Below header

ହଠାତ୍ ନୀଳକୁ ସବୁଜ ହେଲା ପାରାଦୀପ ସମୁଦ୍ରର ରଙ୍ଗ, ମରି ଭାସିଲେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ

ବଦଳିଗଲା ପାରାଦୀପ ସମୁଦ୍ରର ରଙ୍ଗ । ସମୁଦ୍ର ଢେଉର ରଙ୍ଗ ନୀଳ ବଦଳରେ ହୋଇଯାଇଛି ସବୁଜ। ନୀଳ ବଦଳରେ କୂଳରେ ମାଡ ହେଉଛି ସବୁଜ ରଙ୍ଗର ପାଣି। ସବୁଜ ରଙ୍ଗର ଢେଉ ସହିତ ଖାଲି ଫେଣ ହିଁ ଫେଣ ଭାସୁଛି । ଏପରିକି ସମୁଦ୍ର କୂଳର ବାଲି ବି ସବୁଜ ରଙ୍ଗ ପାଲଟି ଯିବା ସହିତ ସମୁଦ୍ରରେ ପାଣିରେ ଭାସୁଛି ତେଲିଆ ପଦାର୍ଥ ।

ପାରାଦୀପ(କେନ୍ୟୁଜ୍) : ହଠାତ୍ ବଦଳିଗଲା ପାରାଦୀପ ସମୁଦ୍ରର ରଙ୍ଗ । ସମୁଦ୍ର ଢେଉର ରଙ୍ଗ ନୀଳ ବଦଳରେ ହୋଇଯାଇଛି ସବୁଜ। ନୀଳ ବଦଳରେ କୂଳରେ ମାଡ ହେଉଛି ସବୁଜ ରଙ୍ଗର ପାଣି। ସବୁଜ ରଙ୍ଗର ଢେଉ ସହିତ ଖାଲି ଫେଣ ହିଁ ଫେଣ ଭାସୁଛି । ଏପରିକି ସମୁଦ୍ର କୂଳର ବାଲି ବି ସବୁଜ ରଙ୍ଗ ପାଲଟି ଯିବା ସହିତ ସମୁଦ୍ରରେ ପାଣିରେ ଭାସୁଛି ତେଲିଆ ପଦାର୍ଥ । ଯାହା ସାମୁଦ୍ରିକ ଜୀବଙ୍କ ପାଇଁ ସୃଷ୍ଟି କରିଛି ବିପଦ। ପାରାଦୀପ ଠାରୁ ନେଇ ଗହୀରମଥା ଯାଏ ଏହି ତେଲ ଜାତୀୟ ପଦାର୍ଥ ଉପକୂଳ ସମୁଦ୍ରରେ ବ୍ୟାପିଯାଇଥିବା ସୂଚନା ମିଳିଛି।

ଯାହାର ପ୍ରଭାବରେ ପାରାଦୀପ ଅଂଚଳରେ ରହିଥିବା କପିଳଜୋର ନଦୀରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ମରି ଭାସୁଛନ୍ତି । ଓଡିଶା ସାମୁଦ୍ରିକ ମତ୍ସ୍ୟ ଉପାଦକ ସଂଘ କହିଛନ୍ତି ଏହି ସବୁଜ ସାମୁଦ୍ରିକ ଜଳ ଏବେକାର ନୁହେଁ ଏହା ଦୀର୍ଘ ଦିନ ହେବ ସମୁଦ୍ରରେ ଦେଖାଦେଇଛି । ଯାହା ଆଇଓସିଏଲର ବର୍ଜ୍ୟବସ୍ତୁ ପାଣି। ଯାହା ସମୁଦ୍ରର ଉପକୂଳକୁ ଆସୁଥିବା ମତ୍ସ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି।

ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ବି ମାଛ ମଡକ ପରେ, ଏହା ଆଇଓସିଏଲରୁ ନିର୍ଗତ କେମିକାଲ କାରଣରୁ ହୋଇଛି ବୋଲି ସନ୍ଦେହ କରିଛନ୍ତି । ହେଲେ ଏପଟେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଆଇଓସିଏଲ କର୍ତୃପକ୍ଷ। ଯାହାକୁ ନେଇ ଆଇଓସିଏଲର ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଅଧିକାରୀ ପଂହଚି ସମୁଦ୍ରରେ ଏହି ବିଚିତ୍ର ରଙ୍ଗର ପାଣିର ନମୁନା ସଂଗ୍ରହ କରିଥିବା ବେଳେ ମାଛ ମରି ଭାସୁଥିବା ଯୋରର ପାଣିର ନମୁନା ସଂଗ୍ରହ କରିଛନ୍ତି।

ତେବେ ଏହି ଘଟଣା ପରଦିନ ଠାରୁ ପାରାଦୀପ ଅଂଚଳର କପିଳଜୋର ସମେତ କାଉଡିଆ ନଦୀ, ଅଠରବାଙ୍କି ନଦୀରେ କୁଢ କୁଢ ମାଛ ମରି ଭାସୁଥିବା ଦେଖିବାକୁ ମିଳୁଛି। ଏ ନେଇ ପ୍ରଦୂଷଣ ବିଭାଗ ପାଖରେ ଖବର ନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଅନ୍ୟପଟେ ୨୪ ଘଂଟା ନ ପୁରୁଣୁ ଆଇଓସିଏଲ ତରଫରୁ ପାରାଦୀପ ସମୁଦ୍ରକୁ ଛଡାଯାଇଥିବା ପାଇପ ଲାଇନକୁ ଯୁଦ୍ଧକାଳୀନ ଭିତିରେ ମରାମତି କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି।

ଗୋଟିଏ ପଟେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉପାଦକ ସଂଘ ତରଫରୁ ତୈଳ ବିଶୋଧନାଗାର ତରଫରୁ ବିଷାକ୍ତ ବର୍ଜ୍ୟବସ୍ତୁ ଜଳ ସମୁଦ୍ରକୁ ଛଡା ଯାଉଥିବା ନେଇ  ଅଭିଯୋଗ ହୋଇଥିବା ବେଳେ, ଏପଟେ କଣ ପାଇଁ ଆଇଓସିଏଲ ତରଫରୁ ରାତି ଅଧିଆ ଲୋକ ଲଗାଇ ମରାମତି କାର୍ଯ୍ୟ କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ପ୍ରଦୂଷଣ ବିଭାଗ ଓ କମ୍ପାନୀ ମଧ୍ୟରେ ମଧୁ ଚନ୍ଦ୍ରିକା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମତ୍ସ୍ୟ ସଂଘ ଓ ସ୍ଥାନୀୟ ବାସିନ୍ଦା।

ଯଦି ଏହିଭଳି ଅବହେଳା ପ୍ରଦର୍ଶନ କରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉପାଦକ ସଂଘ| ଅନ୍ୟପଟେ ପାଣିର ନମୁନା ସଂଗ୍ରହ କରାଯାଇଛି। ତଥ୍ୟ ଆସିବା ପରେ ମାଛ ମଡକ ଓ ସମୁଦ୍ର ପାଣି ସବୁଜର କାରଣ ଜଣାପଡିବ ବୋଲି କହିଛନ୍ତି ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ। ବାରମ୍ୱାର ବିଭିନ୍ନ କମ୍ପାନୀର ରାସାୟନିକ ବର୍ଜ୍ୟଜଳ କାରଣରୁ ସମୁଦ୍ରରୁ ମାଛ ବଂଶ ଲୋପ ପାଇବାକୁ ବସିଛି । ଯଦି ଏଥିପ୍ରତି ପ୍ରଦୂଷଣ ବିଭାଗ ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ମତ୍ସ୍ୟସଂପଦ ସମ୍ପୂର୍ଣ୍ଣ ଲୋପ ପାଇଯିବଏଥିରେ ଦ୍ଵନ୍ଦ ନାହିଁ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.