ଆଜି ମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଦଳିବ କି ମନ୍ତ୍ରିମଣ୍ଡଳ ରୂପରେଖ ?

। ଦୁଇବର୍ଷ ତଳେ ଅର୍ଥାତ ଜୁଲାଇ ୨୦୨୧ରେ ଶେଷଥର ପାଇଁ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ଧରଣର ପରିବର୍ତ୍ତନ କରିଥିଲେ। ସେତେବେଳ ୧୨ ଜଣ ମନ୍ତ୍ରୀ ବାଦ୍‌ ପଡିଥିଲେ। ୧୭ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । 

କେନ୍ୟୁଜ୍(ବ୍ୟୁରୋ): ଆଜି ମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ କ୍ୟାବିନେଟ୍‌, ରାଜ୍ୟ ଓ ସ୍ୱାଧୀନ ଦାୟିତ୍ୱ ତୁଲାଉଥିବା ସମସ୍ତ ମନ୍ତ୍ରୀ ଯୋଗ ଦେବେ। ନୂଆଦିଲ୍ଲୀର ପ୍ରଗତି ମଇଦାନର କନଭେନସନ ସେଣ୍ଟରରେ ଏହି ବୈଠକ ଡକାଯାଇଛି । ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜିର ବୈଠକକୁ ଗୁରୁତ୍ୱ ଦିଆଯାଉଛି । ଫଳରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି ।

ଚଳିତ ବର୍ଷ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ତେଣୁ ଏସବୁ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ବରିଷ୍ଠ ଓ ଅଭିଜ୍ଞ ମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଦୁଇବର୍ଷ ତଳେ ଅର୍ଥାତ ଜୁଲାଇ ୨୦୨୧ରେ ଶେଷଥର ପାଇଁ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ଧରଣର ପରିବର୍ତ୍ତନ କରିଥିଲେ। ସେତେବେଳ ୧୨ ଜଣ ମନ୍ତ୍ରୀ ବାଦ୍‌ ପଡିଥିଲେ। ୧୭ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ।

 

 

Leave A Reply

Your email address will not be published.