Below header

ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, “ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ , ଘରେ ହିଁ ଯୋଗ କରନ୍ତୁ”

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଜୁନ୍‌ ମାସ ୨୧ ତାରିଖକୁ “ଅନ୍ତର୍ଜାତୀୟ ଯୋଗ ଦିବସ” ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷର ଏହି ଦିବସ ପାଇଁ ଥିମ୍‌ ରହିଛି ‘ୟୋଗା ଫର୍‌ ହେଲ୍‌ଥ-ୟୋଗା ଆଟ୍‌ ହୋମ୍‌’ ଅର୍ଥାତ୍‌ “ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ , ଘରେ ହିଁ ଯୋଗ କରନ୍ତୁ” । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ବିଶ୍ୱସ୍ତରରେ ଯେତେଦୂର ସମ୍ଭବ ସାମାଜିକ ଦୂରତା ପାଳିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷ ଭାବେ ଏହି କାରଣରୁ ହିଁ ଚଳିତ ବର୍ଷ ଘରେ ରହି ଯୋଗ କରିବାକୁ ପରାମର୍ଶ ଦିଆଯାଉଛି । ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦୀ କରୋନା ମହାମାରୀ ସମୟରେ ନିଜକୁ ସୁସ୍ଥ ତଥା ନିରୋଗ ରହିବା ପାଇଁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

yoga day

ମୋଦିଙ୍କ ଅନୁଯାୟୀ ଏମିତି ଏକ ସଙ୍କଟ ସମୟରେ ଯୋଗର ଅଧିକ ଆବଶ୍ୟକତା ରହିଛି । କରୋନାକୁ ହରାଇବା ପାଇଁ ଯୋଗ ନିହାତି ଜରୁରୀ। ଯୋଗାଭ୍ୟାସ କଲେ ଆମ ଶରୀରର ଇମ୍ୟୁନିଟି କ୍ଷମତା ମଧ୍ୟ ବଢିଥାଏ । ଏହାସହ ଆମକୁ ଏକ ପ୍ରକାର ମାନସିକ ଶାନ୍ତି ମଧ୍ୟ ମିଳେ । ଯୋଗାଭ୍ୟାସ ଦ୍ୱାରା ପରିବାରରେ ଉର୍ଜା ସଞ୍ଚାର ହୋଇଥାଏ । ଯୋଗର ବିଭିନ୍ନ ମୁଦ୍ରା ଆମ ଶରୀର ପାଇଁ ଲାଭଦାୟକ। ପ୍ରଣାୟାମ ପ୍ରତ୍ୟେକ ଦିନ କରିବା ପାଇଁ ଅଭ୍ୟାସ କରିବା ଆବଶ୍ୟକ । ଯୋଗ ଦିବସ ଏକଜୁଟ୍‌ ହେବାର ଦିନ । ଏହି ଦିବସକୁ “ବିଶ୍ୱ ବନ୍ଧୁତ୍ୱର ଦିବସ” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.