Below header

କଣ ଆପଣ ଜାଣିଛନ୍ତି ଶିଶୁ ଜନ୍ମ ହେବା ପରେ ଘରେ ପୂଜାଅର୍ଚ୍ଚନା କାହିଁକି ହୁଏ ବନ୍ଦ

ଘରେ ସନ୍ତାନ ଜନ୍ମ ହେଲେ ଖୁସିର ମାହୋଲ ଖେଳିଯାଏ। ଘରେ ଖୁସି ଗୁଞ୍ଜରୀତ ହୋଇଉଠେ। ଆଉ ବନ୍ଧୁ ପରିଜନଙ୍କ ପାଇଁ ଏକ ଖୁସିର ଉତ୍ସବ ଭଳି ଲାଗେ। ନବଜାତ ଶିଶୁର କୁଆଁ କୁଆଁ କାନ୍ଦରେ ଘର ପୂରି ଉଠେ। ସେହିପରି ସନାତନ ଧର୍ମରେ କୌଣସି ଅଶୁଭ ପରିସ୍ଥିତିରେ ବ୍ରାହ୍ମଣ ଡାକି ଘରେ ପୂଜା କରନ୍ତି। ସେହିପରି ଶିଶୁର ଜନ୍ମ ହେଲେ ଘରେ ପୂଜା ଅର୍ଚ୍ଚନା କାହିଁକି ବନ୍ଦ ରୁହେ? କଣ ଏମିତି ପ୍ରଶ୍ନ କେବେ ଆପଣଙ୍କ ମନକୁ ଆସିଛି। ଯଦି ଏହାର ଉତ୍ତର ଆପଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମର ଏ ଭିଡିଓ ଆପଣଙ୍କୁ ସମ୍ପୂର୍ଣ୍ଣ ଦେଖିବାକୁ ପଡିବ।

ଯେତେବେଳେ ବି କୌଣସି ପରିବାରରେ ଶିଶୁ ଜନ୍ମ ନିଏ ସେତେବେଳେ ଏହାକୁ ଛୁତିକା ବା ଅଶୌଚ କାଳ ବୋଲି କୁହାଯାଏ। ଏହି ଛୁତିକାର ଉଲ୍ଲେଖ ଗରୁଡ ପୁରାଣ ବ୍ୟତୀତ ମନୁସ୍ମୃତି, ପରାସର ସ୍ମୃତି ଏବଂ ଗୌତମ ସ୍ମୃତି ସହିତ ଅନେକ ଧର୍ମଗ୍ରନ୍ଥରେ ରହିଛି। ଏହି ସବୁ ଧର୍ମଗ୍ରନ୍ଥରୁ ଦୁଇଟି କଥା ଉଲ୍ଲେଖ ରହିଛି, ଯେଉଁଥିରେ ପ୍ରଥମଟି ହେଉଛି ଘରେ ଶିଶୁ ଜନ୍ମ ନେବା ସମୟରେ ଛୁତିକା ଏବଂ ଦ୍ୱିତୀୟଟି ହେଉଛି କାହାର ମୃତ୍ୟୁ ହେଲେ ଅର୍ଥାତ ମୃତ୍ତିକା। ବାସ୍ତବରେ କହିବାକୁ ଗଲେ ଛୁତିକାର ସମ୍ବନ୍ଧ ଜନ୍ମ ମୃତ୍ୟୁର କାରଣ ହେଉଥିବା ଅସୁଦ୍ଧି ସହ ରହିଛି। ଯେମିତିକି ଜନ୍ମହେବା ପରେ ଶିଶୁର ଯେଉଁ ନାଡି କଟାଯାଏ ଏବଂ ଶିଶୁ ଜନ୍ମ ହେବା ସମୟରେ ମାଆ ଯେଉଁ କଷ୍ଟ ବେଦନା ପାଆନ୍ତି ସେଥିପାଇଁ ଯେଉଁ ଦୋଷ ଆଉ ପାପ ଲାଗିଥାଏ ଖାସ୍‌ କରି ସେହି କାରଣରୁ ଏହାର ପାପ ଧୋଇବା ପାଇଁ ପୂଜା ଅର୍ଚ୍ଚନା ବନ୍ଦ କରାଯାଏ। ସେହିପରି ଦାହ ସଂସ୍କାର ସମୟରେ ହେଉଥିବା ହିଂସାର ଦୋଷ କିମ୍ବା ଏହି ପାପର ପ୍ରାୟଶ୍ଚିତ ସ୍ୱରୂପ ପୂଜା ଅର୍ଚ୍ଚନା ବନ୍ଦ କରିଦିଆଯାଏ।

motherଯେଉଁଭଳି ଭାବେ ଘରେ ଶିଶୁ ଜନ୍ମ ନେଲେ ଛୁତିକା ଲାଗିଥାଏ ସେହିପରି ଭାବେ ଗରୁଡ ପୁରାଣ ଅନୁଯାୟୀ ପରିବାରରେ କାହାର ମୃତ୍ୟୁ ଘଟିଲେ ତାହାକୁ ମୃତ୍ତିକା କୁହାଯାଏ। ଏହି ଦୁଇ ସ୍ଥିତି ବ୍ୟତୀତ ଗ୍ରହଣ ଲାଗିବା ସମୟରେ କିମ୍ବା ମହିଳାଙ୍କ ମାସିକ ଧର୍ମ ସମୟରେ ବି ଅଶୌଚ ଲାଗିଥାଏ। କିନ୍ତୁ ଏହି ଅଶୌଚ କାଳର ଦିନ ନିର୍ଦ୍ଧାରଣ ଅଲଗା ଅଲଗା କରାଯାଇଛି। ଯେମିତିକି ଘରେ ଶିଶୁ ଜନ୍ମ ନେଲେ ଏହି ଅଶୌଚ କାଳ ଦଶ ଦିନ ପାଳନ କରାଯାଏ। ଆଉ ଏହି ୧୦ ଦିନରେ ଘରର ପରିବାର ସଦସ୍ୟ କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହେବାକୁ ବାରଣ କରାଯାଏ। ଆଉ ଏହି ଦଶ ଦିନ ପ୍ରସବ କରିଥିବା ମାଆକୁ ରୋଶେଇ ଶାଳକୁ ଯିବାକୁ ଅନୁମତି ଦିଆଯାଏନାହିଁ ଏବଂ ଅନ୍ୟକାମ ପାଇଁ ବି ନିଶେଧ କରାଯାଏ। ଖାସ୍‌ କରି ଏହି କାରଣରୁ ପିଲା ଜନ୍ମ ପରେ ଘରେ ପୂଜା ଅର୍ଚ୍ଚନା କରାଯାଏନାହିଁ। ଏହାସହିତ ଆଉ ଏକ କଥା ଉପରେ ଧ୍ୟାନ ରଖିବାକୁ ପଡିଥାଏ, ଛୁତିକା ସରିବା ପରେ ଯେତେବେଳେ ଘରେ ପୂଜା କରାଯାଏ ସେତେବେଳେ ସର୍ବପ୍ରଥମେ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ। ଏହିଭଳି ଭାବେ ସତ୍ୟ ନାରାୟଣ ପୂଜାର କଥା ନିଶ୍ଚୟ ଶୁଣିବା ଉଚିତ। ଏହାବ୍ୟତୀତ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଛୁତିକା ସମୟ ବ୍ରାହ୍ମଣଙ୍କ ପାଇଁ ୧୦ ଦିନ, ବୈଷ୍ୟଙ୍କ ପାଇଁ ୨୦ ଦିନ, କ୍ଷତ୍ରୀୟଙ୍କ ପାଇଁ ୧୫ ଦିନ ଏବଂ ଶୁଦ୍ରଙ୍କ ପାଇଁ ଏହି ଅବଧି ୩୦ ଦିନର ରହିଥାଏ। ନବଜାତକର ମାଆକୁ ୪୫ ଦିନର ଅଶୁଦ୍ଧି ଧରାଯାଏ ସେହିପରି ଶିଶୁ ଜନ୍ମ ହୋଇଥିବା ସ୍ଥାନକୁ ମାସର ଅସୁଦ୍ଧି କୁହାଯାଏ। ଖାସ୍‌ କରି ଏହି କାରଣରୁ ହସ୍ପିଟାଲରେ ଜନ୍ମିତ ଶିଶୁଙ୍କ ପରିବାର ସଦସ୍ୟ ମେଡିକାଲରୁ ଘରକୁ ଆସିବା ପରେ ଗାଧୋଇଥାନ୍ତି।

କିନ୍ତୁ ପରିବାରରେ କୌଣସି ସ୍ତ୍ରୀ ଯଦି ଶିଶୁକୁ ଜନ୍ମ ଦେବା ପୂର୍ବରୁ ହିଁ ଗର୍ଭପାତ ହୋଇଯାଏ ତାହେଲେ ଯେତିକି ଦିନ ମାଆ ଗର୍ଭ ଧାରଣ କରିଥିଲା ସେତିକି ଦିନକୁ ଅଶୌଚ କାଳ ବୋଲି କୁହାଯାଏ। ସେହିପରି ଯଦି ଘରର କୌଣସି ସଦସ୍ୟ ମୁନି କିମ୍ବା ସାଧୁ ଅଟନ୍ତି ତାହେଲେ ସେମାନେ ଏହି ଛୁତିକା ମୃତ୍ତିକାର ଭାଗିଦାର ହୁଅନ୍ତିନାହିଁ। ଆଉ ଯଦି କୌଣସି ମୁନି ରୂଷି କିମ୍ବା ସାଧୁଙ୍କର ମୃତ୍ୟୁ ହୋଇଯାଏ ତାହେଲେ, କେବଳ ଗୋଟିଏ ଦିନ ପାଳନ କରାଯାଏ। ଦର୍ଶକବନ୍ଧୁ ଏହି ସବୁ ପରେ ଗରୁଡ ପୁରାଣରେ ଆଉ ଏକ ବିଚିତ୍ର ସ୍ଥିତିର ବର୍ଣ୍ଣନା କରାଯାଇଛି। ଯେମିତିକି ଏହି ଛୁତିକା ମୃତ୍ତିକା ସମୟରେ ପରିବାରରେ କୌଣସି ଅନ୍ୟ ସଦସ୍ୟଙ୍କର ମୃତ୍ୟୁ ଘଟେ ତାହେଲେ ପ୍ରଥମ ମୃତକଙ୍କ ଦିନ ଅନୁଯାୟୀ ଦ୍ୱିତୀୟ ମୃତକଙ୍କ ସୁଦ୍ଧିକ୍ରୀୟା କର୍ମ ବି ସମାପନ କରାଯାଏ।

babyଏହିଭଳିଭାବେ ଘରର ପୋଷା ଜୀବ ଜନ୍ତୁ ଗାଈ, ମଇଁଷି ଏବଂ ଛେଳି ଇତ୍ୟାଦିକୁ ଘରେ ଶିଶୁ ଜନ୍ମ ନେଲେ ଗୋଟେ ଦିନର ଛୁତିକା ଲାଗିଥାଏ। କିନ୍ତୁ ଘରର ବାହାରେ ଅର୍ଥାକ ମେଡିକାଲ କିମ୍ବା ଅନ୍ୟ କେଉଁଠି ପିଲା ଜନ୍ମ ହୋଇଥିଲେ କୌଶସି ଛୁତିକା ଲାଗିନଥାଏ। ଏହାବ୍ୟତୀତ ଆଉ ଗୋଟିଏ କଥା ଉଲ୍ଲେଖ ରହିଛି ଘରର ପୋଷା ଜୀବ ଜନ୍ତୁ ଯେମତିକି ଗାଈ, ମଇଁଷି ଏବଂ ଛେଳିର କ୍ଷୀର ୧୫ ଦିନ, ୧୦ ଦିନ ଏବଂ ୮ ଦିନ ପର୍ଯ୍ୟନ୍ତ ଅଶୁଦ୍ଧି ରହିଥାଏ। ଏହାବ୍ୟତୀତ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଧର୍ମଗ୍ରନ୍ଥରେ ବର୍ଣ୍ଣିତ କିଛି ମୁଖ୍ୟ ଅଶୌଚ କାଳର ନିୟମ କୁହାଯାଇଛି, ଆସନ୍ତୁ ତାହା ବିଷୟରେ ବି ଜାଣିନେବା।

ପ୍ରଥମ ନିୟମ – ଛୁତିକା କିମ୍ବା ମୃତ୍ତିକା ସମୟରେ ନିଜ ପରିବାର ଲୋକଙ୍କ ସମେତ ଅନ୍ୟ କେଉଁ ଲୋକଙ୍କୁ ଛୁଇଁବାକୁ ବାରଣ କରାଯାଇଛି।
ଦ୍ୱିତୀୟ ନିୟମ – କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟ ଅର୍ଥାତ କୌଣସି ଶୁଭ କାର୍ଯ୍ୟ କରନ୍ତୁନାହିଁ। ଏହାସହିତ ସାମାଜିକ କାର୍ଯ୍ୟରେ ବି ଅଂଶିଦାର ହୁଅନ୍ତୁନାହିଁ।
ତୃତୀୟ ନିୟମ – ଭୋଜନାଳୟରେ ଭୋଜନ କରନ୍ତୁନାହିଁ।
ଚତୁର୍ଥ ନିୟମ – ନା କାହା ଘରକୁ ଯାଆନ୍ତୁ, ନା କାହା ସହ ମିଶି ଯାଆନ୍ତୁ। ଚେଷ୍ଟା କରନ୍ତୁ ଯେ ଘରେ ହିଁ ରହି ଏହି ସମୟରେ ହେଉଥିବା ନିୟମର ପାଳନ କରନ୍ତୁ।
ପଞ୍ଚମ ନିୟମ – ଘରେ ଶିଶୁ ଜନ୍ମ ହେଲେ ଶୁଦ୍ଧିକୁ ଧ୍ୟାନରେ ରଖି ଭଗବାନଙ୍କ ବଚନ କରନ୍ତୁ। ଏବଂ ଯଦି ଘରେ କାହାର ମୃତ୍ୟୁ ହେଉଛି ତାହେଲେ ଗରୁଡ ପୁରାଣ ଶୁଣି ସମୟ କାଟନ୍ତୁ।
ଷଷ୍ଠ ନିୟମ – ଛୁତିକା କିମ୍ବା ମୃତ୍ତିକା ସମୟ କାଳ ଶେଷ ହେଲେ ସ୍ନାନ ତଥା ପଞ୍ଚଗବ୍ୟ ଅର୍ଥାତ ଘିଅ, ଦହି, କ୍ଷୀର, ଗୋମୂତ୍ର ଏବଂ ଗୋବରର ମିଶ୍ରଣକୁ ସେବନ କରି ସ୍ୱୟଂ ସୁଦ୍ଧ ହୋଇଯାନ୍ତୁ।

deadbodyକେବଳ ଏତିକି ନୁହେଁ ଯେ ଛୁତିକା ମୃତ୍ତିକା ସମୟରେ ଆମ ଧର୍ମଗ୍ରନ୍ଥ ଏହି କିଛି ନିୟମର ପାଳନ କରିବାକୁ କୁହାଯାଇଛି ବରଂ ଏହାପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। କୁହାଯାଏ ଯେ ଘରେ ଶିଶୁ ଜନ୍ମ ନେଲେ କାହାର ମୃତ୍ୟୁ ହେଲେ ତାହେଲେ ସେହି ଅବସ୍ଥାରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। ମେଡିକାଲ, ସ୍ମଶାନ ଏବଂ ଘରେ ଏହି ସଂକ୍ରମଣ ବ୍ୟାପିବାର ଭୟ ଅଧିକ ରହିଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଛୁତିକା ଏବଂ ମୃତ୍ତିକା ସମୟରେ ରହିଥିବା ସଂକ୍ରମଣର ଭୟକୁ କମ୍‌ କରିବା ପାଇଁ ମଧ୍ୟ ଏହି ଉପାୟକୁ ପାଳନ କରାଯାଏ। ତେଣୁ ଘରେ ମୃତ୍ତିକା ଛୁତିକା ପରେ ଘରକୁ ପ୍ରଥମେ ବ୍ରାହ୍ମଣ ଡକାଇ ପୂଜା କରାଯାଏ ତାପରେ ନିୟମିତ ପୂଜା ଅର୍ଚ୍ଚନା କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.