Below header

ଏହି ହ୍ରଦର ଗୁପ୍ତଧନକୁ ଚୋରି କରିବା ଅସମ୍ଭବ, ଜଗିଛନ୍ତି ନାଗ ଦେବତା

ଆମ ଦେଶରେ ନାଗ ଦେବତାଙ୍କ ପୂଜାର ବିଶେଷ ମହତ୍ୱ ରହିଛି। ନାଗ ଦେବତାଙ୍କ ଏପରି ଅନେକ ସ୍ୱତନ୍ତ୍ର ମନ୍ଦିର ମଧ୍ୟ ଭାରତରେ ରହିଛି, ଯାହା ଅତ୍ୟନ୍ତ ପ୍ରସିଦ୍ଧ ଏବଂ ପ୍ରାଚୀନ ମନ୍ଦିର। ଏଠାରେ ନାଗ ଦେବତାଙ୍କ ପୂଜା କରାଯାଇଥାଏ। ଏହିସବୁ ସ୍ଥାନରେ ଏଭଳି ଏକ ସ୍ଥାନ ହିମାଞ୍ଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ପାଖାପାଖି ୭୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ସ୍ଥାନର ମହତ୍ୱ ହେଉଛି ଏଠାରେ ପାଣି ତଳେ ଲୁଚି ରହିଥିବା ଗୁପ୍ତ ଧନ ଦେଖାଯାଇଥାଏ। କିନ୍ତୁ ଏଠାର ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ନାଗ ଦେବତା ଥିବା କାରଣରୁ ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଗୁପ୍ତ ଧନକୁ ଛୁଇଁ ପାରନାହାନ୍ତି ଏବଂ ଯେଉଁମାନେ ଏହି ଗୁପ୍ତ ଧନକୁ ଚୋରାଇବା ପାଇଁ ଚେଷ୍ଟା କରିଛନ୍ତି ସେମାନଙ୍କ ସହ କିଛି ନା କିଛି ଅନର୍ଥ ହୋଇଛି।

kamarunathବାସ୍ତବରେ ଆମେ ଯେଉଁ ଅଭୁତ ସ୍ଥାନ ବିଷୟରେ ଆପଣଙ୍କୁ କହୁଛୁ ତାହା ମଣ୍ଡି ଜିଲ୍ଲାର କମରାହ ନାମକ ସ୍ଥାନରେ ଅବସ୍ଥିତ ଘନ ଜଙ୍ଗଲରେ ଆବଦ୍ଦ ଏକ ପାହାଡ, ଯାହାର ନାମ ହେଉଛି କମରୁନାଗ। ପୁରାତତ୍ତ୍ୱ ବିଭାଗ କହିବାନୁଯାୟୀ ଏହି ହ୍ରଦରେ ନଜର ଆସୁଥିବା ଗୁପ୍ତ ଧନ ମହାଭାରତ ସମୟର। ଏହି ହ୍ରଦର କୂଳରେ କମରୁନାଗ ଦେବତାଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ ଜୁଲାଇ ମାସରେ ମେଳା ଆୟୋଜନ କରାଯାଇଥାଏ ଏବଂ ନାଗ ଦେବତାଙ୍କ ବିଧି-ବିଧାନର ସହ ପୂଜା-ଅର୍ଚ୍ଚନା କରାଯାଇଥାଏ।

kamarunath-1ମାନ୍ୟତା ଅନୁଯାୟୀ କମରୁନାଗ ହ୍ରଦର ରକ୍ଷା ସ୍ୱୟଂ କମରୁନାଗ କରିଥାନ୍ତି। ଏଠାର ଲୋକମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ ସୁନା ଏବଂ ରୂପା ଅର୍ପଣ କରିଥାନ୍ତି। ଏହି ପରମ୍ପରା ପ୍ରାଚୀନ କାଳରୁ ରହିଆସିଛି। ସୂଚନା ମୁତାବକ ସମୁଦ୍ର ତଳୁ ନଅ ହଜାର ଫୁଟ ଉଚ୍ଚା ଉପରେ ଅବସ୍ଥିତ ଏହି ହ୍ରଦରେ ଶହ ଶହ କୋଟି ଗୁପ୍ତ ଧନ ରହିଛି। ଯାହା ପାଣିରେ ସଫା ନଜର ଆସିଥାଏ।

kamarunath devପୌରାଣିକ ମାନ୍ୟତା ଅନୁଯାୟୀ ମହାଭାରତ ଯୁଦ୍ଧ ଜିତିବା ପରେ ପାଣ୍ଡବ ରତ୍ନଯକ୍ଷଙ୍କୁ ହିମାଳୟକୁ ନେଇ ଯାଉଥିଲେ। ଯେତେବେଳେ ସେ ନଳସର ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଏକ ଶଦ୍ଧ ଶୁଣାଯାଇଥିଲା। ଏହାପରେ ରତ୍ନଯକ୍ଷଙ୍କୁ କମରୁଘାଟ ନିକଟରେ ଜଣେ ମେଣ୍ଡା ପାଳକଙ୍କୁ ଦେଖି ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ଯାହା ଫଳରେ ସେ ସେଠାରେ ଅଟକି ରହିଥିଲେ। କାରଣ ରତ୍ନଯକ୍ଷଙ୍କ ଜନ୍ମ ମଧ୍ୟ ସେହି ଅଞ୍ଚଳରେ ହୋଇଥିଲା। ସେ ପାଣ୍ଡବ ଏବଂ ସେହି ମେଣ୍ଡା ପାଳକଙ୍କୁ କହିଥିଲେ ତ୍ରେତୟା ଯୁଗରେ ତାଙ୍କ ଜନ୍ମ ଏହି ସ୍ଥାନରେ ହୋଇଥିଲା। ତାଙ୍କୁ ଜନ୍ମ ଦେଇଥିବା ନାରୀ ନାଗ ଦେବତାଙ୍କ ପୂଜା କରୁଥିଲେ।

kamrunaag-surajଏହାପରେ ନାଗ ଦେବତା ତାଙ୍କ ଗର୍ଭରୁ ୯ ଟି ପୁତ୍ର ସନ୍ତାନ ସହ ଜନ୍ମ ନେଇଥିଲେ। ରତନଯକ୍ଷଙ୍କ କହିବାନୁଯାୟୀ ତାଙ୍କ ମାଁ ତାଙ୍କୁ ଏକ ପେଡିରେ ରଖୁଥିଲେ। କିନ୍ତୁ ଥରେ ତାଙ୍କ ଘରକୁ ଆସିଥିବା ଜଣେ ଅତିଥି ମହିଳାଙ୍କ ହାତରୁ ଏହି ପେଡି ପଡିଯାଇଥିଲାଏବଂ ସମସ୍ତ ସାପ ଛୁଆ ନିଆଁରେ ପଡିଯାଇଥିଲେ। କିନ୍ତୁ ରତ୍ନଯକ୍ଷ ନିଜର ଜୀବନ ବଞ୍ଚାଇବା ପ୍ରୟାସରେ ହ୍ରଦ କୂଳରେ ଲୁଚିଯାଇଥିଲେ। ଶେଷରେ ତାଙ୍କ ମାତା ତାଙ୍କୁ ଖୋଜି ପାଇବା ପରେ ତାଙ୍କ ନାଁ କମରୁନାଗ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.