ବିଂଶ ଶତାବ୍ଦୀର ଆରମ୍ଭ : ଭାରତରେ ମହିଳାମାନେ ଘରୁ ବାହାରିବା ବିଷୟରେ ଚିନ୍ତା ମଧ୍ୟ କରୁନଥିଲେ। ଘରେ ଓଢ଼ଣୀ ଟାଣି ରହୁଥିଲେ। ପଢ଼ା ଲେଖା ବିଷୟରେ ତ ସେମାନେ ଭାବୁ ବି ନଥିଲେ। ଜୀବନ ଜିଇବାରେ ଅସୁବିଧା ହେଉଥିଲା। ସେମାନେ ପୁରୁଷମାନଙ୍କର ଆଜ୍ଞାକୁ ପାଳନ କରୁଥିଲେ। ପୁରୁଷଙ୍କର କଥା ଥିଲା ଯେମିତି ବ୍ରହ୍ମବାକ୍ୟ। ଏହାକୁ ବିରୋଧ କରିବା ଅପରାଧ ଥିଲା।
୧୯୨୦ ପାଖାପାଖି ସମୟ : ଯେତେବେଳେ ଭାରତରେ ପ୍ରଥମ ମହିଳାମାନଙ୍କ ପାଇଁ କିଛି ସ୍କୁଲ ଖୋଲାଗଲା ତେବେ ଋଢ଼ିବାଦୀମାନେ ଏହାର ଘୋର ବିରୋଧ କଲେ। କାହାର ମଧ୍ୟ ତାକତ ନଥିଲା ଯେ ସେମାନେ ସମାଜ ସହିତ ଲଢ଼ି ନିଜର ଝିଅକୁ ସ୍କୁଲକୁ ପଠାଇବେ। ସ୍କୁଲ ଯାଉଥିବା ଝିଅର ପରିବାରକୁ ସାମାଜିକ ବାସନ୍ଦ କରାଯାଉଥିଲା। କିନ୍ତୁ ସେତେବେଳକୁ ଚେତନା ସୃଷ୍ଟି ହୋଇ ସାରିଥିଲା। ତଥାପି ମହିଳାମାନେ ଘର ଭିତରେ ମୁକ କଣ୍ଢେଇ ଭଳି ରହୁଥିଲେ।
୧୯୪୦ : ବିରୋଧ ସତ୍ତ୍ବେ ସ୍କୁଲ ଯାଉଥିବା ଝିମାନଙ୍କର ସଂଖ୍ୟା ବଢ଼ି ଚାଲିଥିଲା। ପୁରୁଷ ମାନଙ୍କ ଭିତରେ ଗୋଟିଏ ଏମିତି ବର୍ଗ ରହିଥିଲା ଯେ ସେହିମାନେ ଚାହୁଁଥିଲେ, ତାଙ୍କ ଘରର ଝିଅମାନେ ମଧ୍ୟ ପଢ଼ନ୍ତୁ ଏବଂ ଲେଖି ଶିଖନ୍ତୁ। କିନ୍ତୁ ଏହାପରେ ମଧ୍ୟ ମହିଳାମାନଙ୍କର ସ୍ଥିତିରେ ବିଶେଷ ପରିବର୍ତ୍ତନ ଦେଖାଯାଇନ ଥିଲା। ସେମାନଙ୍କୁ ପାଟି ବନ୍ଦ ରଖି ପୁରୁଷଙ୍କର ସବୁ ଅଜ୍ଞା ପାଳନ କରିବାକୁ ପଡୁଥିଲା।
ସ୍ବାଧୀନତା ପରେ : ଏହି ନିୟମ କିଛି ପରିମାଣରେ ବଦଳିଲା। ପାଠ ପଢ଼ି ବଡ ହେଉଥିବା ନାରୀମାନେ ସମାଜରେ ସଚେତନତା ସୃଷ୍ଟି କଲେ । । ନାରୀ ମାନଙ୍କର ପାଠପଢ଼ାକୁ ସାମାଜିକ ସ୍ୱକୃତି ମିଳି ସାରିଥିଲା। ବହୁତ କମ୍ ସଂଖ୍ୟାରେ ମହିଳାମାନେ ଚାକିରି କଲେ ଏବଂ ଆଗକୁ ବଢ଼ିବାକୁ ଲାଗିଲେ। ଏହାଛଡା ସମ୍ଭ୍ରାନ୍ତ ଘରର ମହିଳାମାନେ ରାଜନୀତିରେ ପ୍ରବେଶ କରି ସାରିଥିଲେ।
୧୯୬୦ : କିନ୍ତୁ ପରିବାରର ମୁଖିଆ ବର୍ତ୍ତମାନ ମଧ୍ୟ ପୁରୁଷ ଥିଲେ। ପୂରା ପରିବାରକୁ ପୁରୁଷମାନଙ୍କର ନିୟମ ମାନି ଚଳିବାକୁ ପଡୁଥିଲା। ମହିଳା ମାନଙ୍କର ସିମା ମଧ୍ୟ ନିର୍ଦ୍ଧାରିତ ଥିଲା, ଓଢ଼ଣା ଟାଣି ରହିବାର ପ୍ରଥା ମଧ୍ୟ ଜାରୀ ଥିଲା। କିନ୍ତୁ ସମୟକ୍ରମେ ମହିଳାମାନଙ୍କୁ ଲାଗିଲା ଯେ ସେମାନେ ମଧ୍ୟ ମଣିଷ । ପରିବାରରେ ତାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିବା ଆବଶ୍ୟକ।
୧୯୭୦ : ମହିଳାମାନେ ଅଧିକାଂଶ ଚାକିରି ଆଡକୁ ପାଦ ବଢ଼ାଉଥିଲେ। ଆର୍ଥିକ ସ୍ୱାଧୀନତା ଆପଣାଇବାକୁ ପ୍ରୟାସ ଜାରି ରଖିଥିଲେ । କିନ୍ତୁ ପରମ୍ପରା ଭାଙ୍ଗୁ ନଥିଲା। ସେମାନଙ୍କର କହିବା ଏବଂ ହସିବା ଅପରାଧ ଭଳି ଥିଲା। ନିଜେ ନିଷ୍ପତ୍ତ ନେବାର ସ୍ବାଧୀନତା ସେମାନଙ୍କର ନଥିଲାା ତେବେ ପର ମୁହୂର୍ତ୍ତରେ ସେମାନେ ସାହସ ଜୁଟାଇବାକୁ ଲାଗିଲେ।
୧୯୮୦ : ଧୀରେ ଧୀରେ ମହିଳାମାନଙ୍କର ଆନ୍ଦୋଳର ପ୍ରଭାବ ପଡ଼ିବା ଆରମ୍ଭ ହେଲା। ସେମାନଙ୍କର କଥାକୁ ଗମ୍ଭୀର ଭାବରେ ନିଆଗଲା। ମହିଳା ସଂଗଠନଙ୍କର କଥାକୁ ଗୁରୁତ୍ୱ ଦିଆଗଲା । ସେମାନେ କିଛି ନୂଆ କ୍ୟାରିୟର ଆଡକୁ ପାଦ ବଢ଼ାଇବାକୁ ଆରମ୍ଭ କଲେ। ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହେବାକୁ ଚାହିଁଥିଲେ ଓ ପୂରା ଗୁରୁତ୍ୱ ଦେବା ମଧ୍ୟ ଆରମ୍ଭ କରିଥିଲେ । ଯାହାକୁ ପୁରୁଷମାନେ ସହଜରେ ଗ୍ରହଣ କରିନଥିଲେ । ଏ ପରିସ୍ଥିତିରେ ଦେଖାଇଥିଲେ ନିଜର ରାଗ ଓ କୁଣ୍ଠା । ପୁରୁଷମାନେ ଘରେ ମୁଖିଆ ଭାବରେ ରହି ଆସୁଥିଲେ, କିନ୍ତୁ ପ୍ରଥମ ଥର ପାଇଁ ମହିଳାମାନେ ସେମାନଙ୍କୁ ସାମନା କରିବାକୁ ଲାଗିଲେ।
୧୯୯୦ : ଦୁନିଆ ତାର ଦ୍ବାର ଖୋଲୁଥିଲା ଏବଂ ସମାଜ ବଦଳିବାକୁ ଆରମ୍ଭ କରୁଥିଲା। ଗ୍ଲୋବାଲାଇଜେସନର ଦ୍ବାର ଫିଟୁଥିଲା । ଏକ ନୂଆ ପ୍ରକାରର ଆତ୍ମବିଶ୍ବାସ ମହିଳାମାନଙ୍କ ଠାରେ ଦେଖିବାକୁ ମିଳଲା। ପୋଷାକ ଠାରୁ ଆରମ୍ଭ କରି କଥାବାର୍ତ୍ତା ପର୍ୟ୍ୟନ୍ତ ସବୁଠି ମହିଳା ମାନଙ୍କ ଠାରେ ପରିବର୍ତ୍ତନ ଦେଖିବାକୁ ମିଳିଲା। ମହିଳାମାନଙ୍କର ନିଜ ଉପରେ ବିଶ୍ବାସ ଆସିବାକୁ ଲାଗିଲା। ଧରରେ ଧୀରେ ଏକ ନୂଆ କ୍ରାନ୍ତି ହୋଇସାରିଥିଲା। ସଂକୁଚିତ ହୋଇ ରହୁଥିବା ମହିଳାମାନେ ଆଜି ଆତ୍ମନିର୍ଭରଶୀଳ ହୋଇ ଆତ୍ମବିଶ୍ୱାସୀ ହୋଇଇ ପାରିଥିଲେ। ସହରୀ ମହିଳାମାନେ ବଦଳି ଯାଇଥିଲେ କିନ୍ତୁ ଛୋଟ ସହର ଏବଂ ଗାଁର ମହିଳାମାନେ ସେମିତି ହୋଇ ରହିଗଲେ। ପୁରୁଷମାନେ ନୂଆ ସ୍ଥିତି ସହ ନିଜକୁ ଖାପଖୁଆଇବାରେ ଲାଗିଥିଲେ।
୧ ବିଂଶ ଶତାବ୍ଦୀର ଆରମ୍ଭ : ଅଲଗା ପ୍ରକାରର ପୁରୁଷ ଏବଂ ସ୍ତ୍ରୀଙ୍କର ଆବିର୍ଭାବ ହେଲା। ସମାନ୍ତରାଳ ଭାବରେ ଚଳିବାକୁ ଲାଗିଲେ। ସ୍ବାମୀମାନେ ଅଧିକ ସମ୍ବେଦନଶୀଳ ହେବାକୁ ଲାଗିଥିଲେ। ଚାକିରି କରିଥିବା ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ବଦଳିବାକୁ ଲାଗୁଥିଲା। ପୁରୁଷମାନଙ୍କ ଚିନ୍ତାଧାରା ବଦଳିବାରେ ଲାଗିଥିଲା। ପରିବର୍ତ୍ତିତ ପରିସ୍ଥିତି କେତେକ କ୍ଷେତ୍ରରେ ପୁରୁଷଙ୍କୁ ବାଧ୍ୟ କରିଥିଲା । ଆଉ କିଛି ସ୍ଥାନରେ ସେମାନେ ମାନସିକ ଭାବେ ବଦଳି ଯାଇଥିଲେ । ଯାହା ଏବେ ପରିଲକ୍ଷିତ ହେଉଛି । ତଥାପି ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇ ନାହାନ୍ତି ଭାରତୀୟ ନାରୀ । କେତେକ କ୍ଷେତ୍ରରେ ସାମାଜିକ ପ୍ରତିବନ୍ଧକ ଓ ଆଉ କେତେକ କ୍ଷେତ୍ରରେ ନିଜର ସଂସ୍କାର ସେମାନଙ୍କ ଆଗରେ ପାଚେରୀ ହୋଇ ଠିଆ ହୋଇଛି । ତେବେ ଯୁଗ ବଦଳିବା ସହ ଏଥିରେ ମଧ୍ୟ ପରିବର୍ତ୍ତନ ଘଟିବ ବୋଲି ଆଶା ଓ ବିଶ୍ୱାସ ।