ମହାରାଷ୍ଟ୍ର ରାଜନୀତିରେ ବଡ଼ ଖବର, ଅଜିତ ପାଓ୍ଵାରଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ନେଇ ପିଟିସନ ଦାୟର

ଏନଡିଏରେ ଏଣ୍ଟ୍ରି ମାରିଥିବା ଅଜିତ ପାଓ୍ଵାରଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ନେଇ ପିଟିସନ ଦାୟର କରିଛି ଏନସିପି । ଅଜିତଙ୍କ ସମେତ ୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଏନସିପି ନିଷ୍ପତ୍ତି ନେଇଛି ।

କେନ୍ୟୁଜ୍(ବ୍ୟୁରୋ): ସରଗରମ ମହାରାଷ୍ଟ୍ର ରାଜନୀତି । ଏନସିପିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏନଡିଏରେ ଏଣ୍ଟ୍ରି ମାରିଥିବା ଅଜିତ ପାଓ୍ଵାରଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ନେଇ ପିଟିସନ ଦାୟର କରିଛି ଏନସିପି । ଅଜିତଙ୍କ ସମେତ ୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଏନସିପି ନିଷ୍ପତ୍ତି ନେଇଛି । ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଶରଦ ପାଓ୍ଵାର ଗୋଷ୍ଠୀ । ଶପଥ ନେଇଥିବା ୯ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି ହୋଇଛି । ଏ ନେଇ ମହାରାଷ୍ଟ୍ର ଏନସିପି ମୁଖ୍ୟ ନେତା ଜୟନ୍ତୀ ପାଟିଲ ସୂଚନା ଦେଇଛନ୍ତି ।

ଅଜିତ ପାଓ୍ଵାରଙ୍କ କାର୍ଯ୍ୟକୁ ଦଳବିରୋଧୀ ବୋଲି କୁହାଯାଇଛି । ଏପଟେ ବୁଧବାର ମୁମ୍ବାଇରେ ଉଭୟ ଶରଦ ଓ ଅଜିତ ପାଓ୍ଵାରଙ୍କ ଗୋଷ୍ଠୀ ବୈଠକ ଡାକିଛନ୍ତି । ଗତକାଲି ଏମଭିଏ ଛାଡ଼ି ଏନଡିଏରେ ଯୋଗ ଦେଇଥିଲେ ଅଜିତ ପାୱାର। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର। ତାଙ୍କ ସହ ଏନସିପିର ଅନ୍ୟ ୮ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ନିକଟରେ ଦଳର ୪୦ ଏମଏଲଏ ଓ ୬ ଜଣ ଏମଏଲସିଙ୍କ ସମର୍ଥନ ଥିବା ଅଜିତ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.