Below header

ମହାଶିବରାତ୍ରୀ : ଶିବଲିଙ୍ଗ ଉପରେ ଭୁଲରେ ବି ଚଢାନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ. . .

ଶିବ ଭକ୍ତମାନେ ଶିବରାତ୍ରୀର ଅପେକ୍ଷା କରିଥାନ୍ତି କାରଣ ଏହି ପର୍ବ କୁ ସେମାନେ ବଡ଼ ଧୂମଧାମର ସହ ପାଳନ କରିଥାନ୍ତି। ଚଳିତ ବର୍ଷ ୪ମାର୍ଚ୍ଚରେ ପଡ଼ୁଥିବା ମହାଶିବରାତ୍ରୀର ପ୍ରସ୍ତୁତି କାର୍ଯ୍ଯ ଭକ୍ତମାନେ ଆଜିଠାରୁ ଆରମ୍ଭ କରିସାରିଲେଣି। କୁହାଯାଇଥାଏ ଏହି ଦିନ ଭଗବାନ ଶିବଙ୍କର ପୂଜା ଆରାଧନା କଲେ ଜୀବନରେ ଚାଲିଥିବା ସବୁ କଷ୍ଟ ଦୂର ହୋଇଥାଏ। ମହାଶିବରାତ୍ରୀ ଦିନ ଶିବ ଭକ୍ତମାନେ ଶିବଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ କେତେକ ଜିନିଷ ଅର୍ପଣ କରିଥାନ୍ତି, କିନ୍ତୁ ଆପଣ ଜାଣିଛନ୍ତି କେତେଥର ଭୁଲବଶତଃ ଆପଣ ଶାସ୍ତ୍ରରେ ବର୍ଜନ କରାଯାଇଥିବା ଜିନିଷ ଅର୍ପଣ କରିଥାନ୍ତି। ଶିବଲିଙ୍ଗ ଉପରେ ଏହି ଜିନିଷ ଅର୍ପଣ କଲେ ଭଗବାନ ଶିବ ଖୁସି ହେବା ଜାଗାରେ କ୍ରୋଧିତ ହୋଇପାରନ୍ତି।

ଜାଣନ୍ତୁ କଣ ସେହି ୫ଟି ଜିନିଷ:

ହଳଦୀ

ହଳଦୀର ସମ୍ବନ୍ଧ ଭଗବାନ ବିଷ୍ଣୁ ଏବଂ ସୌଭାଗ୍ୟଙ୍କ ସହିତ ରହିଥାଏ। ଏହି କାରଣରୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇନଥାଏ।

Turmericତୁଳସୀ ପତ୍ର

ଜଳଧର ନାମକ ଅସୁରଙ୍କର ପତ୍ନୀ ବୃନ୍ଦାଙ୍କ ଅଂଶରୁ ତୁଳସୀଙ୍କର ଜନ୍ମ ହୋଇଥିଲା, ଯାହାକୁ ଭଗବାନ ବିଷ୍ଣୁ ନିଜର ପତ୍ନୀ ରୂପେ ସ୍ବୀକାର କରିଥିଲେ। ଏହି କାରଣରୁ ତୁଳସୀ ପତ୍ରରେ ଭଗବାନ ଶିବଙ୍କର ପୂଜା ହୋଇନଥାଏ।

ରାଶି

ଏହା ଭଗବାନ ବିଷ୍ଣୁଙ୍କର ମଇଳାରୁ ଉତ୍ପନ୍ନ ହେବାର କୁହାଯାଇଥାଏ, ଏହି କାରଣରୁ ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

tilଭାଙ୍ଗିଯାଇଥିବା ଚାଉଳ

ଭଗବାନ ଶିବଙ୍କୁ କ୍ଷତ ହୋଇନଥିବା ଚାଉଳ ବା ଗୋଟା ଚାଉଳ ଅର୍ପଣ କରିବା କଥା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। କ୍ଷତ ହୋଇଥିବା ଚାଉଳ ଅଶୁଦ୍ଧ ହୋଇଥାଏ ଏହି କାରଣରୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇନଥାଏ।

ସିନ୍ଦୂର

ସିନ୍ଦୂର ସୌଭାଗ୍ୟର ପ୍ରତୀକ ହୋଇଥାଏ। ଭଗବାନ ଶିବ ବୈରାଗୀ ହୋଇଥିବାରୁ ତାଙ୍କୁ ସିନ୍ଦୂର ଅର୍ପଣ କରାଯାଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.