Below header

ଖଡ଼ଗପୁର IITର ନୂଆ ଆବିଷ୍କାର, ଏଣିକି ମାତ୍ର ୧୦ ଟଙ୍କାରେ ହୋଇପାରିବ ‘ବ୍ଲଡ଼ ଟେଷ୍ଟ’

ଖଡ଼ଗ୍ପୁର ଆଇଆଇଟିର ବିଶେଷଜ୍ଞ ମାନେ ଏମିତି ଏକ ମେସିନର ନିର୍ମାଣ କରିଛନ୍ତି ଯାହା ମାତ୍ର ୧୦ ଟଙ୍କାରେ ବ୍ଲଡ଼ ଟେଷ୍ଟ କରିପାରିବ । ଏହି ଟେଷ୍ଟରେ ୯୫ ପ୍ରତିଶତ ସଠିକ ତଥ୍ୟ ମିଳିପାରିବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହି ମେସିନ ବିଷୟରେ ସଂସ୍ଥାନର ମୁଖ୍ୟ ଏକ ଶନିବାର ଏକ ସାକ୍ଷାତ୍କାର ସମୟରେ ହିଁ କହିଛନ୍ତି । ସାଧାରଣତଃ କେତେ ଗୁଡିଏ ରୋଗ ବିଷୟରେ ଜାଣିବା ପାଇଁ ହିଁ ଡାକ୍ତର ସିବିସି ବା ବ୍ଲଡ଼ ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ବିଭିନ୍ନ ମାଧ୍ୟମ ଦେଇ ହେଉଥିବା ଏହି ଟେଷ୍ଟ ପାଇଁ ବର୍ତ୍ତମାନ ସମୟରେ ୨୦୦ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଖଡଗପୁର ଆଇଆଇଆଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମେସିନ ଟିକୁ ସହଜରେ ନେବା ଆଣିବା ମଧ୍ୟ କରିହେବ ।

cbc

ନିଜ ପ୍ରତିକ୍ରିୟାରେ ମେକାନିକାଲ ଇଂଜିନିୟରିଂ ବିଭାଗ ମୁଖ୍ୟ ପ୍ରଫେସର ସୁମନ ଚକ୍ରବର୍ତ୍ତୀ କହିଛନ୍ତି କି ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମେସିନ ଟି ମଟର ଦ୍ୱାରା ଚାଲିବ । ଏହାର ଡିଜାଇନ ଓ ଟେକନିକ ମଧ୍ୟ ଖୁବ ସରଳ । ଯାହାକୁ ଯେ କେହି ସହଜରେ ବ୍ୟବହାର କରିପାରିବେ । ପ୍ରଫେସର ଚକ୍ରବର୍ତ୍ତୀ ଆହୁରି ମଧ୍ୟ କହିଛନ୍ତି କି ଏହି ଉପକରଣ ମାଧ୍ୟମରେ ହେମାଟୋକ୍ରିଟ, ହିମୋଗ୍ଲୋବିନ, ଲାଲ ରକ୍ତ କୋଷିକା ବା ଆରବିସି , ଧଳା ରକ୍ତ କୋଷିକା ବା ଡବ୍ଲୁବିସି, ପ୍ଲେଟଲେଟ ଆଦିର ପରିମାଣ ସହଜରେ ଜାଣି ହେବ ।

ଏହାର ଆହୁରି ଏକ ବିଶେଷତା ହେଉଛି ଏହି ଡିସ୍କଟି ବାୟୋ ଡିଗ୍ରେଦେବଲ । ସେ ଏହା ମଧ୍ୟ କହିଛନ୍ତି କି ଏହି ସ୍ୱାସ୍ଥ୍ୟ ସୁବିଧା ଦ୍ୱରା ଗ୍ରାମାଞ୍ଚଳ ଗୁଡିକର ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯାଇପାରିବ । ଏହାକୁ ସର୍ବ ପ୍ରଥମେ ଆଇଆଇଟି ପରିସରରେ ଥିବା ସୁପର ସ୍ପେସାଲିଟି ହସ୍ପିଟାଲରେ ପ୍ରଥମେ ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.