୨୨ ବର୍ଷ ହେବ ନିର୍ଯାତନା ଦେଇଆସୁଥିଲେ ସ୍ୱାମୀ, ପେଟ୍ରୋଲ ଢାଳି ଜାଳିଦେବାକୁ ବି କରିଥିଲେ ଚେଷ୍ଟା

ସମ୍ବଲପୁର(କେ ନ୍ୟୁଜ): ୨୨ ବର୍ଷ ହେବ ନିର୍ଯାତନା ଦେଉଛନ୍ତି ସ୍ୱାମୀ । ମାରିବାକୁ ଉଦ୍ୟମ କରୁଛନ୍ତି । ଏପରି ଅଭିଯୋଗ ଆଣି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମ୍ବଲପୁର ବୁର୍ଲା ବସନ୍ତ ବିହାରର ମମତା ନାଏକ । ଅନ୍ୟ ଜଣେ ମହିଳାଙ୍କୁ ସ୍ୱାମୀ ବିବାହ କରିବାକୁ ଚାହୁଁଛନ୍ତି । ତେଣୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଛନ୍ତି । ଏପରିକି ପେଟ୍ରୋଲ ଢାଳି ମାରିଦେବାକୁ ଉଦ୍ୟମ କରିବା ସହ ସ୍ୱାମୀ ସମସ୍ତ ସମ୍ପତି ହଡପ କରିବାକୁ ଚାହୁଁଥିବା କହିଛନ୍ତି ପୀଡିତା । ଏନେଇ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.