ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ହସ୍ପିଟାଲ ସମ୍ମୁଖରେ ଥିବା ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ହସ୍ପିଟାଲ ସମ୍ମୁଖରେ ଥିବା ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଗତ ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଗ୍ୟାସ କଟର ଦ୍ୱାରା ଏଟିଏମ ମେସିନକୁ କାଟି ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି l ଆଜି ଏନେଇ ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଦେବୀ ପ୍ରସାଦ ମିଶ୍ର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଖଡ଼ିଆଳ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣା ତଦନ୍ତ ଜାରିିରହିଥିବା ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.