Below header

ବୈଜ୍ଞାନିକଙ୍କ ମାନଙ୍କ ଅଦ୍ଭୁତ ଉଦ୍ଭାବନ, ରୋବଟ ବି ଜନ୍ମ କରିପାରିବ ଛୁଆ

ଆଜିର ବିଜ୍ଞାନ ଯୁଗରେ ସବୁ ସମ୍ଭବ ହେଲାଣି ଏମିତିକି ବିଜ୍ଞାନ ବର୍ତ୍ତମାନ ଏତେ ମାତ୍ରାରେ ଆଗକୁ ବଢିଛି ଯେ କିଛି ଲୋକ ଭାବିବାକୁ ଲାଗିଲେଣି ଯେ ସେହି ଦିନ ଆଉ ଦୂର ନାହିଁ ଯେବେ ମଣିଷମାନେ କୃତ୍ରିମ ରୂପି ମଣିଷ ତିଆରି କରିବାରେ ସକ୍ଷମ ହୋଇଯିବେ ଓ ନିଜେ ହିଁ ବୈଜ୍ଞାନିକ କୌଶଳ ଆପଣାଇ ପିଲା ତିଆରି କରିବେ କିନ୍ତୁ ବୈଜ୍ଞାନିକମାନେ ଏହି କୌଶଳକୁ ଆପଣାଇବାକୁ ଏବେବି ଅଧିକ ସମୟ ଲାଗିବ ବୋଲି ଅନୁମାନ କରୁଛନ୍ତି । ଏହା ପରେ ବି ସେମାନେ ଏମିତି କିଛି ଉଦ୍ଭାବନ କରିଛନ୍ତି ଯେ ହୁଏତ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବୈଜ୍ଞାନିକମାନେ ତିଆରି କରିଛନ୍ତି ଦୁନିଆର ଜୀବନ୍ତ ରୋବଟ । ହଁ ଦର୍ଶକବନ୍ଧୁ ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ରୋବୋଟ ବର୍ତ୍ତମାନ ଜୈବିକ ପ୍ରଜନନ ମଧ୍ୟ କରିପାରିବ । ଏମିତିକି ନିଜ ପିଲା ନିଜେ ଜନ୍ମ କରିପାରିବ ରୋବୋଟ । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ଜୀବଜନ୍ତୁ ଓ ଉଦ୍ଭିଦ ପରି କିନ୍ତୁ ପିଲାଜନ୍ମ କରିବନି ରୋବୋଟ ।

କେମିତି ତିଆରି ହେଲେ ଜୀବିତ ରୋବୋଟ ?

ଆମେରିକା ବୈଜ୍ଞାନିକମାନେ ଜେନୋପସ ଲେବିସ ନାମରେ ଥିବା ଏକ ବେଙ୍ଗର ଷ୍ଟେମ ସେଲ ଜରିଆରେ ଏକ ରୋବୋଟ ନିର୍ମାଣ କରିଥିଲେ, ଯାହାକୁ ସେମାନେ ଜେନୋବୋଟ୍ସ ନାମ ଦେଇଥିଲେ । ଏହା ଏକ ମିଲିମିଟର ଠାରୁ ମଧ୍ୟ ଛୋଟ ଓ ଏହାକୁ ଗତ ବର୍ଷ ପ୍ରଦର୍ଶିତ କରାଯାଉଥିଲା । ସେତେବେଳେ ତାଙ୍କର ଏକ୍ସପେରିମେଣ୍ଟ କରାଯାଉଥିଲା ଓ ସେହି ସମୟରେ ସେମାନେ ଚାଲି ପାରୁଥିଲେ । ଏହା ସାଙ୍ଗରେ ସେମାନେ ମିଳିମିଶି କାମ ପରସ୍ପର କରିପାରୁଥିଲେ ଓ ନିଜର ଧ୍ୟାନ ରଖିବା ଓ ଉପଚାର କରିବାରେ ମଧ୍ୟ ସକ୍ଷମ ଥିଲେ । ବର୍ତ୍ତମାନ ଭରମୋଣ୍ଟ ଟଫ୍ସ ୟୁନିଭରସିଟି ଓ ହାର୍ବାର୍ଡ ୟୁନିଭରସିଟି ର ୱିସ୍ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲି ଅନୁପ୍ରାଣିତ ଇଞ୍ଜିନିୟରିଂ ର ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ଜୈବିକ ପ୍ରଜନନର ନୂଆ ରୂପ ଖୋଜି ବାହାର କରିଛନ୍ତି । ଯାହା କି ବିଜ୍ଞାନ ସହିତ ଯୋଡା ହୋଇଥିବା କୌ ଣସି ଉଦ୍ଭିଦ ଓ ଜୀବଜନ୍ତୁ ର ପ୍ରଜନନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

robot

ତେବେ ବର୍ତ୍ତମାନ ଆସିଥିବା ନୂଆ ଅଧ୍ୟୟନର ସହ – ପ୍ରମୁଖ ଲେଖକ ଓ ଟଫ୍ସ ୟୁନିଭରସିଟି ରେ ବାୟୋଲୋଜି ପ୍ରୋଫେସର ଏବଂ ଏଲନ ଡିସ୍କୋଭରି ସେ ଣ୍ଟରର ନିର୍ଦ୍ଦେଶକ ମାଇକଲ ଲେବିନ କହିଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ଭାବେ ଆଚମ୍ବିତ ହୋଇଯାଇଥିଲେ ଏହା ଦେଖି । ସିଏନଏସ ର ରିପୋର୍ଟ ଅନୁଯାୟୀ ସେମାନେ କହିଛନ୍ତି ଯେ ପ୍ରଜନନ ପ୍ରକ୍ରିୟାରେ ବେଙ୍ଗମାନଙ୍କର ନିଜର ଶୈଳି ଥାଏ କିନ୍ତୁ ଯେତେବେଳେ କୋଷଗୁଡିକୁ ଭୃଣର ଅନ୍ୟ ଭାଗରେ ଉନ୍ମୁକ୍ତ କରାଗଲା ଓ ସେମାନଙ୍କୁ ନୂଆ ପରିବେଶ ବା ବାତାବରଣରେ ଛଡାଗଲା ସେତେବେଳେ ସାମ୍ନାକୁ ଆସିଥିଲା ଆଶ୍ଚର୍ଯ୍ୟଜନକ ପରିଣାମ । ନୂତନ ପରିବେଶରେ ସେମାନଙ୍କର ଗତିବିିଧି ଉପରେ ଖାଲି ଜାଣିବାକୁ ମିଳିନଥିଲା ଏହା ଛଡା ପ୍ରଜନନ ପ୍ରକ୍ରିୟାର ନୂଆ ପଦ୍ଧତି ମଧ୍ୟ ସାମ୍ନାକୁ ଆସିଥିଲା । ଷ୍ଟେମ କୋଷଗୁଡିକ ଏମିତି କୋଷ ଅଟନ୍ତି ଯେ ଯାହା ମଧ୍ୟରେ ଅନ୍ୟ ପ୍ରକାରର କୋଷକୁ ବିକଶିତ କରିବାର କ୍ଷମତା ରହିଥାଏ । ଜେନୋବୋଟ୍ସ ତିଆରି କରିବା ପାଇଁ ବୈଜ୍ଞାନିକମାନେ ବେଙ୍ଗର ଭୃଣରୁ ଜୀବିତ ଷ୍ଟେମ କୋଷିକା ବାହାର କରିଥିଲେ ଓ ସେମାନଙ୍କୁ ବଞ୍ଚିବା ପାଇଁ ଛାଡିଦେଇଥିଲେ । ଏଥିରେ ଜିନ ମାନଙ୍କୁ ଖରାପ ରୂପେ ମଧ୍ୟ ବ୍ୟବହାର କରାଯାଇ ନଥିଲା । ତେବେ ଏହିଭଳି ଭାବେ ସେମାନେ ଅନୁବଂଶିକ ରୂପରେ ବେଙ୍ଗ ର ଅପରିବର୍ତ୍ତିତ କୋଷିକାରୁ ତିଆରି ହୋଇଥିବା ଜୀବ ।

robot

ଏହି ଗବେଷଣାର ପ୍ରମୁଖ ଲେଖକ ଓ ଭରମୋଣ୍ଟ ୟୁନିଭରସିଟି ର କମ୍ପ୍ୟୁଟର ସାଇସ୍ସ ପ୍ରୋଫେସର ଏବଂ ରୋବୋଟିକ୍ସ ବିଶେଷଜ୍ଞ ଜୋସ ବୋଂଗାର୍ଡ କହିଛନ୍ତି ଅନେକ ଲୋକ ଭାବନ୍ତି ଯେ ରୋବୋଟ ଧାତୁ କିମ୍ବା ସିରାମିକ ରେ ତିଆରି ହୋଇଥାଆନ୍ତି କିନ୍ତୁ ରୋବୋଟ କେବଳ ଏଥିରେ ତିଆରି ହୋଇ ନଥାଆନ୍ତି । ସେମାନେ କେଉଁଥିରୁ ତିଆରି ହୁଅନ୍ତି ତାହାହିଁ ନିର୍ଦ୍ଧାରଣ କରିଥାଏ ଯେ ସେମାନେ କ’ ଣ କ’ଣ କରିପାରିବେ । ସେଥି ପାଇଁ ତ ତାଙ୍କୁ ରୋବୋଟ କୁହାଯାଏ । ତେବେ ଜେନୋବୋଟ୍ସ ଆରମ୍ଭରୁ ଗୋଲାକାର ଥିଲେ ଓ ସେମାନେ ପାଖାପାଖି ୩ ହଜାର କୋଷିକାରୁ ତିଆରୁ ହେଉଥିଲେ । ବୋଂଗାର୍ଡ ଙ୍କ କହିବା ଅନୁସାରେ ଜେନୋବୋଟ୍ସ ନିଜର ପ୍ରତିବିମ୍ବ ତିଆରି କରିପାରନ୍ତି କିନ୍ତୁ ଏହା ବେଳେବେଳେ ହୋଇଥାଏ । ଜେନୋବୋଟ କାଇନେଟିକ ରିଫ୍ଲେକ୍ସନ ପ୍ରକ୍ରିୟାର ଉପୋଯୋଗ କରିଥାଆନ୍ତି । ଯାହାକି ଆଣବିକ ସ୍ତରରେ ହୋଇଥାଏ କିନ୍ତୁ କେବେ ସମ୍ପୂର୍ଣ୍ଣ କୋଷିକା କିମ୍ବା ଜୀବଙ୍କ କ୍ଷେତ୍ରରେ ଦେଖାଯାଇନାହିଁ ।
ତେବେ ଏହି ଅଧ୍ୟୟନ ଏହି ସପ୍ତାହରେ ପିଅର ରିଭ୍ୟୁ ପାଇଁ PANS ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।

ଯେଁଉଥିରେ ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଂଣ୍ଟେଲିଜେନ୍ସ ବ୍ୟବାହାର କରିଛନ୍ତି କୋଟି କୋଟି ଶରୀରର ସେପ ଟେଷ୍ଟ ବା ପରୀକ୍ଷା କରିବା ପାଇଁ ଯାହାକି ଉପଯୁକ୍ତ ହେବ ଜେନୋବୋଟର ନକଲ କରିବା ପାଇଁ । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଭଳି ଆକାର ର ପ୍ରୋଗ୍ରାମ କରିନାହିଁ କିନ୍ତୁ ଏହାକୁ ସି ଅକ୍ଷର ଭାବେ ଦେଖାଯିବା ପରି ଓ ପୁରୁଣା ଗେମ ପୋକେମନ ଭଳି ଆକାର ଦେଇଥିଲା ଯାହାଦ୍ୱାରା ଜେନୋବୋଟ୍ସ ଏହି ପ୍ରକାରର ପ୍ରଜନନ କରିପାରିବ । ତେବେ କହିବାକୁ ଗଲେ ଏହି ଟେକ୍ନୋଲୋଜି କୁ ନିଜ କ୍ଷେତ୍ରରେ ଏକ ଛୋଟ ଟେକ୍ନୋଲୋଜି ବୋଲି ଧରାଯାଉଛି ।
ହୁଏତ ବୈଜ୍ଞାନିକମାନେ ବର୍ତ୍ତମାନ ଦିନକୁ ଦିନ ଯେଉଭଳି ଭାବରେ ସବୁ କ୍ଷେତ୍ରରେ ଗବେଷଣା ଜାରି ରଖିଛନ୍ତି ଆଗାମୀ ଦିନରେ ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ରୋବୋଟ ବି ପିଲା ଜନ୍ମ କରିବାରେ ସକ୍ଷମ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.