Below header

ଆଷାଢ ସରିଲା ଶ୍ରାବଣ ଆସିଲା, କୁଆଡେ ଗଲା ମୌସୁମୀ !

ଅଷାଢ ମାସରେ ଗତ ୧୫ ଦିନ ତଳେ ଅସରାଏ ବର୍ଷା ହୋଇଥିବା ବେଳେ ଏପର୍ଯ୍ୟନ୍ତ ବର୍ଷାର ଦେଖାନାହିଁ କି ମୌସୁମୀର ସାକ୍ଷାତ ନାହିଁ । ଯାହାକୁ ଚାହିଁ ଚାହିଁ ଚାଷୀଙ୍କ ଆଖିରୁ ପାଣି ଶୁଖିଲାଣି ।

କାକଟପୁର(କେନ୍ୟୁଜ୍):  ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଓଡ଼ିଶାର ଜଳବାୟୁ ରାଜ୍ୟର ଚାଷୀଭାଇ ମାନଙ୍କୁ ବେଶ ସହାୟକ ହୋଇଥାଏ । କାହିଁକି ନା ଓଡ଼ିଶାରେ ମୁଖ୍ୟ ଚାଷ ଭାବେ ଧାନ କୁ ଧରାଯାଇଥାଏ । ଏହି ଚାଷ ପାଇଁ ଆବଶ୍ୟକ ହେଉଥିବା ଜଳସେଚନ ପଦ୍ଧତି ଶତପ୍ରତିଶତ ମୌସୁମୀ ବର୍ଷା ଉପରେ ନିର୍ଭର କରାଯାଇଥାଏ । ବିଶେଷ ଭାବରେ ବର୍ଷା ଜଳ ଉପରେ ନିର୍ଭର କରି ଓଡ଼ିଶାର ଚାଷୀମାନେ ଧାନ ଚାଷ କରିଥାନ୍ତି । ଓଡ଼ିଶାର ଜଳବାୟୁ ଅନୁଯାୟୀ ଅଷାଢ ମାସରେ ପ୍ରଥମ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ ।

ପ୍ରଥମ ବର୍ଷାରେ ଚାଷୀ ଭାଇ ମାନେ ସେମାନଙ୍କର ତଳିଘେରା ପ୍ରସ୍ତୁତ କରି ସେମାନଙ୍କ ଚାଷ କାର୍ଯ ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଅଷାଢ ସରି ଶ୍ରାବଣ ମାସ ଆରମ୍ଭ ହୋଇସାରିଥିବା ବେଳେ ମୌସୁମୀର ଏଯାଏ ଦେଖାନାହିଁ । ଅଷାଢ ମାସରେ ଗତ ୧୫ ଦିନ ତଳେ ଅସରାଏ ବର୍ଷା ହୋଇଥିବା ବେଳେ ଏପର୍ଯ୍ୟନ୍ତ ବର୍ଷାର ଦେଖାନାହିଁ କି ମୌସୁମୀର ସାକ୍ଷାତ ନାହିଁ । ଯାହାକୁ ଚାହିଁ ଚାହିଁ ଚାଷୀଙ୍କ ଆଖିରୁ ପାଣି ଶୁଖିଲାଣି ।

monsoon

ଏଭଳି ବର୍ଷା ଅଭାବରୁ ଯେଉଁ ଚାଷୀମାନେ ପ୍ରଥମ ତଳିଘେରା ପ୍ରସ୍ତୁତ କରିଥିଲେ ସେଗୁଡିକ ଶୁଖି ନଷ୍ଟ ହୋଇସାରିଥିବା ବେଳେ ଏବେ କିଛି ଚାଷୀ ଖାଲ ,ଗଡିଆ ମାନଙ୍କରେ ରହିଥିବା ବର୍ଷା ପାଣିକୁ ମାଠିଆ, ଗରା ଆଦିରେ ବୋହିକରି ଶୁଖିଲା ଜମିରେ ଛିଞ୍ଚି ସେଥିରେ ଏକ ଅଙ୍କୁଡା ରେ ଖୋଳି ସେହି ଜମିରେ ଗଜା ହୋଇଥିବା ଧାନ ବିହନକୁ ପକାଉଥିବା ଦେଖିବାକୁ ମିଳିଛି। ସେହିଭଳି କେତେକ ଚାଷୀ ଉଠା ଜଳସେଚେନ ପ୍ରଣାଳୀରେ ପନି ମଡାଇ ମଇ କୁ ଟାଣି ସେଥିରେ ବିହନ ପକାଉଛନ୍ତି ।

ଏପଟେ ଆକାଶରେ ମେଘମାଳ ମାଳ ମାଳ ହୋଇ ଭାସିଯାଉଥିବା ବେଳେ ବର୍ଷାର ଦେଖାନାହିଁ। ମେଘମାଳ ଭିତରୁ ସୁର୍ଯ୍ୟଙ୍କ ପ୍ରଖର ତାତି ଲୋକ ମାନଙ୍କୁ ଅସ୍ତ କରିପକାଉଛି । ଏହି ସମୟରେ ପ୍ରାୟ ସବୁ ଦିନ ବର୍ଷା ବରଷିବା କଥା କିନ୍ତୁ ଏବେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଚାଷ କାର୍ଯ୍ୟରେ ବାଧାସୃଷ୍ଟି କରୁଛି। ଯେଉଁ ସମୟରେ ଚାଷ କ୍ଷେତରେ ପାଣିର ଲହଡି ଭାଙ୍ଗିବା କଥା ସେହି ସମୟରେ ଚାଷଜମି ସବୁ ଫାଟି ଆଁ କରିଛି। ଯେଉଁ ସମୟରେ ଚାଷଜମିରେ ହଳ ବଳଦ ବୁଲି ଚାଷକାର୍ଯ ଆଗେଇଯିବା କଥା ସେହି ସମୟରେ ଏବେ ଚାଷ ଜମି ପଡ଼ିଆପଡି ସେଥିରେ ଗାଈ ଗୋରୁ ଚରୁଛନ୍ତି ।

farmer

ଚଳିତ ବର୍ଷ ମୌସୁମୀ ବର୍ଷା ଯଦି ସଠିକ ସମୟରେ ସଠିକ ପରିମାଣରେ ନ ହୁଏ ତେବେ ଚାଷ କାର୍ଯ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏପଟେ ଚାଷୀଭାଇ ମାନେ ଆକାଶକୁ ଚାହିଁ ମୁଣ୍ଡରେ ହାତ ଦେଇ ବସିଲେଣି। କେତେବେଳେ ବର୍ଷା ହେବ ଆଉ ଚାଷୀ ପୁଅର ଓଠରେ ହସ ଉକୁଟିବ ଆଉ ଲକ୍ଷେ ଜୀବ ପୋଷା ହେବେ ସେହି ସମୟକୁ ଚାହିଁ ଅସ୍ତରଙ୍ଗ କାକଟପୁର ଅଞ୍ଚଳର ହଜାର ହଜାର ଚାଷୀ ଅନେଇ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.