Below header

ଓଃ କି ମାଡ଼ ! ଏ ଭାଇରାଲ ଭିଡିଓ ଆପଣଙ୍କୁ ଖୁବ୍‌ ମଜା ଲାଗିବ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଖବର ଥାଉ ନଥାଉ ନିଶ୍ଚୟ ଭାଇରାଲ ଭିଡିଓ କିଛି ଥିବ । ଯାହାକୁ ଦେଖି ବେଶ୍‌ ମଜା ଉଠାଇଥାନ୍ତି ଦର୍ଶକମାନେ । ଏବେ ପାକିସ୍ତାନର ଦୁଇଟି ଭିଡିଓ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି । ଗୋଟିଏ ହେଉଛି, ଜଣେ ବ୍ୟକ୍ତି ଏୟାରପୋର୍ଟକୁ ଯାଇ ଜଣେ ମହିଳାଙ୍କୁ ସ୍ୱାଗତ କଲା ବେଳକୁ ସେ ନିଜ ଚପଲ ଖୋଲି ତାଙ୍କୁ ଖୁବ୍‌ ପିଟୁଛନ୍ତି । ସେହିଭଳି ଆଉ ଜଣେ ପାକିସ୍ତାନ ଯୁବତୀଙ୍କ କାଳୁ କାଟିବା କୌଶଳ ସମସ୍ତଙ୍କୁ ଭାରି ପସନ୍ଦ ଆସିଛି ।
ଇନଷ୍ଟାଗ୍ରାମରେ ବୁଲୁଥିବା ଏହି ପ୍ରଥମ ଭିଡିଓଟି କିନ୍ତୁ ଭାରି ମଜାଦାର । ସୂଚନା ଅନୁସାରେ ଅନଓ୍ଵର ନାମକ ଜଣେ ଯୁବକ ତାଙ୍କ ମା’ଙ୍କୁ ଆଣିବାକୁ ବିମାନ ବନ୍ଦରକୁ ଯାଇଛନ୍ତି । ହାତରେ ଫୁଲତୋଡ଼ା ଓ ପ୍ଲାକର୍ଡ଼ ରହିଛି । ହେଲେ ଯାହାକୁ ସେ ସ୍ୱାଗତ ଜଣାଉଛନ୍ତି ସେ ମହିଳା ଜଣକ ଗେଟ୍‌ ବାହାରକୁ ଆସିବାପରେ ତୁରନ୍ତ ନିଜ ଜୋତା ଖୋଲି ଅନଓ୍ଵରଙ୍କୁ ମାରିବା ଆରମ୍ଭ କରି ଦେଇଛନ୍ତି । ପ୍ରକୃତରେ ଏ ଭିଡିଓଟି ପାଲେଷ୍ଟାଇନ୍‌-ପାକିସ୍ତାନୀ ଅନଓ୍ଵର ଜିବାଓ୍ଵି ସେୟାର କରିଛନ୍ତି । ସେ ନିଜେ ହିଁ ତାଙ୍କ ମା’ଙ୍କ ଠାରୁ ମାଡ଼ ଖାଉଛନ୍ତି । ଆଉ ଅନଓ୍ଵର ହେଉଛନ୍ତି ଜଣେ ଜଣାଶୁଣା ସୋସିଆଲ ମିଡିଆ ୟୁଜର ।

 

 

View this post on Instagram

 

A post shared by Anwar Jibawi (@anwar)

ଅମିନାଙ୍କ ରୁଟି ଭାରି ଟେଷ୍ଟି ଥିଲା, ଏବେ ଆଳୁ କାଟନ୍ତୁ

ସେହିପରି ଚଳିତ ବର୍ଷ ଆରମ୍ଭରୁ ରୁଟି ତିଆରି କରି ସୋସିଆଲ ମିଡିଆ ଷ୍ଟାର ପାଲଟିଥିବା ପାକିସ୍ତାନୀ ଯୁବତୀ ଅମିନା ରିୟାଜ ଏବେ ଆଳୁ କାଟୁଛନ୍ତି । ତାଙ୍କର ଏହି ଆଳୁ କାଟିବାର ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ଖୁବ୍‌ ପସନ୍ଦ କରିଛନ୍ତି । ଏବେ ଆପଣ ବି ଏହି ଦୁଇଟି ଭିଡିଓ ଦେଖନ୍ତୁ ଓ ତାର ମଜା ନିଅନ୍ତୁ ।

 

 

View this post on Instagram

 

A post shared by @aamu_5

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.