Below header

ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବଢିଲା ବାଲିଯାତ୍ରା ଅବଧି। ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବଢିଲା ବାଲିଯାତ୍ରା ଅବଧି। ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିପାଇଁ ସମସ୍ତ ଆୟୋଜନ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କଟକ ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି । ଏଥିରେ ବିପୁଳ ଜନ ସମାଗମ ହେଉଛି। ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା କଟକର ଐତିହାସିକ ବାଲିଯାତ୍ରା।

୮ ଦିନିଆ ମେଳାର ଆଜି ଶେଷ ଦିନ ଥିଲା । ବାଲିଯାତ୍ରାକୁ ଦୁଇ ଦିନ ବଢାଇବାକୁ କଟକ ମେୟର ସୁବାସ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବାଲିଯାତ୍ରା ପାଇଁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହାକୁ ଗୋଟିଏ ଜିନ ପାଇଁ ବଢ଼ାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.