Below header

ମୁମ୍ବାଇରେ କାମ କରିବାକୁ ଡାକି ନେଇ ବାଲିଗୁଡ଼ାର ଯୁବକଙ୍କ ହାତ କାଟି ଦେଲେ, ମାମଲା ରୁଜୁ କଲା ପୋଲିସ

ମୁମ୍ବାଇରେ ପହଞ୍ଚିବା ପରେ ସେଠି ଘଟିଲା ଭୟଙ୍କର ଘଟଣା । କିଛି ଲୋକ ଆସି ଅଙ୍ଗଦର ମୁଣ୍ଡରେ ମାଡ଼ ମାରି ବେହୋସ କରି ଦେଇଥିଲେ । ପରେ ତାଙ୍କ ଦୁଇ ହାତ କାଟି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି ଅଙ୍ଗଦଙ୍କ ପରିବାର ଲୋକେ । ଯୋଜନାବଦ୍ଧ ଭାବେ ଏଭଳି କରାଯାଇଥିବା ସେମାନେ କହିଛନ୍ତି ।

ବାଲିଗୁଡ଼ା(କେନ୍ୟୁଜ୍): କେତେ ସାଙ୍ଘାତିକ ହୋଇପାରେ ଷଡଯନ୍ତ୍ର । ବାଲିଗୁଡା ରୁ ବ୍ଲିୁ ପ୍ରିଣ୍ଟ, ଆଉ ମୁମ୍ବାଇରେ ଟାର୍ଗେଟ। ବାଲିଗୁଡା ରୁ ମୁମ୍ବାଇ କାମ କରିବାକୁ ଡାକି ନେଇ ପୂର୍ବ ଯୋଜନା ମୁତାବକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ଆସିଛି ଅଭିଯୋଗ । ଆଉ ସବୁଠୁ ଭୟଙ୍କର କଥା ହେଲା ଆକ୍ରମଣରେ ଚେତା ହରାଇବା ପରେ ଯୁବକଙ୍କ ଦୁଇ ହାତ କାଟିଦେଇଛନ୍ତି ଦୁର୍ବୃତ୍ତ ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡାର ଡହଲପଡିରେ ।

ଡହଲପଡିର ଅଙ୍ଗଦ ମଳିକ । ଅଙ୍ଗଦଙ୍କୁ ଗତ ୨୭ ଏପ୍ରିଲ୍ ଦିନ ବାଲିଗୁଡା ଭଗାମୁଣ୍ଡାର ରବି ସାହାଣୀ ଘରୁ ଡ଼ାକି ନେଇଥିଲା । ମୁମ୍ବାଇକୁ କାମ କରିବାକୁ ଯିବା ପାଇଁ କହି ଜୋର ଜବରଦସ୍ତ ୮୦୦୦ ଟଙ୍କା ଦେଇ ପ୍ରଲୋଭନ ଦେଖାଇଥିଲା । ଯେଉଁଥିରେ ଅଙ୍ଗଦ ରାଜି ହୋଇଯାଇଥିଲେ । ମୁମ୍ବାଇରେ ପହଂଚିବା ପରେ ଏକ କଲ ଆସିଛି କହି ଅଙ୍ଗଦଙ୍କ ଠାରୁ ଟିକେ ଦୁରକୁ ଚାଲି ଯାଇଥିଲା ରବି। ପରେ କିଛି ବ୍ୟକ୍ତି ଆସି ଅଙ୍ଗଦଙ୍କ ମୁଣ୍ଡକୁ ଶକ୍ତ ମାଡ଼ ମାରିଥିଲେ । ଯାହାଫଳରେ ଅଙ୍ଗଦ ବେହୋସ ହୋଇଯାଇଥିଲେ। ପରେ ପୂର୍ବ ଯୋଜନା ମୁତାବକ ଅଙ୍ଗଦଙ୍କ ଦୁଇ ହାତ କାଟି ଫିଙ୍ଗି ଦେଇଥିବା ନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଙ୍ଗଦଙ୍କ ପରିବାର।

ଏପଟେ ଘଟଣାପରେ ପ୍ରଥମେ ମୁମ୍ବାଇ ପୋଲିସ ଉଦ୍ଧାର କରି ଏକ ସ୍ବେଛାସେବୀ ଅନୁଷ୍ଠାନରେ ଅଙ୍ଗଦଙ୍କୁ ଜିମା ଦେଇଥିଲେ। ପରେ ପରିବାର ଲୋକ ଏନେଇ ଖବର ପାଇ ରାଜସ୍ଥାନ ଯାଇ ଦୁଇ ହାତ କଟିଥିବା ଅବସ୍ଥାରେ ଅଙ୍ଗଦଙ୍କୁ ବାଲିଗୁଡା ଫେରେଇ ଆଣିଛନ୍ତି । ତେବେ ରବି କାହିଁକି ମୁମ୍ବାଇ ଡାକି ଏଭଳି କାଣ୍ଡ ଭିଆଇଲା? କଣ ଥିଲା ରହସ୍ୟ ଏବେ ବି ଅସ୍ପଷ୍ଟ ରହିଛି । ଅନ୍ୟପଟେ ବାଲିଗୁଡା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବାବେଳେ, ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.