Below header

ଇଟାଲୀରେ କରୋନା ଆତଙ୍କ : ଗୋଟେ ଦିନରେ ନେଲା ୪୯ ଜଣଙ୍କ ଜୀବନ

ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଚୀନର ଉହାନ ସହରରୁ ଏହି ଭାଇରସ ବ୍ୟାପୁଥିବା ବେଳେ ଏପର୍ଯ୍ୟନ୍ତ ୯୦ରୁ ଅଧିକ ଦେଶରେ ବ୍ୟାପୀ ସାରିଲାଣି। ଇଟାଲୀରେ ଗୋଟେ ଦିନରେ କରୋନା ୪୯ ଜଣଙ୍କ ପ୍ରାଣ ନେଇସାରିଲାଣି। ଏହା ଗୋଟେ ଦିନରେ ମରିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ। ଏହାସହିତ ଇଟାଲୀରେ କରୋନାଜନିତ ମୃତ୍ୟୁ ୧୯୭ରେ ପହଞ୍ଚିଛି। କରୋନାରେ ସବୁଠାରୁ ଅଧିକ ସଂଖ୍ୟକ ଲୋକ ଚୀନରେ ମୃତ୍ୟୁବରଣ କରିଥିବା ବେଳେ ଏବେ ଇଟାଲୀ ଦ୍ୱିତୀୟ ସ୍ଥାନରେ ରହିଛି। ଇଟାଲୀରେ ଏପର୍ଯ୍ୟନ୍ତ ୪୬୩୬ ଟି ମାମଲା ସାମ୍ନାକୁ ଆସିଛି। ଇଟାଲୀରେ ଏବେ ୨୨ଟି ସ୍ଥାନରେ କରୋନା ବ୍ୟାପିଛି।

corona

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୩୩୦୦ ଜଣ ମୃତ୍ୟୁବରଣ କଲେଣି। ବ୍ରିଟେନରେ ମଧ୍ୟ ପ୍ରଥମ କରୋନାଜନିତ ମୃତ୍ୟୁ ସାମ୍ନାକୁ ଆସିଛି। ଆମେରିକାରେ ୧୪ ଜଣ ମରିଥିବା ବେଳେ କରୋନାକୁ ମୁକାବିଲା କରିବା ପାଇଁ ଆମେରିକାରେ ୬.୩ ବିଲିଅନ ଡଲାର ଫଣ୍ଡ ଜାରି କରିଛି। ଏହାଛଡା ଭାରତେର ମଧ୍ୟ ୩୧ଟି କରୋନା ମାମଲା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.