Below header

ଗରମ ତେଲ କଡେଇରେ ହାତ ପଶେଇ ପକୁଡି ଛାଣିଲେ ଦୋକାନୀ, ଦେଖନ୍ତୁ ତା ପରେ କଣ ହେଲା….

ସୋସିଆଲ ମିଡିଆରେ ଆପଣ ନିଶ୍ଚିତ ରୂପେ ଅନେକ ସକିଙ୍ଗ କରିଦେବା ଭଳି ଭିଡିଓ ମାନ ଦେଖିଥିବେ ।  କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ । ଭିଡିଓଟିରେ ଆପଣ ଦେଖିପାରିବେ ଦୋକାନୀ ଜଣଙ୍କ ଏମିତି କାରନାମା କରି ଦେଖାଉଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଖୋଲାକୁ ଖୋଲା ରହିଯିବ । ପ୍ରକୃତରେ ଦୋକାନୀ ଜଣଙ୍କ ଗରମ ଗରମ ତେଲ କଡେଇରେ ହାତ ପୁରାଇ ପକୋଡ଼ି କାଢ଼ିବାକୁ ଚେଷ୍ଟା କରୁଛନ୍ତି ।

 

View this post on Instagram

 

A post shared by Harish Goswami (@__harish_goswami__)

ଭିଡିଓରେ ଆପଣଙ୍କୁ ଜଣେ ବ୍ୟକ୍ତି ନଜର ଆସିବେ । ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ଗରମ ଗରମ ଫୁଟୁଥିବା କଡେଇରେ ନିଜ ଖାଲି ହାତ ପୁରାଇ ପକୋଡ଼ି କାଢ଼ିବାକୁ ଚେଷ୍ଟା କରୁଛି । ଭିଡିଓଟି ପ୍ରକୃତରେ ଛତିଶଗଡ଼ର ରାଜଧାନୀ ରାୟପୁରର ଏକ ବସ ଷ୍ଟେସନର ବୋଲି ଜଣାଯାଇଛି । ଆପଣ ମାନେ ଦେଖିପାରୁଥିବା ଦୋକାନୀ ଜଣଙ୍କ ହାତରେ କୌଣସି ପ୍ରକାରର ଗ୍ଳୋବ୍ସ ନାହିଁ । ସେ ସିଧାସଳଖ ଭାବେ ନିଜ ଫୁଙ୍ଗୁଳା ହାତକୁ ଗରମ ତେଲ କଡେଇରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛନ୍ତି । ଆଉ ସେଥିରେ ଥିବା ପକୋଡ଼ି ଗୁଡିକୁ କାଢି ଆଣୁଛନ୍ତି । ଆଉ ପରେ ଏହା ଏକ କାଗଜରେ ରଖିଦେଉଛନ୍ତି ।

ଭିଡିଓ ଟିରେ ଆପଣ ଦେଖିପାରିବେ ପକୋଡ଼ି ଗୁଡିକୁ କାଗଜ ଉପରେ ରଖି ସେଥିରେ ମସଲା ଛିଞ୍ଚୁଛନ୍ତି । ଆଉ ଏହାକୁ ନିଜ ଗ୍ରାହକ ମାନଙ୍କୁ ବାଢି ଦେଉଛନ୍ତି । ହରିଶ ଗୋସ୍ୱାମୀ ନାମକ ୟୁଆଜ ଜଣଙ୍କ ଏହି ଭିଡିଓକୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରୁ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଆଉ ଏହାର କ୍ୟାପ୍ସନରେ ଲେଖାଯାଇଛିକି, “ରାୟପୁରର ସ୍ପେଶାଲ ଡାଲ ପକୋଡା”। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.