Below header

ରାଜସ୍ଥାନ ଜୟପୁରରେ ସାଇରାମଙ୍କୁ ୟୁନିକ୍‌ ଓ୍ଵାର୍ଲଡ ରେକର୍ଡ଼ ଆଓ୍ଵାର୍ଡ଼

 

ଭୁବନେଶ୍ୱର (କେନ୍ୟୁଜ୍‌) : ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ର ସେ । ପଢ଼ା ସାରି ପେଟ ପୋଷିବା ପାଇଁ କେଉଁଠି ଚାକିରି କରିବା କଥା ହେଲେ ଅଚାନକ ମୁଣ୍ଡକୁ ଜୁଟିଲା ଏକ ନିଶା । ଦେଶରେ ସ୍ୱଚ୍ଛତା ଓ ଶାନ୍ତି ପ୍ରତିଷ୍ଠାର ବାର୍ତ୍ତା ନେଇ ପଦଯାତ୍ରା କରିବେ । ତାହା ପୁଣି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବେଶରେ । ତେବେ ମନମୋହନ ମହାପାତ୍ର ଓରଫ ସାଇରାମ ଗାନ୍ଧୀଙ୍କ ବେଶରେ ପଦଯାତ୍ରା କରି ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର କିଲୋମିଟର ଯାତ୍ରା କରି ସାରିଲେଣି ।

RECORD CERTIFICATE

ଆଜି ସେ ରାଜସ୍ଥାନର ଜୟପୁରରେ ପହଞ୍ଚିଥିବା ବେଳେ ତାଙ୍କୁ ‘ୟୁନିକ ଓ୍ଵାର୍ଲଡ୍‌ ରେକର୍ଡ଼ ଆଓ୍ଵାର୍ଡ଼‘ରେ ସମ୍ମାନିତ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର । ଏପର୍ଯ୍ୟନ୍ତ ସେ ୭ଟି ରାଜ୍ୟ ବୁଲି ତାଙ୍କ ଅଭିଯାନ ଚଳାଇଛନ୍ତି । ପୂର୍ବରୁ ଭୁବନେଶ୍ୱରରେ ରାହାଗିରି ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସେ ଗାନ୍ଧୀ ବେଶ ହୋଇ ପ୍ରଶଂସା ପାଇବା ପରେ ପଦଯାତ୍ରା ପାଇଁ ତାଙ୍କୁ ପ୍ରେରଣା ମିଳିଥିଲା ବୋଲି ସେ କହିଛନ୍ତି । ୨୦୧୬ ମସିହା ଅକଟୋବର ୨୬ ତାରିଖରେ ସାଇରାମ ଶ୍ରୀକ୍ଷେତ୍ର ସିଂହଦ୍ୱାରରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.