁଭ, ଭଗବାନ ଶିବଙ୍କର ରହିଥାଏ ବିଶେଷ କୃପା

ଏମିତିରେ ତ ସବୁ ମାସରେ ଶିବରାତ୍ରି ପଡ଼ିଥାଏ, ହେଲେ ଶ୍ରାବଣ ମାସରେ ପଡୁଥିବା ଶିବରାତ୍ରୀର କିଛି ଖାସ ମହତ୍ୱ ରହିଛି । ୨୬ ଜୁଲାଇରେ ଶ୍ରାବଣ ଶିବରାତ୍ରି ପର୍ବ ପାଳନ କରାଯିବ । ଖାସ କଥା ହେଉଛି ଏଥର ଶିବରାତ୍ରୀ ମଙ୍ଗଳବାର ପଡ଼ୁଛି । ତେଣୁ ଶ୍ରାବଣରେ ପଡୁଥିବା ପ୍ରତ୍ୟେକ ମଙ୍ଗଳବାରର ଖାସ ମହତ୍ୱ ରହିଛି ।

ଶ୍ରାବଣ ମଙ୍ଗଳବାରରେ ମା’ ଗୌରୀଙ୍କର ବିଶେଷ ଆରାଧନା କରାଯାଏ । ଏମିତିରେ ଶିବରାତ୍ରୀ ଏହି ଦିନ ପଡ଼ିବା ଭକ୍ତଙ୍କ ପାଇଁ ବହୁତ ଫଳଦାୟୀ ହୋଇଥାଏ । ଆସନ୍ତୁ ଜାଣିବା ଏହି ଶିବରାତ୍ରୀ କେଉଁ ରାଶିଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ମେଷ ରାଶି :

ଏହି ରାଶିଙ୍କ ପାଇଁ ଶିବରାତ୍ରୀ ବହୁତ ଶୁଭ ହେବ । ଶିବରାତ୍ରୀରେ ଭଗବାନ ଶିବଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ । ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ବଡ଼ କାମ ଫଳବତୀ ହୋଇପାରେ । ବିଭିନ୍ନ ମାଧ୍ୟମରୁ ଧନ ପ୍ରାପ୍ତି ହେବ । ନୂତନ କାମ ଆରମ୍ଭ କରିବା ପାଇଁ ସମୟ ବହୁତ ଉପଯୋଗୀ ।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ଶୁଭ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । କାମରେ ମନ ଲାଗିବ । ଚାକିରି ଆଶାୟୀ ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ଭଲ । ବ୍ୟବସାୟରେ ଉନ୍ନତି ହେବ । ନୂଆ କାମ ଆରମ୍ଭ କରିବେ ।

କନ୍ୟା ରାଶି :

ଏହି ରାଶିର ବ୍ୟକ୍ତଙ୍କ ପାଇଁ ଭଗବାନ ଶିବଙ୍କ ବିଶେଷ କୃପା ରହିବାକୁ ଯାଉଛି । ଅଟକି ଯାଇଥିବା ଧନ ମିଳିବାର ସମ୍ଭାବନା ରହିଛି । ଚାକିରିରେ ପ୍ରମୋଶନ ଯୋଗ ସହ ବିଦେଶରେ ଚାକିରି ହେବାର ସ୍ୱପ୍ନ ପୁରଣ ହୋଇପାରେ । କାର୍ଯ୍ୟରେ ପ୍ରଶଂସା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.