ଗୋଟିଏ ଦିନ ପାଇଁ ଜେଲରୁ ବାହାରିଲେ ପାଟଣାଗଡ ବିସ୍ଫୋରଣର ମାଷ୍ଟର ମାଇଁଣ୍ଡ ପୁଞ୍ଜିଲାଲ ମେହେର, ନିଜ ମାଙ୍କୁ ଦେବେ ମୁଖାଗ୍ନି

ପାଟଣାଗଡ(କେନ୍ୟୁଜ୍): ଜେଲରୁ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ଗିରଫ ପୁଞ୍ଜିଲାଲ ମେହେର । ପୋଲିସ ହେପାଜତରେ ତାଙ୍କୁ ଜେଲରୁ ଅଣାଯାଇଛି । ମାଆଙ୍କ ମୁଖାଗ୍ନି ଦେବାକୁ କଡ଼ା ସୁରକ୍ଷା ଭିତରେ ତାଙ୍କୁ ନିଆଯିବ ପାଟଣାଗଡ଼ । ମାଆଙ୍କୁ ମୁଖାଗ୍ନି ଦେବା ପରେ ପୁଣି ଥରେ ଜେଲ୍‌କୁ ଫେରିବେ ପୁଞ୍ଜିଲାଲ ମେହେର । ମାଆ ଇନ୍ଦୁମତିଙ୍କ ଶୁକ୍ରବାର ମୃତ୍ୟୁ ହେବା ପରେ ଶେଷକୃତ୍ୟ ପାଇଁ ପୁଞ୍ଜିଲାଲଙ୍କ ପରିବାର ପକ୍ଷରୁ ଜାମିନ୍‌ ପାଇଁ ଆବେଦନ କରାଯାଇଥିଲା। ତେବେ ତାଙ୍କୁ ଜାମିନ୍‌ ଦେଇନଥିଲେ ପାଟଣାଗଡ଼ ଏଡିଜେ କୋର୍ଟ । ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମାଆଙ୍କୁ ମୁଖାଗ୍ନି ଦେବେ । ୨୦୧୮ ଫେବୃୟାରୀ ୨୩ରେ ପାର୍ସଲ ବୋମା ବିସ୍ଫୋରଣ ଜରିଆରେ ଦୁଇ ଜଣଙ୍କ ଜୀବନ ନେଇଥିଲା ପୁଞ୍ଜିଲାଲ । ତା ପରଠାରୁ ଗିରଫ ହୋଇ ଜେଲରେ ସଜା କାଟୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.