Below header

ପ୍ଲାଷ୍ଟିକ୍‌ ତୁଳନାରେ କାଠର ବାସନକୁସନ ଅଧିକ କ୍ଷତିକାରକ, ରିସର୍ଚ୍ଚରେ ହେଲା ଖୁଲାସା

ପରିବେଶ ଉପରେ କୁ-ପ୍ରଭାବ ପକାଉଥିବା ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରାଯିବା ପରେ ଏବେ ମାର୍କେଟରେ ପ୍ୟାକେଜିଂ ଓ ୟୁଜ୍‌ ଆଣ୍ଡ୍‌ ଥ୍ରୋ ପ୍ଲେଟ ଭାବେ ବ୍ୟବହାର କରିବାକୁ ଏକ ନୂଆ ଜିନିଷ ଆସିଛି। କାଠ ଭଳି ଦେଖାଯାଉଥିବା ଏହି ମ୍ୟାଟେରିଆଲ ପ୍ଲାଷ୍ଟିକ୍‌ ଠାରୁ ମଧ୍ୟ ଅଧିକ ମାରାତ୍ମକ ବୋଲି ଜଣାଯାଇଛି। ରିପୋର୍ଟ ମୁତାବକ, ସୁପରମାର୍କେଟ ଓ କେତେକ ଫୁଡ୍‌ କମ୍ପାନୀ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ଚାପରେ କାର୍ଡବୋର୍ଡର ବାସନକୁସନ ତିଆରି କରୁଛନ୍ତି। ଏହି ବାସନ୍‌ରେ ଏକ ଏଭଳି କେମିକାଲରେ କୋଟିଂ ଦିଆଯାଉଛି ଯାହାକୁ ରିସାଇକଲ୍‌ କରିହେବ ନାହିଁ। କାଗଜରେ ତିଆରି ପାତ୍ରରେ ମଧ୍ୟ ଏହି କେମିକାଲ ବ୍ୟବହାର କରାଯାଉଥିବା ଜଣାଯାଇଛି।

ବିଶେଷଜ୍ଞଙ୍କ କହିବାନୁସାରେ ମାର୍କେଟକୁ କିଛି ଏଭଳି ପେପର ବ୍ୟାଗ୍‌ ଆସିଛି ଯାହା ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ପରିମାଣକୁ ବୃଦ୍ଧି କରିଥାଏ। ରିପୋର୍ଟ ମୁତାବକ ପ୍ଲାଷ୍ଟିକର କଣ୍ଟା ଚାମଚ ଜାଗାରେ ବ୍ୟବହାର କରାଯାଉଥିବା କାଠ ଚାମଚ ପରିବେଶ ଉପରେ ଅଧିକ ଖରାପ ପ୍ରଭାବ ପକାଉଛି।

ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକ୍‌କୁ ନେଇ ସଚେତନତା ଦେଖାଯାଉଥିବାରୁ ଏବେ ସାରା ବିଶ୍ୱରେ ପ୍ରାୟ ୭୦ ପ୍ରତିଶତ ପ୍ଲାଷ୍ଟିକ୍‌ର ବ୍ୟବହାର କମ୍‌ ହୋଇଗଲାଣି। କେବଳ ରାସନ୍‌ ସାମଗ୍ରୀ ଯଥା ତେଲ, ଘିଅ ଆଦି ତରଳ ପଦାର୍ଥର ପ୍ୟାକେଜିଂରେ ପ୍ଲାଷ୍ଟିକ୍‌ ବ୍ୟବହାର କରାଯାଉଛି। ଧୀରେ ଧୀରେ ଦୁନିଆକୁ ସମ୍ପୂର୍ଣ୍ଣ ପ୍ଳାଷ୍ଟିକ୍‌ ମୁକ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ତେବେ ବର୍ତ୍ତମାନ ପ୍ଲାଷ୍ଟିକ ବଦଳରେ ବ୍ୟବହୃତ ହେଉଥିବା ପେପର ବ୍ୟାଗ୍‌ ମଧ୍ୟ ପ୍ଲାଷ୍ଟିକ ଭଳି କ୍ଷତିକାରକ। ଏଥିରୁ ନିର୍ଗତ ହେଉଥିବା କାର୍ବନ ପରିବେଶ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାକୁ ପରିବେଶବିତ୍‌ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.