Below header

ଆଜି ସୂର୍ଯ୍ୟୋପରାଗ, ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ !

ଆଜି ସୂଯ୍ୟର୍ପରାଗ। ଆଜି ବୈଜ୍ଞାନିକମାନେ ଦେଖିବେ ମହଜାଗତିକ ଦୃଶ୍ୟ। ଓଡିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ଦେଖାଯିବ। ଏଥର ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ଦେଶର ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ତେବେ ଓଡିଶାରେ ଏହା ଆଂଶିକ ଭାବେ ଦେଖାଯିବ। ଅର୍ଥାତ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।

ସୂର୍ଯ୍ୟୋପରାଗ ଆଜି ସକାଳ ୧୦ଟା ୩୮ ମିନିଟରୁ ପରାଗ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ। ତେବେ ମଧ୍ୟାହ୍ନ ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.