ଏବେ ଯାଏଁ ଓମିକ୍ରନ୍‌ ଯୋଗୁ ଯାଇନି ଗୋଟିଏ ବି ଜୀବନ, ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। କିନ୍ତୁ ଓମିକ୍ରନ୍‌ ଦ୍ୱାରା କାହାର ମୃତ୍ୟୁ ହୋଇଥିବା ନେଇ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଇତିମଧ୍ୟରେ ପାଖାପାଖି ୨୯ଟି ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ୍‌। କିନ୍ତୁ ମୃତ୍ୟୁ ନେଇ କୌଣସି ରିପୋର୍ଟ ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

WHOର ମୁଖପାତ୍ର ଖ୍ରୀଷ୍ଟିଆନ୍‌ ଲିଣ୍ଡ୍‌ମିୟର କହିଛନ୍ତି, ଓମିକ୍ରନ୍‌ ଭାରିଆଣ୍ଟ ନେଇ ତଥ୍ୟ ସଂଗ୍ରହ କରାଯାଉଛି। ତେବେ ଡେଲ୍‌ଟା ଏବେ ବି ଡୋମିନାଣ୍ଟ ଭାରିଆଣ୍ଟ ହୋଇ ରହିଛି। ଓମିକ୍ରନ୍‌ କେତେ ଦୂର ସଂକ୍ରାମକ ଓ କେତେ ଘାତକ ତାହା ବୁଝିବାକୁ ଆଉ କିଛି ସପ୍ତାହ ଲାଗିବ। ପ୍ରାଥମିକ ଭାବେ ଓମିକ୍ରନ୍‌ ଅଧିକ ସଂକ୍ରାମକ ବୋଲି ଜଣାପଡ଼ୁଛି।

ଅନ୍ୟପଟେ ଏହି ନୂଆ ଭ୍ୟାରିଆଣ୍ଟର ମୁକାବିଲା କରିବାରେ ଭାରତୀୟ ଟିକା କେତେ ଦୂର ପ୍ରଭାବଶାଳୀ ହେବ ସେ ନେଇ ମଧ୍ୟ କିଛି ସ୍ପଷ୍ଟ ରୂପେ କହିପାରୁନାହାନ୍ତି ବୈଜ୍ଞାନିକ। କିନ୍ତୁ ଯେତିକି ସୂଚନା ମିଳିଛି ସେହି ଅନୁସାରେ ପୂର୍ବ ସବୁ ଭ୍ୟାରିଆଣ୍ଟ ତୁଳନାରେ ଏହି ଓମିକ୍ରନ୍‌ ଅଧିକ ସଂକ୍ରାମକ ତଥା ବିପଦପୂର୍ଣ୍ଣ ହେବ ବୋଲି ଆଶଙ୍କା କରାଯାଉଛି। ଏମିତି କି ଟିକା ମଧ୍ୟ ଏହାକୁ ମାତ୍‌ ଦେଇ ନପାରେ। ଏଣୁ ଏବେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.