Below header

ଦେଖନ୍ତୁ କେଡେ ନିର୍ଦ୍ଦୟ ଏହି ଆଥ୍‌ଲେଟ, ଦୌଡ଼ିବା ବେଳେ କୁକୁରକୁ ଫୁଟ୍‌ବଲ ଭଳି କିକ୍‌ ମାରିଲେ, କୁକୁରର ହେଲା ଏଭଳି ଅବସ୍ଥା

କିଛିଦିନ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଭିଡିଓରେ ଦେଖାଯାଉଛି ଯେ ଜଣେ ରନର୍‌ ଦୌଡ଼ିବା ସମୟରେ ରାସ୍ତାରେ ଏକ କୁକୁରକୁ ଜୋର୍‌ରେ ଲାତ ମାରୁଛନ୍ତି। ଯେଉଁଥିପାଇଁ ପରେ ତାଙ୍କୁ ବଡ଼ ରକମ ଦେବାକୁ ପଡ଼ିଛି। ତେବେ ରନର୍‌ ଜଣକ ହେଉଛି Jamie Alejandro।

କଲମ୍ବିଆରେ Saint Silvester Road Race ଚାଲୁଥିଲା। ଏଥିରେ ଜେମି ଦୌଡ଼ୁଥିଲେ। ତାଙ୍କ ସହିତ ଅନ୍ୟ ଆଥ୍‌ଲେଟ ମଧ୍ୟ ଥିଲେ। ଏହାରି ଭିତରେ ଏକ କୁକୁର ପଶିଆସିବାରୁ ଜେମି ତାକୁ ଲାତ ମାରିଥିଲେ। ସେ କୁକୁରଟିକୁ ଏତେ ଜୋର୍‌ରେ ଲାତ ମାରିଥିଲେ ଯେ କୁକୁର ଛିଟିକି ଅନ୍ୟ ଜାଗାରେ ପଡ଼ିଥିଲା।

b3

ପରେ ମାଗିଲେ କ୍ଷମା

ଜେମି ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ‘ମୁଁ ଏମିତି କରିବାକୁ ଚାହୁଁ ନ ଥିଲି। ମୁଁ ଏହାକୁ ବିଲ୍‌ବୁଲ ଜଷ୍ଟିଫାଏ ଦେବାକୁ ଚାହୁଁନି, ଯାହା ମୁଁ କରିଛି। କାସ୍‌…ମୁଁ ଏହି ଭୁଲ୍‌କୁ ସୁଧାରି ପାରନ୍ତି। ମୁଁ ଏହା ଭାବି ବି ପାରୁନି, ମୁଁ କେମିତି ଏହି କାମ କରିଦେଲି’।

b6

ସ୍ପନ୍‌ସରଶିପ୍‌ କ୍ୟାନ୍ସଲ କରିଦେଲା କମ୍ପାନୀ

Under Armour ଏକ ସ୍ପୋର୍ଟସ୍‌ ବିୟର କମ୍ପାନୀ। ସେ ଜେମିଙ୍କଠାରୁ ନିଜର Endorsement Deal କ୍ୟାନ୍ସଲ କରିଦେଇଛି। କମ୍ପାନୀର କହିବା ହେଲା, ‘ଭିଡିଓ ସାମ୍ନାକୁ ଆସିବା ପରେ ଜେମିଙ୍କ ସହିତ କମ୍ପାନୀର କୌଣସି ସମ୍ପର୍କ ନାହିଁ। ଆମେ ପଶୁଙ୍କ ସହିତ କୌଣସି ପ୍ରକାର ଏହିଭଳି କାମକୁ ପ୍ରଶୟ ଦେଇପାରିବୁ ନାହିଁ’।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.