Below header

ମା’କୁ ଭୋକ ଲାଗୁଥିଲା ସହିପାରିଲାନି ୭ ବର୍ଷର ପୁଅ, କହିଲା ସାର୍‌.. ଭୋକ ଲାଗୁଛି ଆମକୁ ଖାଇବାକୁ ଦିଅ…

୭ ବର୍ଷର ପୁଅ କାନ୍ଦି କାନ୍ଦି ପୋଲିସ ଷ୍ଟେସନ୍‌ରେ ପହଞ୍ଚିଥିଲା । ଆଉ ପୋଲିସ ବାବୁଙ୍କୁ କାନ୍ଦି କାନ୍ଦି କହିଥିଲା ଯେ ଭୋକ ବହୁତ୍‌ ଲାଗୁଛି କିଛି ଖାଇବାକୁ ଦିଅନ୍ତୁ ।

ଅବୋଧ କୁନି ପୁଅଟି । ଭୋ ଭୋ କାନ୍ଦି କାନ୍ଦି ପହଞ୍ଚିଥିଲା ପୋଲିସ୍‌ ଷ୍ଟେସନ୍‌ରେ । ହଠାତ୍‌ ଥାନା ବାବୁଙ୍କୁ କୁଣ୍ଢାଇ ପକାଇଲା । ଥାନା ବାବୁ କିଛି ପଚାରିବା ପୂର୍ବରୁ ପିଲାଟି ଥାନା ବାବୁଙ୍କୁ ଜୋର୍‌ରେ ଜାବୁଡ଼ି ଧରି ଭୋକ ଲାଗୁଛି… ଭୋକ ଲାଗୁଛି କହି କାନ୍ଦିବାକୁ ଲାଗିଥିଲା । ଥାନା ବାବୁ ମଧ୍ୟ ତାକୁ ଚୁପ୍‌ କରାଇବାକୁ ଯାଇ ପିଲାଟିକୁ ବୁଝାଇବାକୁ ଲାଗିଲେ । ପିଲାଟି ତା ପରେ କାନ୍ଦ ବନ୍ଦ କରି ତୁନ ହୋଇ ଥାନା ବାବୁଙ୍କୁ ପୁଣି କହିଥିଲା ମୋତେ ଭୋକ ଲାଗୁଛି । ମୋତେ କିଛି ଖାଇବାକୁ ଦିଅନ୍ତୁ .. । ମୋ ମା’ ଅସୁସ୍ଥ ଅଛି ମୁଁ ୩ ଦିନ ହେବ କିଛି ଖାଇନି । ମୋ ମା ମଧ୍ୟ କିଛି ଖାଇନି ମୋତେ ଆଉ ମୋ ମା’କୁ ଖାଇବାକୁ ଦିଅ । ଏକଥା ଶୁଣି ପୋଲିସ ବାବୁ ଜଣକ କଣ କହିବେ କିଛି ବୁଝି ପାରି ନଥିଲେ ସେ କ୍ଷଣକ ପାଇଁ ସ୍ତବ୍ଧ ହୋଇ ରହିଗଲେ । ଆଉ ତାଙ୍କ ଆଖିରୁ ଧାର ଧାର ହୋଇ ଝରିପଡ଼ିଥିଲା ଲୁହ ।

ପୋଲିସ ବାବୁ ମଧ୍ୟ ପିଲାଟିକୁ କୋଳେଇ ନେଇ ବୁଝାଇବାକୁ ଲାଗିପଡ଼ିଥିଲେ । ତାକୁ ତା’ର ନାଁ ପଚାରିଥିଲେ ଆଉ ତା ମା ସହ କେଉଁଠି ରହୁଛି ବୋଲି ପଚାରି ବୁଝିଥିଲେ । ତା ପରେ ପିଲାଟି ଯାହା କହିଥିଲା, ତାହା ଆପଣ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଝରିପଡ଼ିବ । ଚୁନାର ତହସିଲର ପଟିହଟାରେ ରହୁଥିବା ୭ବର୍ଷର ଶିଶୁ ହମିୟାଚଟ୍ଟି ପୋଲିସ ଷ୍ଟେସନରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଥିଲା । ୭ ବର୍ଷର କୁନି ପୁଅଟି ଖନେଇ ଖନେଇ ଥାନା ବାବୁଙ୍କୁ କହିଥିଲା, ମୋ ମା’ ମାନସିକ ରୋଗରେ ପୀଡ଼ିତ ଥିବାରୁ ସେ କିଛି କରିପାରୁନାହାଁନ୍ତି । ଆମ ପାଖରେ ରହିବା ପାଇଁ କୌଣସି ଘର ନାହିଁ । ଆମେ ମା ପୁଅ ଏହି ପାଖ ମନ୍ଦିର ପରିସରରେ ରହୁ । ଯିଏ ଯାହା ଦିଅନ୍ତି ତାକୁ ଖାଇ ବଞ୍ଚିଯାଉ। କିନ୍ତୁ ଗତ ତିନିଦିନ ହେବ ଆମକୁ କିଛି ଖାଇବାକୁ ମିଳିନି ସେଥିପାଇଁ ଆମେ ଭୋକରେ ଅଛୁ ସାର୍‌ । ମୋତେ ମୋ ମାକୁ କିଛି ଖାଇବାକୁ ଦିଅନ୍ତୁ ସାର୍‌ ।
ତେବେ ଏଭଳି ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ମିର୍ଜ୍ଜାପୁରରୁ ଆସିଛି । ୭ ବର୍ଷର ପୁଅ କାନ୍ଦି କାନ୍ଦି ପୋଲିସ ଷ୍ଟେସନ୍‌ରେ ପହଞ୍ଚିଥିଲା । ଆଉ ପୋଲିସ ବାବୁଙ୍କୁ କାନ୍ଦି କାନ୍ଦି କହିଥିଲା ଯେ ଭୋକ ବହୁତ୍‌ ଲାଗୁଛି କିଛି ଖାଇବାକୁ ଦିଅନ୍ତୁ । କୁନି ପୁଅଠାରୁ ଏହି କଥା ଶୁଣି ଥାନା ବାବୁଙ୍କ ହୃଦୟ ଦୋହଲାଇ ଦେଇଥିଲା। ପୋଲିସ କର୍ମଚାରୀ ସାହାଯ୍ୟ କରିବା ପାଇଁ ମା’ ଓ ପୁଅ ରହୁଥିବା ସ୍ଥାନକୁ ଯାଇ ଦେଖିଥିଲେ। ସେଠାରେ ଅସୁସ୍ଥ ମା’ଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ମା’ ଓ ପୁଅକୁ କିଛି ଖାଦ୍ୟ ଖାଇବାକୁ ଦେଇଥିଲେ। ପୁଲିସ କର୍ମଚାରୀଙ୍କ ସାହାଯ୍ୟ ପାଇ ମା’ ଓ ପୁଅ ଦୁହେଁ ବହୁତ୍‌ ଖୁସି ହୋଇଯିବା ହୃଦୟରୁ ଥାନା ବାବୁଙ୍କୁ ଧନ୍ୟବାଦ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.